ନୂଆଦିଲ୍ଲୀ,୨୭।୧: ଆମେରିକା ନୁହେଁ ପ୍ରଥମେ ଭାରତ ଯିବି। ତା ପରେ ଟ୍ରମ୍ପଙ୍କୁ ଭେଟିବି। ଏଭଳି କିଛି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଲୁଲା ଡି ସିଲ୍ଭା। ସେ ଫେବୃଆରୀରେ ଭାରତ ଯାତ୍ରାରେ ଆସିବେ। ଏହାପରେ ଦକ୍ଷିଣ କୋରିଆ ଯିବେ ଓ ପୁଣି ଓ୍ବାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସାକ୍ଷାତ କରିବେ। ଏହି ସୂଚନା ସେ ଟ୍ରମ୍ପଙ୍କ ସହ ଟେଲିଫୋନ୍ରେ ଆଲୋଚନା ପରେ ସେୟାର କରିଛନ୍ତି। ଟ୍ରମ୍ପଙ୍କ ସହ ହୋଇଥିବା ନିଜ ଆଲୋଚନାର ସୂଚନା ଦେଇ ରାଷ୍ଟ୍ରପତି ଲୁଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଭାରତ ଓ ଦକ୍ଷିଣ କୋରିଆକୁ ଯାତ୍ରା ପରେ ଫେବୃଆରୀରେ ଓ୍ବାଶିଂଟନ୍ ଯିବି। ଏହାର ତାରିଖ ଖୁବ୍ ଶୀଘ୍ର ଧାର୍ଯ୍ୟ କରାଯିବ।
ଆର୍ଥିକ ସମ୍ପର୍କ ଓ ଟାରିଫ୍
ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ଏଜେଣ୍ଡାରେ ଚର୍ଚ୍ଚା କରିବେ। ଲୁଲା କହିଛନ୍ତି,ନିକଟ କିଛି ମାସରେ ଦୁଇ ଦେଶ ଭିତରେ ଭଲ ସମ୍ପର୍କର ପରିମାଣ ସ୍ବରୂପ ବ୍ରାଜିଲର ଉତ୍ପାଦ ଉପରେ ଲଗାଯାଇଥିବା ଟାରିଫ୍ର ଏକ ବଡ଼ ଅଂଶ ହଟାଇ ଦିଆଯିବ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଓ ବ୍ରାଜିଲର ଆର୍ଥିକ ଅଭିବୃଦ୍ଧି ପୁରା କ୍ଷେତ୍ର ପାଇଁ ସକାରତ୍ମକ ରହିଛି।
ସଂଗଠିତ ଅପରାଧ ବିରୋଧରେ ସହଯୋଗ
ଲୁଲା ସଂଗଠିତ ଅପରାଧରୁ ମୁକାବିଲା ପାଇଁ ସହଯୋଗକୁ ମଜବୁତ କରିବାର ଚେଷ୍ଟାକୁ ଦୋହରାଇଛନ୍ତି। ସେ ମନି ଲଣ୍ଡରିଂ ଓ ହତିଆର ତସ୍କରିକୁ ରୋକିବା,ଅପରାଧୀ ଗୋଷ୍ଠୀଙ୍କ ସମ୍ପତ୍ତିକୁ ଫ୍ରିଜ୍ କରିବା ଓ ଆର୍ଥିକ ଲେଣଦେଣର ଡାଟା ଆଦାନ-ପ୍ରଦାନ ବଢାଇବାରେ ରୁଚି ଦେଖାଇଛନ୍ତି। ଲୁଲାଙ୍କ କହିବା ଅନୁସାରେ,ଆମେରିକା ରାଷ୍ଟ୍ରପତି ଏହି ପ୍ରସ୍ତାବର ସ୍ବାଗତ କରିଛନ୍ତି।
ଗାଜା ଓ ପାଲେଷ୍ଟାଇନ୍ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରି ଲୁଲା ପ୍ରସ୍ତାବ ଦେଇଛନ୍ତି ଯେ, ଆମେରିକା ଦ୍ବାରା ପ୍ରସ୍ତୁତ ‘ଶାନ୍ତି ପରିଷଦ’କୁ ଗାଜା ପ୍ରସଙ୍ଗ ପର୍ଯ୍ୟନ୍ତ ସୀମିତି ରଖାଯାଉ ଓ ଏଥିରେ ପାଲେଷ୍ଟାଇନକୁ ମଧ୍ୟ ଏକ ସିଟ୍ ପ୍ରଦାନ କରାଯାଉ। ଲୁଲା ଜାତିସଂଘର ସୁରକ୍ଷା ପରିଷଦରେ ବ୍ୟାପକ ସୁଧାରର ଆବଶ୍ୟକତା ଉପରେ ଦେଇଛନ୍ତି, ଯେଉଁଥିରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବଢାଇବା କଥା ରହିଛି। ଦୁଇ ନେତା ଭେନେଜୁଏଲାର ସ୍ଥିତି ଉପରେ ମଧ୍ୟ ବିଚାର ସେୟାର କରଛନ୍ତି।
ଆହୁରି ପଢନ୍ତୁ : ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଆଇଏସ୍ ବିନ୍ଦ୍ରାଙ୍କ ପରଲୋକ,ମୋହାଲି ଷ୍ଟାଡିୟମରୁ ନେଇ ବିଶ୍ୱକପ୍ ଆୟୋଜନ ଯାଏଁ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା