ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

AI ଶିକ୍ଷା ପାଇଁ ୫୦୦ କୋଟି ବ୍ୟୟବରାଦ ; ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା

Published By : Ankita S | February 1, 2025 2:11 PM

ନୂଆଦିଲ୍ଲୀ,୦୧/୦୨: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟରେ ଶିକ୍ଷା ପାଇଁ ବଡ ଘୋଷଣା ହୋଇଛି ।  ମୋଟ୍ ୫୦,୬୫,୩୪୫ କୋଟି ବ୍ୟୟ ଅଟକଳ ହୋଇଛି  । ସେଥିରୁ ଶିକ୍ଷା ବିଭାଗକୁ ୧,୨୮,୬୫୦ କୋଟି ବ୍ୟଯ ବରାଦ ହୋଇଛି । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହିତ ମେଡିକାଲ କଲେଜ ଓ ଆଇଆଇଟି ସିଟ୍ ବଢାଇବାକୁ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଆଇ ଶିକ୍ଷା ପାଇଁ ୫୦୦କୋଟିର ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି । ଏହା ସହିତ ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ ବୋଲି ଘୋଷଣା ହୋଇଛି ।

ବଜେଟ୍ ଉପସ୍ଥାପନ କରି ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବା କହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିରେ ଅର୍ଥମନ୍ତ୍ରୀ । ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୧ ବର୍ଷ ମଧ୍ୟରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ । ଏହା ସହିତ ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟିର ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି । ମେଡିକାଲ କଲେଜରେ ୧୦ ହଜାର ଅତିରିକ୍ତ ଆସନ ବଢିବ । ସମସ୍ତ ଜିଲ୍ଲାରେ ହସ୍ପିଟାଲରେ କ୍ୟାନ୍ସର କେୟାର ସେଣ୍ଟର ସ୍ଥାପନ ହେବ । ସରକାରୀ ସ୍କୁଲରେ ନୂଆ ନୂଆ ଆବିଷ୍କାର ପାଇଁ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ । ଭାରତୀୟ ଭାଷା ପୁସ୍ତକ ଯୋଜନା ଆରମ୍ଭ ହେବ ଯେଉଁଥିରେ ଭାରତୀୟ ଭାଷାରେ ଶିକ୍ଷା ଗ୍ରହଣ କରିବାକୁ ଅଧିକ ଗୁରୁତ୍ବ ଦିଆଯିବ ।

ଏହା ବି ପଢନ୍ତୁ...ବଜେଟ ପେଡିରେ ବିହାରକୁ ଅଜାଡି ପକାଇଲେ; ଗଠନ ହେବ ମଖାନା ବୋର୍ଡ, ବଢିବ ଆଇଆଇଟି ସିଟ୍

ଆଇଆଇଟି,ଆଇଆଇଏସସି ପାଇଁ ୧୦ ହଜାର ପିଏମ ରିସର୍ଚ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏଆଇରେ ୩ଟି କେନ୍ଦ୍ର ସ୍ଥାପନ କରାଯିବ । ଆଇଆଇଟି ପାଟନାର ବିସ୍ତାର କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ସରକାରୀ ସ୍କୁଲରେ ୫୦ ହଜାର  ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.