ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସଂକ୍ରାନ୍ତି ପାଇଁ ମାଡ଼ ଖାଇଲା ଛାଡଖାଇ: ରବିବାରକୁ ଘୁଞ୍ଚିଲା ଆମିଷ ଖିଆ, ଦିନକ ଆଗରୁ ଦିଆସରିଲାଣି ଅର୍ଡର

Published By : Prameya | November 16, 2024 8:47 AM

ଭୁବନେଶ୍ୱର,୧୬/୧୧: ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । କିଏ  ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ। ଟାକି ବସିଥିଲେ ଛାଡ଼ ଖାଇକୁ । ପୂର୍ଣ୍ଣିମା ବାସି ଶନିବାର ପଡ଼ିଥାନ୍ତା  ଛାଡ଼ଖାଇ । ନିର୍ଘାତ ଆଇଁଷ ଖାଇଥାନ୍ତେ । ହେଲେ ପାଗଯୋଗ ବିଗିଡ଼ିଗଲା । ଶନିବାର ସଂକ୍ରାନ୍ତି ଥିବାରୁ ରବିବାରକୁ ଘୁଞ୍ଚିଗଲା  ଛାଡ଼ଖାଇ । ଅର୍ଥାତ ଆଇଁଷ ଖାଇବାକୁ ଆହୁରି  ୨୪ଘଣ୍ଟାର ଯନ୍ତ୍ରଣା ଭୋଗିବାକୁ ହେବ । ଏପଟେ ଆଇଁଷ ବେପାରୀଙ୍କୁ ବି ଗୋଟିଏ ଦିନ ପେକ୍ଷା କରିବାକୁ ପଡ଼ିବ । କିଏ ମାଛ ପାଇଁ  ବଇନା ଦେଇସାରିଛି ତ କିଏ ଖାସି କିଣିଆଣି  ଘରେ ରଖିଛି । ତ ଆଉ କିଏ ଚିକେନ ଭାଡ଼ି ସଜେଇ କରି ଥୋଇଛି । ତେଣୁ ୨୪ଘଣ୍ଟାର କାଉଣ୍ଟଡାଉନ୍‌ ଆରମ୍ଭ କରିଛନ୍ତି ବିକିଲା ବାଲା ଓ  ଖାଇଲା ବାଲା । ଏସବୁ ମଧ୍ୟରେ କିନ୍ତୁ କୁକୁଡ଼ା, ଛେଳିଙ୍କ ଆୟୁଷ ଗୋଟିଏ ଦିନ ବଢ଼ିଛି ।  

ଦୈତନଗରୀ ଭୁବନେଶ୍ୱର ଓ  କଟକରେ ଗତବର୍ଷ ୮କୋଟିରୁ ଊଦ୍ଧ୍ୱର୍ ଟଙ୍କାର  ଆମିଷ ବେପାର ହୋଇଥିଲା । ସେଥିମଧ୍ୟରୁ  ଭୁବନେଶ୍ୱରରେ କେବଳ ୫ କୋଟିର ବେପାର  ଥିଲା । ଏଥରକ ଉଭୟ ସହରରେ ୧୦ କୋଟିର  ବେପାର ହେବ ବୋଲି ଆକଳନ କରାଯାଇଛି ।  ଯଦି ଭୁବନେଶ୍ୱର କଥା କହିବା, ଅଣ ଛାଡ଼ଖାଇ  ସମୟରେ ପ୍ରତିଦିନ ବେପାର କୋଟିଏ ପର୍ଯ୍ୟନ୍ତ  ଛୁଏଁ । ହେଲେ ରଜ, ଛାଡ଼ଖାଇ ଆସିଲେ ବେପାର  ୩ଗୁଣ ହୋଇଯାଏ । ଛାଡ଼ ଖାଇ ପାଇଁ ଶୁକ୍ରବାର  ସୁଦ୍ଧା ଭୁବନେଶ୍ୱରକୁ ୪୫୦ରୁ ୫୦୦ କୁଇଣ୍ଟା ଖାସି  ଆସିଛି । ଏହି ସବୁ ଖାସି କୋଲକାତା ସମେତ  ହରିପୁର, ଦଶପଲ୍ଲା, ବାରିପଦା, ଯଶିପୁର ଆଦି  ସ୍ଥାନରୁ ୨୫୫ କୁଇଣ୍ଟାଲ ଛେଳି ଆସିସାରିଛି । ସେହିପରି ୨୦୦୦ ଟନ୍‌ କୁକୁଡ଼ା(ଉଭୟ  ଦେଶୀ ଓ ବ୍ରଏଲର) ମଧ୍ୟ ଆସିଛି । ତେବେ  ଶନିବାର ସଂକ୍ରାନ୍ତି ଥିବାରୁ ମାଛ ଆସିପାରିନି ।  ଯାହା ବୁଧବାର ଆସିଥିଲା ତାହା ରବିବାର  ବିକ୍ରି ହେବ । 

ଶୁକ୍ରବାର ୨୦ରୁ ୨୫ଟି ମାଛ ଗାଡ଼ି  ପାଇଁ ଅର୍ଡର ଦିଆଯାଇଛି । ଆନ୍ଧ୍ରପ୍ରଦେଶ ସହ ଚିଲିକା, ଭୂଷଣ୍ଡପୁର, ପାରାଦୀପ, ବାଲେଶ୍ୱର  ଓ ଭଦ୍ରକ ଆଦି ସ୍ଥାନରୁ ଦେଶୀ ମାଛ ଆସିବ । ବର୍ତ୍ତମାନ ପର୍ଯ୍ୟନ୍ତ ଦର ତାଲିକା ହୋଇନାହିଁ । ରବିବାର ତାଲିକା କରାଯିବ ବୋଲି ନିଖିଳ  ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘର ସଭାପତି  ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.