ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଔପନିବେଶ କାଳରେ ବ୍ରିଟେନର ଧନୀ ବ୍ୟକ୍ତିଙ୍କୁ ହୋଇଥିଲା ଅଧିକ ଲାଭ, ଭାରତରୁ ଲୁଟ୍‌ ସମ୍ପତ୍ତିର ଅଧାଭାଗ ନେଇଥିଲେ ୧୦% ଲୋକ

Published By : Harapriya Biswal | January 20, 2025 3:03 PM

ନୂଆଦିଲ୍ଲୀ,୨୦।୧: ବ୍ରିଟିସ୍‌ ଶାସନ ସମୟରେ ଭାରତରୁ ଲୁଟ୍‌ ହୋଇଥିଲା ପ୍ରଚୁର ଧନ ସମ୍ପତ୍ତି। ଆଉ ଏହି ଅର୍ଥର ଲାଭ ମାତ୍ର ୧୦% ଧନୀ ଲୋକ ପାଇଛନ୍ତି। ଏଭଳି ଏକ ରିପୋର୍ଟ ଦେଇଛି ଅକ୍ସଫାମ ଇଣ୍ଟରନ୍ୟାସନାଲ। ବିଶ୍ବ ଆର୍ଥିକ ମଞ୍ଚର ବାର୍ଷିକ ବୈଠକର କିଛି ଘଣ୍ଟା ପୂର୍ବରୁ ସୋମବାର ଜାରି କରାଯାଇଛି ଏହି ରିପୋର୍ଟ।

୧୭୬୫ ରୁ ନେଇ ୧୯୦୦ ପର୍ଯ୍ୟନ୍ତ ଦୀର୍ଘ ୧୩୫ ବର୍ଷ ଭାରତରେ ବ୍ରିଟେନ୍‌ର ଥିଲା ଉପନିବେଶ। ଏହି ସମୟରେ ଭାରତରୁ ୬୪,୮୨୦ ବିଲିୟନ ଆମେରିକୀୟ ଡଲାର ଅର୍ଥ ନେବାରେ ସକ୍ଷମ ହୋଇଥିଲା ବ୍ରିଟେନ। ତା ଭିତରୁ ୩୩,୮୦୦ ବିଲିୟନ ଡଲାର ଦେଶର ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କ ପାଖକୁ ଯାଇଛି। ଏହି ସୂଚନା ଅକ୍ସଫାମର ଇଣ୍ଟରନ୍ୟାସନାଲ ତାଜା ବିଶ୍ବ ଅସମାନତା ରିପୋର୍ଟରେ ଦେଇଛି। ବିଶ୍ବ ଆର୍ଥିକ ମଞ୍ଚ ବା ଡ୍ଲୁଇଏଫ୍‌ର ବାର୍ଷିକ ବୈଠକର କିଛି ଘଣ୍ଟା ପୂର୍ବରୁ ସୋମବାର ଦିଆଯାଇଛି। ‘ଟେକର୍ସ  ନଟ୍ ମେକର୍ସ’ ଶୀର୍ଷକ ଥିବା ଏହି ରିପୋର୍ଟ ଜାରି କରିଛି। ଏଥିରେ ବହୁ ଅଧ୍ୟୟନ ଓ ରିସର୍ଚ୍ଚକୁ ନେଇ ଦାବି କରାଯାଇଛି ଯେ, ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ କେବଳ ଉପନିବେଶବାଦର ଫଳାଫଳ।

ଅକ୍ସଫାମ କହିଛି "ଐତିହାସିକ ଉପନିବେଶିକ ଯୁଗରେ ରହିଥିବା ଅସମାନତା ଏବଂ ଲୁଟପାଟର ବିକୃତି, ଆଧୁନିକ ଜୀବନକୁ ପୁନଃଆକୃତି ଦେଉଛି," । ଏହା ଏକ ଅତ୍ୟନ୍ତ ଅସମାନ ବିଶ୍ୱ ସୃଷ୍ଟି କରିଛି। ଏଭଳି ଏକ ବିଶ୍ୱ ଯାହା ଜାତିଭେଦ ଉପରେ ଆଧାରିତ ବିଭାଜନରେ ଜର୍ଜରିତ। ଅକ୍ସଫାମର ରିପୋର୍ଟ ଅନୁସାରେ, ଉପନିବେଶବାଦର ମୁଖ୍ୟ ଲାଭାର୍ଥୀ ଥିଲେ ମଧ୍ୟମ ବର୍ଗର ଲୋକେ। କେବଳ ସେତିକି ନୁହେଁ ରିପୋର୍ଟରେ ଉପନିବେଶବାଦକୁ ‘ବିଷ ବୃକ୍ଷର ଫଳ’ ବୋଲି କୁହାଯାଇଛି।’

ଏହି ଦେଶରେ ଚା’ର ମିଠାରୁ ଫିକ୍ସ ହୁଏ ବିବାହ, ଚିନିରୁ ମିଳିଥାଏ ଆପ୍ରୁଭାଲ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.