ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

‘ଛଟ୍‌ ପୂଜା’ର ପୂରା କାହାଣୀ : ସର୍ବ ପ୍ରଥମେ କିଏ କରିଥିଲେ ଏହି ବ୍ରତ ?

Published By : Prameya | November 4, 2024 7:37 PM

ନୂଆଦିଲ୍ଲୀ –ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ସପ୍ତମୀ ତିଥି ଯାଏ ଛଟ୍‌ ପୂଜା ପାଳନ କରାଯାଏ। ଏହି ସମୟରେ ସୂର୍ଯ୍ୟଦେବ ଓ ଛଅ ଜଣ ମାତାଙ୍କର ପୂଜା ଉପାସନା କରାଯାଏ। ଛଟ୍‌ ପର୍ବ ବିଶେଷ କରି ବିହାର , ଝାଡ଼ଖଣ୍ଡ  ଓ ଉତ୍ତର ପ୍ରଦେଶର ଅନେକ ରାଜ୍ୟରେ ପାଳନ କରାଯାଏ। ଏହି ପର୍ବ ବର୍ଷକରେ ଦୁଇ ଥର ପାଳନ କରାଯାଏ। ଚୈତ୍ର ଶୁକ୍ଳ ପକ୍ଷ ଷଷ୍ଠୀରେ ପାଳିତ ଛଟ୍‌ ପର୍ବକୁ ଚଇତି ଛଟ୍‌ ଓ କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରେ ପାଳନ କରାଯାଉ ଥିବା ପର୍ବକୁ କାର୍ତ୍ତିକ ଛଟ୍‌ କୁହାଯାଏ। ଆସନ୍ତା କାଲି ୫ ନଭେମ୍ୱରରେ ୨୦୨୪ରୁ ନହେ ଖୈ  ସହ କାର୍ତ୍ତିକ ଛଟ୍‌ ପୂଜାର ଆରମ୍ଭ ହୋଇଯିବ। ୬ ନଭେମ୍ୱରରେ ଖର୍ନା ଅଛି। ୭ ନଭେମ୍ୱରରେ ଛଟ୍ ପୂଜାର ସନ୍ଧ୍ୟା ଅର୍ଘ୍ୟ ଦିଆଯିବ। ୮ ନଭେମ୍ୱରରେ ଉଦିତ ସୂଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ। ଏହାପରେ ବ୍ରତର ପାରଣ ହେବ। ସୂର୍ଯ୍ୟ ଓ ଛଅ ମାତାଙ୍କ ଉପାସନାର ଏହି ମହାପର୍ବକୁ ନେଇ ଅନେକ ପୌରାଣିକ କଥା ପ୍ରଚଳିତ ଅଛି। ଏହି ପର୍ବକୁ ଦେବୀ ଦ୍ରୌପଦୀଙ୍କ ସହ ମଧ୍ୟ ଯୋଡ଼ି କରି ଦେଖାଯାଏ। 

ପୌରାଣିକ କଥା ଅନୁସାରେ , ଛଟ୍‌ ପୂଜାର ଆରମ୍ଭ ମହାଭାରତ ସମୟରେ ହୋଇଥିଲା। ସର୍ବ ପ୍ରଥମେ ସୂର୍ଯ୍ୟ ପୁତ୍ର କର୍ଣ୍ଣ ସୂର୍ଯ୍ୟଦେବଙ୍କ ପୂଜା ଆରମ୍ଭ କରିଥିଲେ। ସେ ପ୍ରତିଦିନ ଘଣ୍ଟା ଘଣ୍ଟା ଯାଏ ପାଣିରେ ଠିଆ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉ ଥିଲେ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରେ ସେ ମହାନ ଯୋଦ୍ଧା ହୋଇ ପାରି ଥିଲେ। 

କିଛି କଥାବସ୍ତୁରେ ଦ୍ରୌପଦୀଙ୍କ ସହ ମଧ୍ୟ ଛଟ୍‌ ପର୍ବକୁ ଯୋଡ଼ା ଯାଇଛି। ମାନ୍ୟତା ଯେ, ଯେବେ ପାଣ୍ଡବ ଜୁଆରେ ନିଜର ସବୁ ରାଜପାଟ ହାରି ଗଲେ , ସେତେବେଳେ ମାତା ଦ୍ରୌପଦୀ ଛଟ୍‌ ବ୍ରତ ରଖି ଥିଲେ। ବ୍ରତର ପୁଣ୍ୟ ଫଳରୁ ପାଣ୍ଡବଙ୍କୁ ନିଜର ରାଜ୍ୟ ପୁଣି ମିଳିଥିଲା। ଏହିପରି ଛଟ୍‌ବ୍ରତକୁ ସୁଖ ସମୃଦ୍ଧିଦାୟୀ ଭାବେ ମନେ କରାଯାଇଛି। 

ଏହା ବ୍ୟତୀତ  ଏହା ମଧ୍ୟ କଥା ପ୍ରଚଳିତ ଅଛି ଯେ , ପ୍ରଭୁ ଶ୍ରୀରାମ ଯେବେ ଲଙ୍କାପତି ରାବଣଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ , ତ ରାମ ରାଜ୍ୟର ଦିନ କାର୍ତ୍ତିକ ଶୁକ୍ଳ ଷଷ୍ଠୀରେ ମାତା ସୀତା ଓ ଭଗବାନ ଶ୍ରୀରାମ ଉପବାସ କରିଥିଲେ ଏବଂ ସୂର୍ଯ୍ୟଦେବଙ୍କ ପୂଜା-ଅର୍ଚ୍ଚନା କରି ଥିଲେ। ସପ୍ତମୀରେ ସୂର୍ଯ୍ୟୋଦୟ ସମୟରେ ଆଉ ଥରେ ପୂଜା –ଆରାଧନାରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ। 

ଛଟ୍ ପୂଜାରେ ଛଅ ମାତା ଓ ସୂର୍ଯ୍ୟଦେବଙ୍କ ପୂଜା-ଆରାଧନାର ବଡ଼ ମହତ୍ତ୍ୱ ଅଛି। ଛଅ ମାତା ସୂର୍ଯ୍ୟ ଦେବଙ୍କ ଭଉଣୀ। ଏଥିପାଇଁ ଛଅ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟଦେବଙ୍କ ପୂଜା ଅର୍ଚ୍ଚନା କରାଯାଏ। ଏହି ପର୍ବର ଦିନକ ପୂର୍ବରୁ ଘରକୁ ସଫା ସୁତୁରା କରାଯାଏ। ୪ଦିନ ଧରି ସାତ୍ତ୍ୱିକ ଭୋଜନ କରାଯାଏ। ପ୍ରଥମ ଦିନ ଖରନା ହୋଇଥାଏ। ଦ୍ୱିତୀୟ ଦିନ ସୂର୍ଯ୍ୟଙ୍କୁ ସନ୍ଧ୍ୟା ଅର୍ଘ୍ୟ ଦିଆଯାଏ ଏବଂ ୪ର୍ଥ ଦିନ ସକାଳେ ଉଦୟ ସୂର୍ଯ୍ୟଙ୍କୁ ଜଳ ଦିଆ ଯାଏ। ଧାର୍ମିକ ମାନ୍ୟତା ଅନୁସାରେ , ଛଟ୍‌ ବ୍ରତ କରିବା ଦ୍ୱାରା ଘରେ ଧନ , ସୁଖ-ସମୃଦ୍ଧି ଓ ପ୍ରସନ୍ନତା ବୃଦ୍ଧି ପାଇଥାଏ । ସନ୍ତାନସୁଖର ପ୍ରାପ୍ତି ପାଇଁ ମଧ୍ୟ ଏହି ବ୍ରତ ପାଳନ କରାଯାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.