ନୂଆଦିଲ୍ଲୀ : ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭେନେଜୁଏଲା ଉପରେ ସାମରିକ ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଧକ କରିବା ପରେ ଟ୍ରମ୍ପଙ୍କ ମନୋବଳ ଯଥେଷ୍ଟ ବୃଦ୍ଧି ପାଇଛି। ସେ ଗ୍ରୀନଲ୍ୟାଣ୍ଡ ଉପରେ ନିୟନ୍ତ୍ରଣ ସମ୍ପର୍କରେ ଅନେକ ବିବୃତ୍ତି ଦେଇଛନ୍ତି, ଯାହାର ମୂଳ କଥା ହେଉଛି ଯେ, ଯଦି ଆମେରିକା ପାରସ୍ପରିକ ଆଲୋଚନା ମାଧ୍ୟମରେ ଗ୍ରୀନଲ୍ୟାଣ୍ଡ ଉପରେ ନିୟନ୍ତ୍ରଣ ହାସଲ କରେ, ତେବେ ଏହା ଠିକ୍ ଅଛି, ନଚେତ୍ ସେ ସାମରିକ କାର୍ଯ୍ୟାନୁଷ୍ଠାନରୁ ପଛଘୁଞ୍ଚା ଦେବେ ନାହିଁ। ଆଉ ଏହି ସମୟରେ ଚୀନ୍ ଆମେରିକାର ଏହି ମନୋଭାବକୁ ନେଇ କ୍ରୋଧିତ ହୋଇଛି। ଚୀନ୍ ସ୍ପଷ୍ଟ ଭାବରେ ଟ୍ରମ୍ପଙ୍କୁ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଦେଶ ଗୁଡ଼ିକୁ ବ୍ୟବହାର କରିବା ବନ୍ଦ କରିବାକୁ ପରାମର୍ଶ ଦେଇଛି।

ଟ୍ରମ୍ଫଙ୍କୁ ଚୀନ୍ କ'ଣ କହିଲା ?

ସୋମବାର ଦିନ ବେଜିଂରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, "ଆର୍କଟିକରେ ଚୀନ୍ ର କାର୍ଯ୍ୟକଳାପ ଏହି ଅଞ୍ଚଳରେ (ଗ୍ରୀନ୍ ଲ୍ୟାଣ୍ଡ) ଶାନ୍ତି, ସ୍ଥିରତା ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ।

ସମସ୍ତ ଦେଶର ଅଧିକାରକୁ ସମ୍ମାନ କରାଯିବା ଉଚିତ…

ଗ୍ରୀନଲ୍ୟାଣ୍ଡର ସିଧାସଳଖ ନାମ ନ ନେଇ, ମାଓ କହିଛନ୍ତି, "ଆର୍କଟିକରେ ଆଇନଗତ କାର୍ଯ୍ୟକଳାପ କରିବା ପାଇଁ ସମସ୍ତ ଦେଶର ଅଧିକାର ଏବଂ ସ୍ୱାଧୀନତାକୁ ପୂର୍ଣ୍ଣ ସମ୍ମାନ କରାଯିବା ଉଚିତ। ଆମେରିକା ନିଜ ଲାଭ ପାଇଁ ଅନ୍ୟ ଦେଶ ଗୁଡ଼ିକୁ ଶୋଷଣ କରିବା ଉଚିତ୍ ନୁହେଁ।"

ଟ୍ରମ୍ପ୍ କ’ଣ ଜୋରଜବରଦସ୍ତ ଗ୍ରୀନଲ୍ୟାଣ୍ଡ ଦଖଲ କରିବେ ?

ନ୍ୟୁୟର୍କ ଟାଇମ୍ସ ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପ୍ କହିଥିଲେ ଯେ, ସେ କେବଳ ଏକ ଦୀର୍ଘକାଳୀନ ଚୁକ୍ତି ଉପରେ ନିର୍ଭର କରିବା ପରିବର୍ତ୍ତେ ସମଗ୍ର ଗ୍ରୀନଲ୍ୟାଣ୍ଡର ମାଲିକାନା ଚାହାଁନ୍ତି, ଯାହା ଆମେରିକାକୁ ସେଠାରେ ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେବ । ଟ୍ରମ୍ପ୍ କହିଥିଲେ, "ମାଲିକାନା ଆପଣଙ୍କୁ ଏପରି କିଛି ଦେଇଥାଏ ଯାହା କୌଣସି ଲିଜ୍ କିମ୍ବା ଚୁକ୍ତି ଆପଣଙ୍କୁ ଦେଇପାରିବ ନାହିଁ।

ଏହା ସହ ପଢନ୍ତୁ : ‘ମୁଁ ଯଦି ରାଷ୍ଟ୍ରପତି ନଥାନ୍ତି…ଆଜି ନାଟୋ ଅସ୍ତିତ୍ବ ହରାଇ ସାରନ୍ତାଣି’…