ନୂଆଦିଲ୍ଲୀ : କାନାଡାରେ ଜଷ୍ଟିନ୍ ଟ୍ରୁଡୋଙ୍କ କାର୍ଯ୍ୟକାଳ ସମୟରେ, ଭାରତ ସହିତ ସମ୍ପର୍କ ବହୁତ ଖରାପ ହୋଇ ଥିଲା। ତଥାପି, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ପୁଣି ଥରେ ଟ୍ରାକକୁ ଫେରିଛି। ଏହାର ବଡ଼ କାରଣ ଆମେରିକାର ବୈଦେଶିକ ନୀତି। ଆମେରିକା ବାରମ୍ୱାର କାନାଡା ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଛି ଏବଂ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଉଛି।

ଏହା ବ୍ୟତୀତ, ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଦାବି କରି ସାରିଛନ୍ତି ଯେ, ସେ କାନାଡାକୁ ୫୧ତମ ରାଜ୍ୟ କରିବେ। ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ମାର୍କ କାନି ଭାରତ ସହିତ ସମ୍ପର୍କ ସୁଧାରିବାକୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସେ ଖୁବ୍ ଶୀଘ୍ର ଭାରତ ଗସ୍ତ କରି ପାରନ୍ତି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଶକ୍ତି , ୟୁରାନିୟମକୁ ନେଇ ହୋଇପାରେ ବଡ଼ ଚୁକ୍ତି - ଗଣତନ୍ତ୍ର ଦିବସ ଅବସରରେ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କାନାଡାର ବୈଦେଶିକ ମନ୍ତ୍ରୀ ଅନୀତା ଆନନ୍ଦଙ୍କ ସହ ଫୋନରେ କଥା ହୋଇଥିଲେ। ଏଥିରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା।

ଏହାସହ ମଧ୍ୟ ପଢନ୍ତୁ : ଛାତ୍ର ଆନ୍ଦୋଳନରେ କରିଥିଲେ ଶେଖ୍‌ ହସିନାଙ୍କୁ ସାହାଯ୍ୟ , ଏବେ ପୂର୍ବତନ କମିଶନରଙ୍କ ସମେତ ୩ ପୁଲିସ ଅଫିସରଙ୍କୁ ମିଳିଲା ମୃତ୍ୟୁଦଣ୍ଡ

ପ୍ରଧାନମନ୍ତ୍ରୀ କାର୍ନିଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ ଚୁକ୍ତି ହୋଇପାରେ। ଏଥିରେ ଶକ୍ତି, ୟୁରାନିୟମ ଏବଂ ଖଣିଜ ପଦାର୍ଥ ସହିତ ଜଡ଼ିତ ପ୍ରସଙ୍ଗ ଅନ୍ତର୍ଭୁକ୍ତ ହୋଇପାରେ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ସକାଳେ କାନାଡାର ବୈଦେଶିକ ମନ୍ତ୍ରୀ ଅନୀତା ଆନନ୍ଦଙ୍କ ସହ ଖୁବ୍ ସକାରାତ୍ମକ ଆଲୋଚନା ହୋଇଛି। ଦୁହିଁଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଏବଂ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବାଣିଜ୍ୟ ଏବଂ ସହଭାଗୀତା ଉପରେ ଆନୁଷ୍ଠାନିକ ଆଲୋଚନା ହେବ। ଏହା ଉପରେ ସହମତି ପ୍ରକାଶ ପାଇଛି।

କାନାଡା ଓ ଭାରତ ମଧ୍ୟରେ ଶକ୍ତି ସହଯୋଗକୁ ନେଇ ଆଲୋଚନା ଏହି ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। କାନାଡାର ଶକ୍ତି ମନ୍ତ୍ରୀ ହୋଜିସନ ଗୋଆରେ ଆୟୋଜିତ ହେବାକୁ ଥିବା ଏନର୍ଜୀ ୱିକ୍‌ରେ ଯୋଗ ଦେବେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରି ତାଙ୍କୁ ସାକ୍ଷାତ କରିବେ।ଉଭୟ ନେତା କ୍ରିଟକାଲ ମିନେରାଲ୍ସ , ୟୁରାନିୟମ ଓ ଏଲଏନଜି ଭଳି କ୍ଷେତ୍ରକୁ ନେଇ ବ୍ୟାପକ ଆଲୋଚନା କରିବେ।

ଏହାସହ ମଧ୍ୟ ପଢନ୍ତୁ : ପତାକା ଉତ୍ତୋଳନ କରିବା ପରେ ଆଇଏଏସ୍ ଟିନା ଡାବି କରି ଦେଲେ ବଡ଼ ଭୁଲ୍ , ଭିଡ଼ିଓ ଭାଇରାଲ

କହି ରଖୁଛୁ କି,ଜଷ୍ଟିନ୍ ଟ୍ରୁଡୋ ଯେଉଁ ତୁଚ୍ଛ ପ୍ରସଙ୍ଗ ଗୁଡ଼ିକୁ ଗୁରୁତ୍ତ୍ୱ ଦେଇ ସଂପର୍କକୁ ଖରାପ କରୁଥିଲେ , ଏବେ ଏହା ଉପରେ ଆଲୋଚନା ହେଉ ନାହିଁ , ବରଂ କାନାଡା ଭାରତ ସହ ବାଣିଜ୍ୟିକ ସମ୍ୱନ୍ଧକୁ ବୃଦ୍ଧି କରିବାରେ ଉତ୍ସୁକ ଦେଖାଇଛନ୍ତି। ପିଏମ୍ ମାର୍କ କାର୍ନି ପ୍ରାୟତଃ କାନାଡାରେ ହିନ୍ଦୁଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର ନଜର ଆସେ।