ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୁପୋଷଣ ଦୂର କରିବ ପୋଷଣଯୁକ୍ତ ଚାଉଳ, ୧୭,୦୮୨ କୋଟିର ସ୍କିମ୍‌ ଉପରେ କେନ୍ଦ୍ର ମୋହର

Published By : Rasmita Pradhan | October 10, 2024 12:29 PM

ନୂଆଦିଲ୍ଲୀ, ୧୦/୧୦ : ଦେଶରେ ଦୂର ହେବ କୁପୋଷଣ। ଏନିମିଆ ଏବଂ ପୋଷକ ତତ୍ତ୍ୱ ଅଭାବ ଦୂର କରିବା ପାଇଁ ‘ଫର୍ଟିଫାଏଡ୍‌ ଚାଉଳ’କୁ ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ସ୍କିମ୍‌ ସହିତ ସମସ୍ତ ସରକାରୀ ଯୋଜନା ଅଧୀନରେ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ଫର୍ଟିଫାଏଡ୍‌ ବା ପୋଷଣଯୁକ୍ତ ଚାଉଳ ଯୋଗାଣ ଜାରି ରହିବ । ଏଥିପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ । ଯୋଜନାର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇବେ କେନ୍ଦ୍ର ସରକାର । 

୨୦୧୯ରୁ ୨୦୨୧ ମଧ୍ୟରେ କରାଯାଇଥିବା ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌-୫) ଅନୁସାରେ, ଭାରତରେ ଏନିମିଆ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଛୋଟ ପିଲା, ମହିଳା ଏବଂ ପୁରୁଷ ସମସ୍ତେ ଏହାଦ୍ୱାରା ପ୍ରଭାବିତ । ଆଇରନ୍‌ ଅଭାବ ବ୍ୟତୀତ ଭିଟାମିନ୍‌ ବି ୧୨ ଏବଂ ଫଲିକ୍‌ ଏସିଡ୍‌ ଭଳି ଅନ୍ୟ ଭିଟାମିନ୍‌ ଓ ଖଣିଜ ଲବଣ ଅଭାବ ବି ରହିଥାଏ । ଏହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଉତ୍ପାଦକତା ଉପରେ ପ୍ରଭାବ ପଡ଼ିଥାଏ । ଏନିମିଆ ଏବଂ କୁପୋଷଣର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ଖାଦ୍ୟ ପଦାର୍ଥଗୁଡ଼ିକୁ ଫର୍ଟିଫାଏଡ୍‌ କରାଯାଉଛି । ଭାରତରେ ୬୫% ଲୋକ ଚାଉଳ ଖାଇଥାନ୍ତି । ଏଭଳି ସ୍ଥିତିରେ ପୋଷକ ତତ୍ତ୍ୱର ଅଭାବ ଦୂର କରିବା ନିମନ୍ତେ ଚାଉଳ ଏକ ଉପଯୁକ୍ତ ମାଧ୍ୟମ । ଚାଉଳର ଫର୍ଟିଫିକେଶନ୍‌ରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ନିର୍ଦ୍ଧାରିତ ମାନକଗୁଡ଼ିକ ଅନୁସାରେ, ସୂକ୍ଷ୍ମ ପୋଷକ ତତ୍ତ୍ୱ(ଆଇରନ୍‌, ଫଲିକ୍‌ ଏସିଡ୍‌, ଭିଟାମିନ୍‌ ବି ୧୨)ରେ ସମୃଦ୍ଧ ଫର୍ଟିଫାଏଡ୍‌ ଚାଉଳ କର୍ଣ୍ଣେଲକୁ ସାଧାରଣ ଚାଉଳରେ ମିଶାଯାଇଥାଏ । ଫଳରେ ଏହା ପୋଷଣ ବଢ଼ାଇଥାଏ । କେନ୍ଦ୍ର ସରକାରଙ୍କ ଏନିମିଆମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । 

ଫର୍ଟିଫାଏଡ୍‌ ବା ପୋଷଣଯୁକ୍ତ ଚାଉଳର ଯୋଗାଣ ଶୃଙ୍ଖଳ ବିକାଶ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ପ୍ରତି ଦେଶରେ ୯୨୫ ଫର୍ଟିଫାଏଡ୍‌ ଚାଉଳ ଉତ୍ପାଦନକାରୀ ରହିଛନ୍ତି, ଯାହାଙ୍କର ବାର୍ଷିକ କ୍ଷମତା ରହିଛି ୧୧୧ ଏଲ୍‌ଏମ୍‌ଟି । ୨୧,୦୦୦ ଚାଉଳ କଳ ମାସିକ ୨୨୩ ଏଲ୍‌ଏମ୍‌ଟି ଫର୍ଟିଫାଏଡ୍‌ ଚାଉଳ କ୍ଷମତାଯୁକ୍ତ ବ୍ଲେଣ୍ଡର ସଂସ୍ଥାପନ କରିଛନ୍ତି । ପୋଷଣଯୁକ୍ତ ଚାଉଳର ପରୀକ୍ଷଣ ପାଇଁ ୫୨ ଏନ୍‌ଏବିଏଲ୍‌ ଲ୍ୟାବ୍‌ ସ୍ଥାପନ ହୋଇଛି । ଏଫ୍‌ଆର୍‌କେ ଟେଷ୍ଟିଂ ପାଇଁ ୨୭ଟି ଏନ୍‌ଏବିଏଲ୍‌ ଲ୍ୟାବ୍‌ ରହିଛି । ଭିଟାମିନ୍‌-ମିନେରାଲ ପ୍ରି-ମିକ୍ସ ଟେଷ୍ଟିଂ ପାଇଁ ୧୧ ଏନ୍‌ଏବିଏଲ୍‌ ଲ୍ୟାବ୍‌ ସ୍ଥାପନ ହୋଇଛି । ଯୋଗାଣ ଶୃଙ୍ଖଳ ବିକାଶ ପାଇଁ ୧୧,୦୦୦ କୋଟି ଟଙ୍କା ନିବେଶ ହୋଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.