ନୂଆଦିଲ୍ଲୀ,୧୭/୦୪; ଅନେକ ସମୟରେ ଦେଖିବାକୁ ମିଳେ ବିବାହ ଭୋଜିରେ ମନ ପସନ୍ଦିଆ ଆଇଟମକୁ ୨ରୁ ୩ଥର ଖାଇବାକୁ ଇଚ୍ଛା ହୁଏ । ଯେପରି ଆଇସକ୍ରିମ ହେଉ କି ମିଠା ଆଇଟମ । ଉତ୍ତରପ୍ରଦେଶ ବସ୍ତି ଅଞ୍ଚଳରୁ ବିବାହ ସମାରୋହରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।  ଜଣେ କ୍ୟାଟରିଂ ଠିକାଦାରଙ୍କର ନିଷ୍ଠୁରତା ସାମ୍ନାକୁ ଆସିଛି । ଜଣେ ୧୧ ବର୍ଷୀୟ ଶିଶୁକୁ ତନ୍ଦୁରରେ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି । କାରଣ ବାଳକ ଜଣକ ବାରମ୍ବାର ରସଗୋଲା ଖାଇଥିଲେ । ରସଗୋଲା ଖାଇବା ପିଲାଟି ପାଇଁ କାଳ ହୋଇଛି । ବାରମ୍ବାର ରସଗୋଲା ଖାଇବାକୁ ଏଥିରେ ଉତ୍ୟକ୍ତ ହୋଇ କ୍ୟାଟରିଂ ଠିକାଦାର ଏପରି ନୃଶଂସ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ବାଳକ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଛି ।

ଉତ୍ତର ପ୍ରଦେଶର ବସ୍ତିରେ ଏହି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏକ ବିବାହ ଉତ୍ସବରେ ଜଣେ କ୍ୟାଟରିଂ ଠିକାଦାର ନିଷ୍ଠୁରତାର ସବୁ ସୀମା ପାର କରିଛନ୍ତି । ନୀରିବ ବାଳକକୁ ରସଗୋଲା ଖାଇବା ଯୋଗୁଁ ଜଳନ୍ତା ଚୁଲି ବା ତନ୍ଦୁରରେ ଫିଙ୍ଗି ଦେଇଛନ୍ତି । ପୋଡ଼ିଯାଇଥିବା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହିତ ଲଢ଼ୁଛି। ଚିକିତ୍ସା ପାଇଁ ତାକୁ ଲକ୍ଷ୍ନୌ ମେଡିକାଲ କଲେଜକୁ ପଠାଯାଇଛି । ଏହି ଘଟଣାଟି କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳର ମାଲୋଲି ଗୋସାଇ ଗାଁରେ ଘଟିଛି । ଏକ ବିବାହ ଉତ୍ସବ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଗୋଣ୍ଡାର ଦୁର୍ଜନପୁର ଗାଁର ୧୧ ବର୍ଷୀୟ ଚମନ, ତାଙ୍କ ମାଆଙ୍କ ମୃତ୍ୟୁ ପରେ ବସ୍ତିର ବାଘନାଲାରେ ତାଙ୍କ ଅଜା-ଆଈଙ୍କ ଘରେ ରହୁଥିଲେ । ସେ ତାଙ୍କ ଜେଜେମାଙ୍କ ସହିତ ମାଲୋଲି ଗୋସାଇ ଗାଁରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ଯାଇଥିଲେ । ସେଠାରେ ଭଳିକି ଭଳି ସୁଆଦିଆ ଖାଦ୍ୟ ଖାଇବାଖୁ ନେଇ ସେ ବେଶ୍ ଖୁସି ଥିଲେ । ବିବାହ ଏକ ଆନନ୍ଦଦାୟକ ଅବସର ଥିଲା, ଏବଂ ଚମନ ଖେଳୁ ଥିଲେ। ଏହି ସମୟରେ, ସେ ଖାଇବାକୁ ଯାଇ ସେଠାରେ ରଖାଯାଇଥିବା ରସଗୋଲା (ମିଠା) ଖାଇଥିଲେ । ଏହା ପରେ ଅଚନାକ ଚମନଙ୍କ ଚିତ୍କାର ଶୁଣାଯାଇଥିଲା ।

ଏହା ବି ପଢନ୍ତୁ...TCS କ୍ୟାମ୍ପସରେ ଧର୍ମାନ୍ତରଣ ସିଣ୍ଡିକେଟ୍ ! ଶାଢ଼ୀ-ବିନ୍ଦିକୁ ପରିହାସ, ରୁଦ୍ରାକ୍ଷଧାରୀ ସାଜିଲେ ଇସଲାମର ମୁରିଦ୍  

ଅଭିଯୋଗ ହୋଇଛି ଯେ, ସେଠାରେ ଉପସ୍ଥିତ କ୍ୟାଟରିଂ ଠିକାଦାରଙ୍କୁ ବାରମ୍ବାର ରସଗୋଲା ବାହାର କରିବାକୁ କହିବାରୁ ରାଗି ଯାଇଥିଲେ । ସେ ପ୍ରଥମେ ପିଲାଟିକୁ ଭୟଭୀତ କରିଥିଲେ, ତା'ପରେ ତାକୁ ଉଠାଇ ଜଳୁଥିବା ତନ୍ଦୁର ଉପରେ ବସାଇ ଦେଇଥିଲେ । ଏହି ସମୟରେ, ପିଲାଟି ନିୟନ୍ତ୍ରଣ ହରାଇ ସିଧା ତନ୍ଦୁରରେ ପଡ଼ିଯାଇଥିଲା । ତନ୍ଦୁରରୁ ପିଲାଟିର ଚିତ୍କାର ଶୁଣି ବିବାହ ଉତ୍ସବରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିବାର ସଦସ୍ୟମାନେ ଶୀଘ୍ର ତାକୁ ବାହାରକୁ ଟାଣି ଆଣିଥିଲେ, କିନ୍ତୁ ସେତେବେଳକୁ ପିଲାଟିର ଶରୀର ଗୁରୁତର ଭାବରେ ପୋଡ଼ି ଯାଇଥିଲା ।

ଅଭିଯୁକ୍ତ ଠିକାଦାର ଫେରାର୍-  ନାବଳକଟିକୁ ତୁରନ୍ତ ଅଯୋଧ୍ୟା ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଲକ୍ଷ୍ନୌକୁ ରେଫର କରିଥିଲେ । ଘଟଣା ପରେ ଅଭିଯୁକ୍ତ ଠିକାଦାର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ପୀଡିତାଙ୍କ ମାମୁଁ ଦେବୀଦିନ ନିଷାଦ ଅଭିଯୁକ୍ତ ତନ୍ଦୁର କାରିଗରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।

​​​​​​​