ନୂଆଦିଲ୍ଲୀ,୨୧/୧୧; ପାକିସ୍ତାନକୁ ୮ ନୂଆ ହାଙ୍ଗର କ୍ଲାସ ବୁଡ଼ାଜାହଜ ଦେବ ଚୀନ୍ । ଏହା ଆଧୁନିକ ଟେକ୍ନୋଲୋଜିପୂର୍ଣ୍ଣ । ଏୟାର ଇଣ୍ଡିପେଣ୍ଡଣ୍ଟ ପ୍ରପଲ୍ସନ୍ (ଏଆଇପି) ସିଷ୍ଟମରେ ସଜ୍ଜିତ ଯାହା ଦୀର୍ଘ ସମୟ ପାଇଁ ପାଣି ଭିତରେ ରହିପାରିବ । ପ୍ରଥମ ବୁଡ଼ାଜାହଜ ୨୦୨୬ରେ ପାକିସ୍ତାନ ନୌସେନାରେ ସାମିଲ ହେବ । ସମସ୍ତ ୮ଟି ସବମରିନ୍ ୨୦୨୮ ସୁଦ୍ଧା ପାକ୍ ନୌସେନାରେ ସାମିଲ ହେବ । ତେବେ ସମୁଦ୍ରରେ କେତେ ଶକ୍ତିଶାଳୀ ଭାରତ ତାକୁ ନେଇ ପଢନ୍ତୁ ଏହି ରିପୋର୍ଟ ।
ପାକିସ୍ତାନକୁ ଚୀନ ଦେବାକୁ ଯାଉଥିବା ୮ଟି ଉନ୍ନତମାନର ସବମରିନ ଶତ୍ରୁକୁ ଚକମା ଦେବାରେ ସିଦ୍ଧହସ୍ତ । ଏହି ନୂଆ ସବମରିନ, ପାଣି ଭିତରେ ଲୁଚକାଳି ଖେଳ ଖେଳିବାରେ ମାହିର । ଘଣ୍ଟା ଘଣ୍ଟା ଧରି ସମୁଦ୍ର ଭିତରେ ଲୁଚି ରହିବାକୁ ସକ୍ଷମ ଏହି ସବମରିନ । ଯାହା ଭାରତ ପାଇଁ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୮ଟି ସବମରିନ ଭିତରୁ ଏବେ ୪ଟି ସବମରିନର କାମ ଚୀନରେ ଚାଲିଥିବାବେଳେ, ଆଉ ୪ଟି କାମ ପାକିସ୍ତାନ ଭିତରେ ଚାଲିଛି । ୨୦୨୬ ସୁଦ୍ଧା ପ୍ରଥମ ସବମରିନ ପାକିସ୍ତାନ ଆର୍ମିରେ ଏଣ୍ଟ୍ରି ମାରିବାକୁ ଥିବାବେଳେ, ୨୦୨୮ ସୁଦ୍ଧା ସବୁତକ ବୁଡ଼ାଜାହଜ ପାକିସ୍ତାନ ଆର୍ମିକୁ ମିଳିଯିବ । ଚୀନ ସହ ପାକିସ୍ତାନ ୫ ଅରବ ଡଲାରରେ ଚୁକ୍ତି କରିଛି । ଏହାଦ୍ୱାରା ସମୁଦ୍ରରେ ପାକିସ୍ତାନର ଶକ୍ତି ବଢିବା ସହ ଆରବ ସାଗରରେ ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବ । ହେଲେ ଭାରତର ନୌସେନା ବହୁତ ମଜବୁତ ।
ପାକିସ୍ତାନକୁ ମିଳିବାକୁ ଥିବା ଏହି ସବମରିନ୍ କେତେ ଶକ୍ତିଶାଳୀ-
.ଏହି ହଙ୍ଗର କ୍ଲାସର ସବମରିନ ଶତ୍ରୁକୁ ଚକମା ଦେବ ।
.ଏହାର ଓଜନ ପାଖାପାଖି ୨୮୦୦ ଟନ ହେଇଥିବାବେଳେ, ଲମ୍ବ ୭୭ ମିଟର ।
. ପାଣି ଉପରେ ଏହା ୧୮ ନଟ ପ୍ରତି ଘଣ୍ଟା ଚାଲିବାକୁ ସକ୍ଷମ ।
. ପାଣି ଭିତରେ ୨୦ ନଟ ପ୍ରତି ଘଣ୍ଟା ଚାଲିପାରିବ ।
.ପାଣି ଭିତରେ ଏହି ସବମରିନ କ୍ରୁଜ୍ ମିସାଇଲକୁ ମାରିବାକୁ ସକ୍ଷମ ।
.ପାକିସ୍ତାନର ପୁରୁଣା ବୁଡ଼ାଜାହଜଠୁ ଉନ୍ନତ ।
.କ୍ରୁ- ୩୮ରୁ ୪୫ ଜଣ ।
ସମୁଦ୍ରରେ ଭାରତର ଶକ୍ତି- ପାକିସ୍ତାନର ଏହି ନୂଆ ସବମରିନ ଏଆଇପି ସିଷ୍ଟମ ହେଇଥିବାବେଳେ, ଭାରତ ପାଖରେ ନ୍ୟୁକ୍ଲିୟର ସବମରିନ ରହିଛି । ସମୁଦ୍ରରେ ଭାରତର ଶକ୍ତି କିଛି କମ ନୁହେଁ । ଭାରତର ବୁଡ଼ାଜାହଜ ପାଣି ଭିତରେ ମାସ ମାସ ଧରି ରହିବାକୁ ସକ୍ଷମ । ଏହାସହିତ ଭାରତ ପାଖରେ ଦୁଇ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ରହିଛି, ଯିଏକି ଲଢ଼ୁଆ ଯୁଦ୍ଧ ବିମାନକୁ ସମୁଦ୍ର ପଥରେ ବୋହି ନେଇପାରିବ । ପାକିସ୍ତାନ ପାଖରେ କିନ୍ତୁ ଆଜି ଯାଏ ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ଭାରତର ନୌସେନା ପାକିସ୍ତାନର ନୌସେନାଠାରୁ ୪ ରୁ ୫ ଗୁଣ ବଡ଼ । ପାକିସ୍ତାନ କେବଳ ନିଜ ସୀମା ଭିତରେ ବଳବାନ ହେଇଥିବାବେଳେ, ଭାରତ କିନ୍ତୁ ସମୁଦ୍ର ପଥରେ ନିଜର ଦବଦବା ରଖେ । ଭାରତ ପାଖରେ ବର୍ତ୍ତମାନ ୧୫୦ରୁ ଅଧିକ ବୁଡ଼ାଜାହଜ ଅଛି । ୫୦ର ତିଆରି ଚାଲିଛି । ଭାରତ ପାଖରେ ପି-୮୧ ବିମା ଅଛି ଯାହା ବୁଡାଜାହଜ ଖୋଜିବାକୁ ମାହିର । ଏମଏଚ-୬୦ଆର ହେଲିକପ୍ଟର ଏବଂ ବ୍ରହ୍ମୋସ ପରି ଦ୍ରୁତ ମିସାଇଲ ଅଛି । ସମୁଦ୍ରରେ ଭାରତ ମଜବୁତ ସ୍ଥିତିରେ ରହିଛି । ସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ଭାରତ ।