ଭଞ୍ଜନଗର, ୨୪/୩ : ଜୁଆ ଖେଳରୁ ନିର୍ମମ ହତ୍ୟା ! ଗାଁ ମୁଣ୍ଡରେ ପଡିଛି ଯୁବକଙ୍କ ରକ୍ତଭିଜା ମୃତଦେହ। ମଙ୍ଗଳବାର ସକାଳେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଗୁପ୍ତପଲ୍ଲୀ ଗାଁ ମୁଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଚଢିଆପଲ୍ଲୀ ଗାଁର ଲୋଚନ କୁମାର ବେହେରା ବୋଲି ଜଣାପଡିଛି। ଜଗନ୍ନାଥ ପ୍ରସାଦ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଚଢିଆପଲ୍ଲୀ ଗାଁର ଲୋଚନ କୁମାର ବେହେରା ଗତ ରାତିରେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ। ମଙ୍ଗଳବାର ସକାଳୁ ଗୁପ୍ତପଲ୍ଲୀ ଗାଁ ମୁଣ୍ଡରେ ମୃତଦେହ ପଡିଥିବା ଦେଖି ଗାଁ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଜୁଆ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଲୋକେ ସନ୍ଦେହ କରୁଛନ୍ତି। ଲୋଚନର ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାର ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ମାଟ୍ରିକ୍ ଛାତ୍ରୀଙ୍କ ମୃତଦେହ ଜବତ, ଦିଗପହଣ୍ଡି ପୁଲିସର ଛାନ୍ଭିନ୍