ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କେନ୍ଦ୍ରୀୟ ଟିକସରୁ ୪୦%କୁ କମିପାରେ ରାଜ୍ୟ ଭାଗ: ଉଚ୍ଚସ୍ତରୀୟ କମିଟି କରିବ ବିଚାର, ୨୦୨୬ ଆର୍ଥିକ ବର୍ଷରୁ ଲାଗୁ

Published By : Prameya | February 28, 2025 1:42 PM

ନୂଆଦିଲ୍ଲୀ,୨୮/୦୨: କେନ୍ଦ୍ରୀୟ ଟିକସରୁ ରାଜ୍ୟଗୁଡ଼ିକର ଭାଗ କମିପାରେ । ଏବେ ଏହି  ଟିକସରେ ରାଜ୍ୟଗୁଡ଼ିକର ଭାଗ ୪୧% ରହିଛି । ତେବେ ଏହାକୁ ୪୦%କୁ କମାଇବା ଲାଗି କେନ୍ଦ୍ର  ସରକାର ଚାହୁଁଛନ୍ତି ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ  ଅଧିକାରୀ କହିଛନ୍ତି । ଏଭଳି ଏକ ପ୍ରସ୍ତାବ ଏବେ କେନ୍ଦ୍ର  ଅର୍ଥ ଆୟୋଗଙ୍କ ନିକଟକୁ ପଠାଯିବ । ଏହା ଚୂଡାନ୍ତ  ମଞ୍ଜୁରୀ ଲାଭ କଲେ ଲାଗୁ ହେବ । ତେବେ ଏହା  ଆଗାମୀ ଦିନରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ପ୍ରଭାବିତ  କରିବ ବୋଲି କୁହାଯାଉଛି । 

ଏବେ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କୁ  ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଏଥିଯୋଗୁ  ଟିକସ ଭାଗରେ ଏଭଳି ପରିବର୍ତ୍ତନ କରିବାକୁ  ସରକାର ଚାହୁଁଥିବା ପ୍ରକ୍ରିୟା ସହ ଜଡ଼ିତ ୩ ଜଣ  ଅଧିକାରୀ କହିଛନ୍ତି । ଟିକସ ଭାଗବଣ୍ଟା ସହ କେନ୍ଦ୍ରରାଜ୍ୟ ବିତ୍ତୀୟ ସମ୍ପର୍କର ବିଭିନ୍ନ ଦିଗ ଉପରେ ଅର୍ଥ  ଆୟୋଗକୁ ଏକ ପ୍ରସ୍ତାବ ଦିଆଯିବ । ଏ ନେଇ  ଗଠିତ କମିଟିର ମୁଖ୍ୟ ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆ ରହିଛନ୍ତି । ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ  ଦିଗ ଉପରେ ଆଲୋଚନା ପରେ କମିଟି ଏହାର  ସୁପାରିସ ରଖିବ । ୨୦୨୬-୨୭ ଆର୍ଥିକ ବର୍ଷରୁ  ଏହାକୁ ଲାଗୁ କରାଯାଇପାରେ । 

ରାଜ୍ୟଗୁଡ଼ିକର ଟିକସ ଭାଗ ୪୦%କୁ କମାଇବା  ନେଇ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମାର୍ଚ୍ଚ ଶେଷ ସୁଦ୍ଧା  ମଞ୍ଜୁରୀ ଦେବା ପରେ ଏହାକୁ ଅର୍ଥ କମିଶନଙ୍କ  ନିକଟକୁ ପଠାଯିବ । ରାଜ୍ୟଗୁଡ଼ିକର ଟିକସ ଭାଗ  ୧% କମିଲେ ରାଜକୋଷକୁ ୩୫ ହଜାର କୋଟି  ସଞ୍ଚୟ ହେବ । ଟିକସ ଆଦାୟ ବଢ଼ିଲେ ଏହା ଅଧିକ  ରହିପାରେ । ଏ ନେଇ ଅର୍ଥ ମନ୍ତ୍ରଣାଳୟ ଏବଂ ଅର୍ଥ  ଆୟୋଗଙ୍କ ସ୍ପଷ୍ଟୀକରଣ ଲୋଡ଼ା ଯାଇଥିଲେ ମଧ୍ୟ  ଏହା ମିଳିପାରିନି । ୧୯୮୦ରେ କେନ୍ଦ୍ର ଟିକସରେ  ରାଜ୍ୟଗୁଡ଼ିକର ଅଂଶ ୨୦% ଥିବା ବେଳେ ଏହା  ୪୧%କୁ ବଢ଼ିଛି । ତେବେ ଆର୍ଥିକ ମାନ୍ଦାବସ୍ଥା ପରଠୁ  କେନ୍ଦ୍ରକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । କେନ୍ଦ୍ରର  ବିତ୍ତୀୟ ନିଅଣ୍ଟ ଚଳିତ ଆର୍ଥିକ ବର୍ଷ ଜିଡିପିର ୪.୮%  ରହିବ । ସେହିଭଳି ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ  ଦେଶର ଜିଡିପିର ୩% । 

ଅର୍ଥନୀତି ଲାଗି ସରକାରଙ୍କ ମୋଟ ଖର୍ଚ୍ଚରେ  ରାଜ୍ୟଗୁଡ଼ିକର ଅଂଶ ୬୦% ରହୁଛି । ଶିକ୍ଷା, ସ୍ୱାସ୍ଥ୍ୟ  ଭଳି ସାମାଜିକ ଭିତ୍ତିଭୂମିରେ ରାଜ୍ୟ ନିବେଶ କରୁଥିବା  ବେଳେ କେନ୍ଦ୍ର ସରକାର ଭିତ୍ତିଭୂମିରେ ଖର୍ଚ୍ଚ କରିଥାନ୍ତି ।  ଜିଏସ୍‌ଟି ପରେ ଏବେ ରାଜ୍ୟଗୁଡ଼ିକ ନିକଟରେ ରାଜସ୍ୱ ଆଦାୟର ସ୍ରୋତ କମ୍‌ ରହିଛି । କୋଭିଡଠାରୁ କେନ୍ଦ୍ର  ସରକାର ସେସ୍‌ ଏବଂ ସରଚାର୍ଜରୁ ବିପୁଳ ଅର୍ଥ  ଆଦାୟ କରୁଛନ୍ତି । ମୋଟ ଟିକସରେ ଏହା ପୂର୍ବରୁ ୧୦ରୁ ୧୨% ଥିବା ବେଳେ ଏବେ ୧୫%କୁ ବଢ଼ିଛି । 

ଏଭଳି ସ୍ଥିତିରେ ରାଜ୍ୟଗୁଡିକୁ କମ୍‌ ଅର୍ଥ  ଆସିଲେ ସେମାନଙ୍କୁ ମଧ୍ୟ ଖର୍ଚ୍ଚ ବେଳେ ଚିନ୍ତା କରିବାକୁ  ପଡ଼ିବ । ମାଗଣା ଯୋଜନାଗୁଡ଼ିକ ଉପରେ ବିଚାର  କରିବା ସହ ଏହା ଉପରେ ରୋକ ଲଗାଇବା ଲାଗି  ରାଜ୍ୟଗୁଡ଼ିକୁ କୁହାଯାଉଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.