ପ୍ରମୂଖ ଖବର

କ୍ୟାନସରର ଚିକିତ୍ସାରେ ଟନିକ୍ ଭାବରେ କାମ କରେ ଏହି ଫଙ୍ଗସ୍,ନୂଆ ରିସର୍ଚ୍ଚରେ ହୋଇଛି ବଡ଼ ଖୁଲାସା

Published By : Harapriya Biswal | November 17, 2024 7:16 PM

ନୂଆଦିଲ୍ଲୀ,୧୭।୧୧: କେଟରାପିଲାର ଫଙ୍ଗସ୍‌ର ବ୍ୟବହାର ଯକ୍ଷ୍ମା, କାଶ, ରକ୍ତହୀନତା ଏବଂ ପିଠି ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଭଲ କରିବା ପାଇଁ କରାଯାଇଥାଏ। ଏହା ଗୁରୁତର ରୋଗ ପାଇଁ ଟନିକ୍ ଭାବରେ କାମ କରିଥାଏ। ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ, କେଟରାପିଲାର ଉପରେ ସୃଷ୍ଟି ହେଉଥିବା   ଅରେଞ୍ଜ ଜୋମ୍ବି ଫଙ୍ଗସର ବ୍ୟବହାର କ୍ୟାନସରର ଚିକିତ୍ସାରେ କରାଯାଇ ପାରେ, ଯାହାକୁ କାର୍ଡିସେସ୍ପ ନାମରେ ଜଣାଯାଏ।  

ବୈଜ୍ଞାନିକମାନେ ନୂତନ ଅନୁସନ୍ଧାନରେ ପାଇଛନ୍ତି ଯେ କାର୍ଡିସେପ୍ସ ନାମକ ଏହି ଫଙ୍ଗସ୍ କ୍ୟାନସର କୋଷିକାରେ ଆସୁଥିବା ସକ୍ରିୟ କୋଷିକା ବୃଦ୍ଧି ସଙ୍କେତକୁ ରୋକିବାରେ କାମ କରୀଥାଏ। କେଟରାପିଲାରରେ ସୃଷ୍ଟି ହେଉଥିବା ଫଙ୍ଗସ୍‌ର ବ୍ୟବହାର କ୍ୟାନସରର ଚିକିତ୍ସା ପାଇଁ କରାଯାଇପାରେ। ତାଙ୍କ ମତରେ ଏହି ରୋଗୀଙ୍କ ପାଇଁ କେମୋଥେରାପି ଓ ରେଡିଏସନ୍‌ ଭଳି ବିକଳ୍ପର ତୁଳନାରେ କମ୍ ହାନିକାରକ ଚିକିତ୍ସା ରହିଛି। 

ଏଫ୍‌ଇବିଏସ୍‌ ଲେଟର୍ସରେ ପ୍ରକାଶିତ ରିସର୍ଚ୍ଚରୁ ଜଣାପଡିଛି ଯେ, କାର୍ଡିସୋପିନ୍ ହେଲଥ୍ ଟିସୁଜ୍‌କୁ କ୍ଷତି ନକରି ବିନା କ୍ୟାନସର ସେଲ୍‌ରେ ବୃଦ୍ଧିର ସଙ୍କେତକୁ ବାଧାପ୍ରାପ୍ତ କରିବାର କାମ କରିଥାଏ। ଏହାକୁ ଅରେଞ୍ଜ କବକର ପ୍ରୟୋଗ ଟ୍ରାଡିସନାଲ ଏସିଆନ୍ ମେଡିସିନ୍‌ରେ ଦୀର୍ଘ ସମୟ ଧରି କରାଯାଇଥାଏ, କିନ୍ତୁ ଏବେ ରିସର୍ଚ୍ଚର ଏହାକୁ କ୍ୟାନସର ସହ ଲଢୁଥିବା ଗୁଣକୁ ବୁଝିବାକୁ ଲାଗିଛନ୍ତି।

ନର୍ଥମ୍ପଟନ୍ ୟୁନିଭରସିଟି ଅଫ୍ ଫାର୍ମାସିର ଟିମ୍ ହଜାର ହଜାର ଜିନ୍ ଉପରେ କର୍ଡିସେପିନ୍ ର ପ୍ରଭାବ ଅଧ୍ୟୟନ କରି ଜାଣିବାକୁ ପାଇଲେ ଯେ ଏହା କାର୍ଡିସୋପିନ୍ ଟ୍ରାଇଫୋସଫେଟ୍ ରେ ପରିଣତ ହୋଇଛି, ଯାହା ଯୌଗିକ ତାହା କ୍ୟାନସର ସେଲ୍‌ର ବୃଦ୍ଧିକୁ ରୋକିଥାଏ। ଏହାକୁ ନେଇ ଲେଖକ ଡକ୍ଟର କର୍ଣ୍ଣେଲିଆ ଡି ମୋର୍ କହିଛନ୍ତି, ସେ ଅନେକ ବର୍ଷ ଧରି ବିଭିନ୍ନ ରୋଗ ଉପରେ କାର୍ଡିସୋପିନ୍ର ପ୍ରଭାବ ଉପରେ ଅନୁସନ୍ଧାନ କରୁଛନ୍ତି। ପ୍ରତି ପର୍ଯ୍ୟାୟରେ ଏହା ବୁଝିବାର ନିକଟରେ ପହଁଞ୍ଚିଛି,ଏହାର ପ୍ରଭାବୀ ଉପଚାର ରୂପରେ କିଭଳି ଉପଯୋଗ କରାଯାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.