ନୂଆଦିଲ୍ଲୀ,୧୧।୪: ଆମେରିକା-ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ କାରଣରୁ ଭାରତ ସମେତ ସାରା ବିଶ୍ବରେ ତୈ ଏବଂ ଇନ୍ଧନର ସଙ୍କଟ ଦେଖିବାକୁ ମିଳିଛି। ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ହାଇ-ସ୍ପିଡ୍ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ଟଙ୍କା ପ୍ରତି ଲିଟର ଓ ଇନଫ୍ରା ସେସ୍ ୩୬ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି।
ସରକାର ଶନିବାର ଘୋଷଣା କରିଛନ୍ତି , ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ୨୧.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୫୫.୫ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ହାଇସ୍ପିଡ୍ ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ଓ ସେସ୍ ମଧ୍ୟ ବଢାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ, ହାଇ-ସ୍ପିଡ୍ ଡିଜେଲ୍ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ରୋଡ୍ ଓ ଇନଫ୍ରାଷ୍ଟ୍ରକଚର ସେସ୍ ଏବେ ୩୬ ଟଙ୍କା ପ୍ରତି ଲିଟର ହୋଇଯାଇଛି। ଏହା ଭିତରେ ଆଭିଏସନ୍ ଟର୍ବାଇନ୍ ଫୁଏଲ ଉପରେ ମଧ୍ୟ ଡ୍ୟୁଟିକୁ ବଢାଇ ୨୯.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୪୨ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ପେଟ୍ରୋଲ ଉପରେ ଏକ୍ସପର୍ଟ ଡ୍ୟୁଟି ଏବେ ବି ଶୂନ୍ୟ ରହିଛି।
ଏହି ପଦକ୍ଷେପ ଆର୍ଥିକ ଚ୍ୟାଲେଞ୍ଜ ମଧ୍ୟରେ ସରକାରୀ ରାଜସ୍ୱ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। ତୁରନ୍ତ କାର୍ଯ୍ୟକାରୀ ହେଉଥିବା ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟର ୧ ଏପ୍ରିଲ୍ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଥିଲା। ଏହା ସୂଚିତ କରେ ଯେ ସରକାର ବର୍ଦ୍ଧିତ ଆର୍ଥିକ ଚାପକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଘରୋଇ ବଜାରରେ ଡିଜେଲ ଏବଂ ବିମାନ ଇନ୍ଧନର ଉପଲବ୍ଧତା ବୃଦ୍ଧି କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ପଶ୍ଚିମ ଏସିଆରେରେ ଚାଲିଥିବା ଯୁଦ୍ଧ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରିଛି। ଆନ୍ତର୍ଜାତୀୟ ଏବଂ ଘରୋଇ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟରୁ ରପ୍ତାନିକାରୀଙ୍କୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ଏହା ଘରୋଇ ମୂଲ୍ୟକୁ ପ୍ରଭାବିତ କରିବ ନାହିଁ।
ଆହୁରି ପଢନ୍ତୁ : ଇସଲାମାବାଦରେ ଆମେରିକା-ଇରାନ ଶାନ୍ତି ବାର୍ତ୍ତା : ଭାରତ କାହିଁକି ମଧ୍ୟସ୍ଥତା କଲାନି ? କୁଟନୀତି ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ