ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଦେଶକୁ ମିଳିପାରେ ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍, ଜାଣନ୍ତୁ କେତେ ଦିନ ରହିବ ଦାୟିତ୍ୱ

Published By : Ankita S | May 14, 2025 2:26 PM

India Today

ନୂଆଦିଲ୍ଲୀ,୧୪/୦୫: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଆସନ୍ତା ନଭେମ୍ବର ୨୩ ଯାଏ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କ ପରେ ଦେଶକୁ ଜଣେ ମହିଳା ସିଜେଆଇ ମିଳିପାରନ୍ତି । ୨୦୨୭ରେ ଜଣେ ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍ ହୋଇପାରନ୍ତି ।

ଯଦି ଜଷ୍ଟିସ୍ ବିଭି ନାଗାରତ୍ନା ପ୍ରଧାନ ବିଚାରପତି ହୁଅନ୍ତି ତେବେ ତାଙ୍କର କାର୍ଯ୍ୟକାଳ ମାତ୍ର ୩୬ ଦିନ ରହିବ । ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷ ପରେ କୌଣସି ମହିଳା ସିଜେଆଇ ହୋଇ ନାହାନ୍ତି । ତେବେ କେମିତି ନିଯୁକ୍ତ ହୁଅନ୍ତି ଚିଫ୍ ଜଷ୍ଟିସ । କଣ ରହିଥାଏ ପ୍ରକ୍ରିୟା ଜାଣନ୍ତୁ । ବର୍ତ୍ତମାନ ସୁଦ୍ଧା ୫୧ଜଣ ଚିଫ୍ ଜଷ୍ଟିସ୍ ପୁରୁଷ ରହିଛନ୍ତି । ଜଣେ ମହିଳା କେବଳ ସୁପ୍ରିମକୋର୍ଟ ବିଚାରପତି ରହିଛନ୍ତି । ଯଦି ବିଭି ନାଗାରତ୍ନା ପରବର୍ତ୍ତୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହୁଅନ୍ତି ତେବେ ସେ ୩୬ ଦିନ ପାଇଁ ଦାୟିତ୍ୱରେ ରହିବେ । ଏହା ସବୁଠୁ କମ୍ ଦିନ ନୁହେଁ । ତାଙ୍କ ପୂର୍ବରୁ ଜଷ୍ଟିସ କମଲ ନାରାନ ସିଂହ ୧୭ଦିନ ପାଇଁ ସିଜେଆଇ ପଦରେ ରହିଥିଲେ ।

କଲିଜିୟମ କେନ୍ଦ୍ରକୁ ନାମ ପଠାଇଥାଏ- ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ନେଇ କଲିଜିୟମ ନାମ ସୁପାରିସ୍ କରିଥାଏ । କଲିଜିୟମରେ ସୁପ୍ରିମକୋର୍ଟର ବିଚାରପତି ହିଁ ସାମିଲ ହୋଇଥାନ୍ତି । କେନ୍ଦ୍ର ସରକାରଙ୍କୁ କଲିଜିୟମ ପଠାଇଥିବା ନାମ ଉପରେ ବିଚାର ବିମର୍ଶ କରାଯାଏ । ଯଦି କେନ୍ଦ୍ର ପକ୍ଷରୁ ନାମକୁ ମଞ୍ଜୁରୀ ମିଳିବା ପରେ ଚିଫ୍ ଜଷ୍ଟିସ୍‌ ଭାବେ ଦାୟିତ୍ୱ ନେଇଥାନ୍ତି ।

ଅଧିକ- କମ୍ ଦିନ ଦାୟିତ୍ୱରେ ଥିବା ସିଜେଆଇ- ଜଷ୍ଟିସ୍ ୟଶୋବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ୭ ବର୍ଷ ୧୩୯ ଦିନ ପାଇଁ ସିଜେଆଇ ଦାୟିତ୍ୱରେ ଥିଲେ । ତାଙ୍କ ପରେ ଜଷ୍ଟିସ ଏସ ରାଜେନ୍ଦ୍ର ବାବୁ ୨୯ ଦିନ ପାଇଁ ସିଜେଇ ଥିଲା । ଯଦି ବିଭି ନାଗାରତ୍ନା ସିଜେଆଇ ହୁଅନ୍ତି ତେବେ ସେ ୩୬ ଦିନ ଏବଂ ତୃତୀୟ ସର୍ବନିମ୍ନ କାଳ ସିଜେଆଇ ହେବେ । ଜଷ୍ଟିସ ରାଜୀବ ଶକଧେର ୨୪ ଦିନ ପାଇଁ ସିଜେଆଇ ପଦରେ ରହି ଅବସର ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.