ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ଲୋକସଭା ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ସୁନିତା କେଜ୍ରିଓ୍ବାଲ, ଦିଲ୍ଲୀରେ କଂଗ୍ରେସ ସହ ହୋଇଛି ମେଣ୍ଟ...

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ ରଖାଯାଇଛି ।ଆଉ ଏଠାରେ ଏବେ ଲୋକସଭା ପାଇଁ ମତଦାନ ଚାଲିଛି। ନିର୍ବାଚନରେ ଆମ୍ ଆଦମୀ ପାର୍ଟି ମଧ୍ୟ ଜୋରଦାର୍ ଉଦ୍ୟମ ଜାରି ରଖିଛି । ଆଉ ଏହି ସମୟରେ ଦିଲ୍ଲୀରେ AAP ର ନିର୍ବାଚନ ପ୍ରଚାରର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ। ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନୀତା କେଜ୍ରିୱାଲ ପୂର୍ବ ଦିଲ୍ଲୀରୁ ତାଙ୍କର ପ୍ରଥମ ରୋଡ୍ ସୋ ଆରମ୍ଭ କରିବେ। ତାଙ୍କର ପ୍ରଥମ ରୋଡ୍ ସୋ କୋଣ୍ଡଲିରେ ହେବ। ଆମ୍ ଆଦମୀ ପାର୍ଟି କୁଲଦୀପ କୁମାରଙ୍କୁ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । 

ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନ ବ୍ୟତୀତ ସୁନୀତା କେଜ୍ରିୱାଲ ଆଉ ତିନିଟି ଲୋକସଭା ଆସନରେ ପ୍ରଚାର କରିବେଯେଉଁ ଠାରେ କି ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ମାନେ ମୈଦାନରେ ଅଛନ୍ତି। ଏଭଳି ପରିସ୍ଥିତିରେ ସୁନୀତା କେଜ୍ରିୱାଲ କେବଳ ତାଙ୍କ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବୋଲି ବିଶ୍ବାସ କରାଯାଉଛି । 

ସୂଚନାଥାଉକି ଯେ, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ କରି ଦିଲ୍ଲୀରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉଭୟ ଦଳ ପରସ୍ପର ଭିତରେ ବୁଝାମଣା କରି ମୈଦାନକୁ ପ୍ରାର୍ଥୀ ଓହ୍ଲାଇଛନ୍ତି । ନିର୍ବାଚନ ଚୁକ୍ତିନାମା ଅନୁଯାୟୀ ଆମ୍ ଆଦମୀ ପାର୍ଟି ପୂର୍ବ ଦିଲ୍ଲୀଦକ୍ଷିଣ ଦିଲ୍ଲୀପଶ୍ଚିମ ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏଥି ସହିତ ଉତ୍ତର-ପୂର୍ବ ଦିଲ୍ଲୀଉତ୍ତର-ପଶ୍ଚିମ ଦିଲ୍ଲୀ ଏବଂ ଚାନ୍ଦନୀ ଚୌକ ଲୋକସଭା ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.