ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୭ ଦାମୀ ଧାତୁ ରପ୍ତାନି ବନ୍ଦ କଲା ଚୀନ୍‌, ମହଙ୍ଗା ହେବ ଗାଡ଼ି, ଅସ୍ତ୍ରଶସ୍ତ୍ର, ବିମାନ

Published By : Rasmita Pradhan | April 15, 2025 8:53 AM

ନୂଆଦିଲ୍ଲୀ,୧୫/୦୪ : ଆମେରିକା ଏବଂ ଚୀନ୍‌ ମଧ୍ୟରେ ବଢ଼ିଚାଲିଛି ବାଣିଜ୍ୟ ଯୁଦ୍ଧ । ଏଭଳି ସ୍ଥିତିରେ ଚୀନ୍‌ ୭ଟି ଦାମୀ ଧାତୁ(ରେୟାର୍‌ ଆର୍ଥ ମାଟେରିଆଲ)ର ରପ୍ତାନି ଉପରେ ରୋକ୍‌ ଲଗାଇଦେଇଛି । କାର, ଡ୍ରୋନ୍‌ଠାରୁ ଆରମ୍ଭ କରି ରୋବଟ ଏବଂ ମିସାଇଲ ପର୍ଯ୍ୟନ୍ତ ଆସେମ୍ବଲ କରିବା ପାଇଁ ଆବଶ୍ୟକୀୟ ମ୍ୟାଗ୍‌ନେଟ୍‌ ବା ଚୁମ୍ବକର ରପ୍ତାନିକୁ ବି ଚୀନ୍‌ ବନ୍ଦରଗୁଡ଼ିକରେ ଅଟକାଇ ଦିଆଯାଇଛି । ଏହି ଧାତୁ ବା ଉପାଦାନଗୁଡ଼ିକ ଅଟୋମୋବାଇଲ, ସେମିକଣ୍ଡକ୍ଟର ଏବଂ ଏରୋସ୍ପେସ୍‌ ବ୍ୟବସାୟଗୁଡ଼ିକ ପାଇଁ ବହୁ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ଚୀନ୍‌ର ନିଷ୍ପତ୍ତି ଦ୍ୱାରା ବିଶ୍ୱବ୍ୟାପୀ ମୋଟରଯାନ, ବିମାନ, ସେମିକଣ୍ଡକ୍ଟର ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ଉପରେ ପ୍ରଭାବ ପଡ଼ିବ । ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ ।

ଏପ୍ରିଲ ୪ରେ ଚୀନ୍‌ ୭ଟି ଦାମୀ ଧାତୁର ରପ୍ତାନି ଉପରେ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ନିର୍ଦ୍ଦେଶ ଅନୁସାରେ, ଏହି ଦାମୀ ଧାତୁ ଏବଂ ଏଥିରୁ ପ୍ରସ୍ତୁତ ସ୍ୱତନ୍ତ୍ର ଚୁମ୍ବକ କେବଳ ସ୍ପେସାଲ ପର୍‌ମିଟ୍‌ ସହ ଚୀନ୍‌ରୁ ବାହାରକୁ ପଠାଯାଇପାରିବ । ରପ୍ତାନି ଉପରେ ରୋକ୍‌ ଲାଗିଥିବା ୭ ଧାତୁ ହେଲା ସମେରିୟମ, ଗ୍ୟାଡୋଲିନିୟମ, ଟର୍‌ବିୟମ, ଡିସ୍‌ପ୍ରୋସିୟମ, ଲ୍ୟୁଟେଟିୟମ, ସ୍କାଣ୍ଡିୟମ ଏବଂ ୟିଟ୍ରିୟମ ଇତ୍ୟାଦି । 

ପ୍ରକାଶଯୋଗ୍ୟ, ସମେରିୟମରୁ ପ୍ରସ୍ତୁତ ଚୁମ୍ବକ ଉଚ୍ଚ ତାପମାତ୍ରାରେ ନିଜର ଶକ୍ତି ହରାଏନାହିଁ । ମିସାଇଲ୍‌ ଗାଇଡାନ୍ସ ସିଷ୍ଟମ, ଟର୍‌ବାଇନ୍‌, ଇଲେକ୍ଟ୍ରିକ୍‌ ମୋଟରରେ ଏହା ବ୍ୟବହାର ହୋଇଥାଏ । ସେହିଭଳି ଗ୍ୟାଡୋଲିନିୟମ ପରମାଣୁ ରିଆକ୍ଟରରେ କ୍ୟାଟେଲିଷ୍ଟ୍‌ର କାର୍ଯ୍ୟ କରିଥାଏ । ମେଡିକାଲ କ୍ଷେତ୍ର ବିଶେଷକରି ଏମ୍‌ଆର୍‌ଆଇ, ଟିଭି ସ୍କ୍ରିନ୍‌ ଏବଂ ଫ୍ଲୋରେସେଣ୍ଟ ଲ୍ୟାମ୍ପରେ ଏହାର ବ୍ୟବହାର ହୋଇଥାଏ । ଟର୍‌ବିୟମ ଟିଭି, ମନିଟର ଏବଂ ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ରେ ନୀଳ ରଙ୍ଗର ଲାଇଟ୍‌ ଉତ୍ପନ୍ନ କରିଥାଏ । ସୋନାର, ସେନ୍ସର ଏବଂ ହାଇ-ଫାଇ ସ୍ପିକରରେ ଏହାର ବ୍ୟବହାର ହୋଇଥାଏ । ସେହିଭଳି ଡିସ୍‌ପ୍ରୋସିୟମ ମ୍ୟାଗ୍‌ନେଟ୍‌ର ଶକ୍ତି ବଢ଼ାଇଥାଏ, ଯାହାଦ୍ୱାରା ପରମାଣୁ ରିକ୍ଟରରେ କଣ୍ଟ୍ରୋଲ ରଡ୍‌ ଭାବେ ବ୍ୟବହାର ହୋଇଥାଏ । ଏହା ଧଳା ଏବଂ ହଳଦିଆ ରଙ୍ଗର ଲାଇଟ୍‌ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ । ଲ୍ୟୁଟେଟିୟମ ଗ୍ୟାସୋଲିନ୍‌ ଏବଂ ଡିଜେଲ୍‌ର ଉତ୍ପାଦନ ବ୍ୟତୀତ କ୍ୟାନ୍‌ସରର କୋଷିକାଗୁଡ଼ିକୁ ଶେଷ କରିବାରେ ବ୍ୟବହାର ହୋଇଥାଏ । ସେହିଭଳି ସ୍କାଣ୍ଡିୟମ ବହୁତ ହାଲୁକା । ବାୟୁଯାନର ପାର୍ଟସ, ଅସ୍ତ୍ରଶସ୍ତ୍ର ଏବଂ ସେମିକଣ୍ଡକ୍ଟରରେ ଏହାର ବ୍ୟବହାର ହୋଇଥାଏ । ୟିଟ୍ରିୟମ ପୃଥିବୀରେ ଅନ୍ୟ ରେୟାର୍‌ ଆର୍ଥ ମାଟେରିଆଲ ତୁଳନାରେ ଅଧିକ ମାତ୍ରାରେ ମିଳିଥାଏ । ପେଟ୍ରୋଲିୟମ ରିଫାଇନିଂ, ମାଇକ୍ରୋୱେଭ୍‌ ଫିଲ୍‌ଟର ଏବଂ ରାଡାର ସିଷ୍ଟମ୍‌ରେ ଏହାର ବ୍ୟବହାର ହୋଇଥାଏ । 

ରେୟାର୍‌ ଆର୍ଥ ମାଟେରିଆଲ ୧୭ଟି ଉପାଦାନର ଏକ ଗ୍ରୁପ୍‌, ଯାହା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସରୁ ନେଇ ପ୍ରତିରକ୍ଷା ଉପକରଣ ପର୍ଯ୍ୟନ୍ତ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଏହାର ଉପଯୋଗ ଆଇଟି ଶିଳ୍ପ, ସୌର ଶକ୍ତି, କେମିକାଲ ଶିଳ୍ପ ବ୍ୟତୀତ ଆଧୁନିକ ପ୍ରଯୁକ୍ତି ତୈଳ ବିଶୋଧନାଗାରରେ ଏବଂ ଆହୁରି ଅନେକ ଶିଳ୍ପରେ ହୋଇଥାଏ । ଆମେରିକା ଏବଂ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଘମାଘୋଟ ଚାଲିଛି। ଉଭୟ ରାଷ୍ଟ୍ର ନିୟମିତ ଭିତ୍ତିରେ ପରସ୍ପର ବିରୋଧୀ ଘୋଷଣା କରିଚାଲିଛନ୍ତି। ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକୁ ଯେସାକୁ ତେସା ଶୁଳ୍କରୁ ମୁକ୍ତି ଦିଆଯାଇଛି, କିନ୍ତୁ ଏହା ସୀମିତ ସମୟ ପାଇଁ । ସେ କହିଲେ ଯେ, ଏହି ଇଲେକ୍ଟ୍ରୋନିକ୍ସ ଉପରେ ପୃଥକ ଭାବେ ଟାରିଫ୍‌ ଲଗାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.