ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Harapriya Sethi | November 27, 2024 7:58 AM

ବୈପାରୀଗୁଡା,୨୭/୧୧: ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌ ଜାରି ରହିଛି । ନଷ୍ଟ ହେଲା ୫୧ ଏକର ଜାଗାର ଗଞ୍ଜେଇ ଚାଷ । ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତର ତଳ ଟିକିରାପୋଡା, ରଙ୍ଗିଣୀଗୁଡା, ଉପର ଟିକିରାପୋଡା ଠାରେ ଏହି ଚଢ଼ାଉ କରାଯାଇଛି । ୫୦ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପାଞ୍ଚ କୋଟି ଟଙ୍କା ହେବ ବୋଲି ଜଣା ପଡିଛି ।

ଏହି ଅଞ୍ଚଳରେ ଗଞ୍ଜେଇ ଚାଶ କରାଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ କବର ପାଇଥିଲା ପୋଲିସ । ଖବର ପାଇ ଜୟପୁର ଏସଡିପିଓ ଅଙ୍କିତ କୁମାର ବର୍ମାଙ୍କ ନେତୃତ୍ୱରେ ବୈପାରୀଗୁଡା, ନନ୍ଦପୁର, ଜୟପୁର ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢାଉ ହୋଇଥିବା ସୂଚନା ରହିଛି । ଗତ କିଛି ଦିନ ପୂର୍ବରୁ ଏହି ପଞ୍ଚାୟତର କଟ୍ରାଗୁଡା, ବାଉଁଶିଆଗୁଡା ଏବଂ ଭାଟିପଡା ଅଞ୍ଚଳରେ ଚଢ଼ାଉ କରି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା । ପରେ ବୁଧବାର ମାଝୀଗୁଡା ପଞ୍ଚାୟତର ତଳ ଟିକିରାପୋଡା, ଉପର ଟିକିରାପୋଡା ଏବଂ ରଙ୍ଗିନୀଗୁଡା ଅଞ୍ଚଳରେ ଚଢ଼ାଉ କରି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.