ଜୟପୁର,୨୦/୧୨: ବ୍ରାହ୍ମଣୀ ଗାଁ ପେଟ୍ରୋଲ ପମ୍ପ ନିକଟରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ବର୍ତ୍ତମାନ ମିଳି ପାରିନାହିଁ । କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମଣୀଗାଁ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବ୍ରାହ୍ମଣୀ ଗାଁ ପେଟ୍ରୋଲ ପମ୍ପ ନିକଟରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବ୍ୟକ୍ତି ଜଣକ  ନିଜେ ନିଜ ଦେହରେ ନିଆଁ ଲଗାଇଲେ ନା କିଏ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ନିଆଁ ଲଗାଇଲେ, ଏହାର ତଦନ୍ତ କରୁଛି ପୋଲିସ । ଘଟଣା ସ୍ଥଳରେ ପଡିଥିବା ପ୍ଳାଷ୍ଟିକ ବୋତଲ ସନ୍ଦେହ ବଢାଇଛି ।