ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଗଛରେ ପିଟି ହୋଇ ଜଳିଗଲା କାର୍, ଡ୍ରାଇଭର ସମେତ ତିନି ଗୁରୁତର…

Published By : Prameya | December 8, 2024 10:29 PM

ଫିରିଙ୍ଗିଆ ୦୮/୧୨ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମୁଣ୍ଡା ସହି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବକ ଗୁରୁତର ହେବା ସହ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି I ସୂଚନା ଅନୁସାରେ ଫିରିଙ୍ଗିଆ ଅଂଚଳର କିଛି ଯୁବକ ଏକ କାର ରେ କୌଣସି କାମରେ ନୂଆଗାଁ ଅଂଚଳକୁ ଯାଇ ଫେରୁଥିବା ସମୟରେ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ମୁଣ୍ଡାସାହି ନିକଟରେ କାର ଆଗକୁ ଏକ କୁକୁର ଦୌଡ଼ି ଆସିଥିଲା I ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ମହୁଲ ଗଛରେ ବାଡେଇ ହୋଇ ରାସ୍ତା କଡ଼କୁ ଛିଟିକି ପଡିବା ସହ କାରରେ ନିଆଁ ଲାଗିଯାଇଥିଲା I ପରେ ଦୁର୍ଘଟଣା ସ୍ଥଳ ପାଖରେ ଥିବା ଗ୍ରାମବାସୀ କାରରେ ଲାଗିଥିବା ନିଆଁକୁ ଲିଭାଇବା ସହ କାର ଭିତରୁ ଆହତ ହୋଇଥିବା ଯୁବକ ମାନଙ୍କୁ ଉଦ୍ଧାର କରିଥିଲେ I ପରେ ଫିରିଙ୍ଗିଆ ଅଗ୍ନିଶମବାହିନୀଙ୍କ ସହ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ କୁମାର ଡିଗାଲ ଓ ଅଜିତ କୁମାର ମିଶ୍ର ଓ ଅନ୍ୟମାନେ ପହଂଚି ଆହତ ଯୁବକ ମାନଙ୍କୁ ଫିରିଙ୍ଗିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ I ପରେ ଆହତ ଯୁବକ ମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଫିରିଙ୍ଗିଆରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି I ତେବେ ଗୁରୁତର ଆହତ ହୋଇଥିବା ଯୁବକ ମାନଙ୍କ ମଧ୍ୟ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ଜେଜେଶ ପଙ୍ଗା ଗାଁର ହୃଷିକେଶ ବେହେରା ବୋଲି ଜଣାପଡିଥିବା ବେଳେ ଅନ୍ୟ ଦୁଇ ଜଣ ଫିରିଙ୍ଗିଆ  ହେପି ଥାଟି ଓ ଅନ୍ୟଜଣେ କାରର ଡ୍ରାଇଭର ଅଭୟ କୁମାର ବେହେରା ବୋଲି ଜଣାପଡିଛି । ସେହିଭଳି ଅନ୍ୟ ଜଣେ ନୂଆଗାଁ ଅଂଚଳର ବୋଲି ଜଣାପଡିଛି I ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.