ନୂଆଦିଲ୍ଲୀ,୧୬।୪:  ଗୁରୁବାର ଚଣ୍ଡୀଗଡର ନାମୀଦାମୀ ୫  ସ୍କୁଲକୁ ଆସିଛି ବୋମା ଧମକ। ସ୍କୁଲ ମ୍ୟାନେଜମେଣ୍ଟକୁ ଧମକପୂର୍ଣ୍ଣ ଇମେଲ ଆସିବାର ପରେ ଖେଳି ଯାଇଥିଲା ଆତଙ୍କ। ପ୍ରଶାସନ ତୁରନ୍ତ ଆକ୍ସନରେ ଆସିଯାଇଥିଲା। ସୁରକ୍ଷାକୁ ଦୃଷ୍ଟି ରଖି ତୁରନ୍ତ ସ୍କୁଲକୁ ଖାଲି କରି ଦିଆଯାଇଥିଲା। ସ୍କୁଲକୁ ଏଭଳି ଧମକ ମିଳିବା ପରେ ସ୍କୁଲ ପ୍ରଶାସନ ଓ ଅବିଭାବକ ଚିନ୍ତାରେ ପଡିଯାଇଥିଲେ। ବିଭିନ୍ନ ସେକ୍ଟରର ପାଞ୍ଚଟି ପ୍ରମୁଖ ସ୍କୁଲକୁ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସମସ୍ତେ ଆତଙ୍କିତ ହୋଇଯାଇଥିଲା। ସେକ୍ଟର ୪୯ରେ ଥିବା ରିଆନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ, ସେକ୍ଟର ୪୫ରେ ଥିବା ସେଣ୍ଟ ଷ୍ଟିଫେନ୍ସ ସ୍କୁଲ, ସେକ୍ଟର ୪୧ରେ ଥିବା ଅଜିତ କରମ ସିଂହ ସ୍କୁଲ, ସେକ୍ଟର ୩୨ରେ ସାମ୍ପିନ୍ସ ସ୍କୁଲ ଏବଂ ସେକ୍ଟର ୨୬ରେ ଥିବା ସେଣ୍ଟ ଜନ୍ ସ୍କୁଲକୁ ବୋମା ଧମକ ପରେ  ପୋଲିସ ଏବଂ ସୁରକ୍ଷା ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ଧମକ ମିଳିବା ମାତ୍ରେ ପୋଲିସର ବହୁ ଟିମ୍, ବମ୍ ସ୍କ୍ବାଡ ଓ ଡଗ୍ ସ୍କ୍ବାଡ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲେ। ସୁରକ୍ଷାରେ କୌଣସି ପ୍ରକାର ଯେପରି ଅଭାବ ନହୁଏ, ଏଥିପାଇଁ ଫାୟର ବ୍ରିଗେଡ୍ ଓ ଆମ୍ବୁଲାନ୍ସକୁ ଷ୍ଟାଣ୍ଡବାୟ ରଖାଯାଇଛି। ବର୍ତ୍ତମାନ ପୋଲିସର ଏକ ଟିମ୍ ଗୋଟିଏ ଗୋଟିଏ କ୍ଲାସ, ଡେସ୍କ ଓ ସ୍କୁଲର ପ୍ରତି କୋଣ ଅନୁକୋଣକୁ ସତର୍କତାର ସହ ତଲାସୀ ନେଉଛି। ଯାହାଫଳରେ ଏହା ସ୍ପଷ୍ଟ ହୋଇପାରିବ ଯେ, କେଉଁଠି କିଛି ବିପଦ ତ ନାହିଁ।

ପୋଲିସ ଏବେ ଏହି କଥାର ସମାଧାନ କରିବାରେ ଲାଗିଛି ଯେ, ଏହି ମେଲ୍ କେଉଁଠାରୁ ଆସିଲା ଓ କିଏ ପଠାଇଛି। ଉଲ୍ଲେଖନୀୟ ଯେ, ଗତ କିଛି ସପ୍ତାହରେ ପଞ୍ଜାବ ଓ ହରିୟାଣାର ଅଲଗା ଅଲଗା ଅଞ୍ଚରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ପଠାଯିବା ଜାରି ରହିଛି। ଏବେ କିଛି ଦିନ ପୂର୍ବରୁ ପଟିୟାଲାର ଓ ମୋଗାର ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା, କିନ୍ତୁ କିଛି ଘଣ୍ଟାର ଯାଞ୍ଚ ପରେ କିଛି ମିଳିନଥିଲା ଓ ମେଲ୍ କେବଳ ମାତ୍ର ଫେକ୍ ବୋଲି ଜଣାପଡିଥିଲା।

ଚଣ୍ଡୀଗଡ ପୋଲିସର କହିବା ଅନୁସାରେ, ଯଦିଓ ଏହା ପୁରା ମାମଲା ଓ ଫେକ୍, କିନ୍ୁତ ପିଲାଙ୍କ ଜୀବନ ଓ ସୁରକ୍ଷା ସହ କୌଣସି ପ୍ରକାର ଅଣଦେଖା କରିହେବନି। ତେଣୁ ପୁରା ପ୍ରୋଟକଲ୍ ଅନୁସାରେ, ସର୍ଚ୍ଚ ଓ ସାନିଟାଇଜେସନ୍ ଅପରେସନ୍ ଚାଲିଛି। ସାଇବର ସେଲ୍ ଓ ଟିମ୍ ଇମେଲ୍ ପଠାଇଥିବା ଲୋକଙ୍କ ବିଷୟରେ ଜାଣିବାକୁ ଡିଜିଟାଲ ଫୁଟ୍ପ୍ରିଣ୍ଟ ଖୋଜୁଛି। ଯାହାଫଳରେ ଏହା ପଛରେ ଥିବା ପ୍ରକୃତ ବ୍ୟକ୍ତିର ମୁଖା ଖୋଲିହେବ। ବର୍ତ୍ତମାନ ପୁରା ସହରର ସୁରକ୍ଷା ବୖାଇ ଦିଆଯାଇଛି। ପୋଲିସ ଲୋକଙ୍କୁ ସଂଯମତା ରକ୍ଷା କରିବାକୁ ଅପିଲ କରିଛି।

ଆହୁରି ପଢନ୍ତୁ :ପାକିସ୍ତାନରେ ଲସ୍କରର ଟପ୍ ଆତଙ୍କୀ ଆମିର ହମଜାକୁ ଗୁଳିମାଡ଼, ଅଜଣା ବନ୍ଧୁକଧାରୀଙ୍କ ହମଲା