ଖୋର୍ଦ୍ଧା,୦୭/୦୬: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ୍ଏପିଭି) ଯୋଜନାରେ ସାମିଲ ହେବେ ଆଉ ୨୦୪ ସ୍କୁଲ । ଆଜି ଏହାର ପଡ଼ିବ ଭିତ୍ତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିବେ । ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।
ଅଧିକ ପଢ଼ନ୍ତୁ :- Industrial Projects Approved : ରାଜ୍ୟରେ ୨୪ ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ନିବେଶ ହେବ ୩୭୯୩ କୋଟି ଟଙ୍କା
ରବିବାର ପୂର୍ବାହ୍ଣ ସାଢେ ୧୦ଟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁମାରବସ୍ତ ଗ୍ରାମକୁ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପ୍ ଚଳଚଞ୍ଚଳ ହୋଇଉଠିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ୧୩ ପ୍ଲାଟୁନ୍ ଫୋର୍ସଙ୍କ ସମେତ ୫୦ ବଛାବଛା ଅଫିସରଙ୍କୁ ମୁତୟନ କରାଯିବ ବୋଲି ଏଏସ୍ପି ଅନାଦି ଚରଣ ସେଠୀ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ :- World Food Safety Day : ଖାଦ୍ୟ ନାଁରେ ପ୍ରତିଦିନ ସ୍ଲୋ ପଏଜନ ଖାଉଛି ମଣିଷ, କ୍ଷୀରରୁ ମସଲା ସବୁଠି ଚାଲିଛି ଭେଜାଲ କାରବାର