ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାୟୁସେନାର କାରକେଡ୍‌ ଉପରେ ଆତଙ୍କୀ ହମଲାକୁ ଷ୍ଟଣ୍ଟ କହି ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ , ଏବେ ଦେଉଛନ୍ତି ସ୍ପଷ୍ଟୀକରଣ

ଚଣ୍ଡିଗଡ଼ : ଜମ୍ମୁ-କାଶ୍ମୀରର ପୁଞ୍ଚରେ ବାୟୁ ସେନାର କାରକେଡ୍ ଉପରକୁ ହୋଇଥିବା ଆତଙ୍କୀ ହମଲାକୁ ବିଜେପିର ନିର୍ବାଚନୀ ଷ୍ଟଣ୍ଟ କହି ଫସିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ଲୋକସଭା ସିଟ୍‌ରୁ କଂଗ୍ରେସ ପ୍ରାର୍ଥୀ ଚରଣଜିତ୍‌ ସିଂହ ଚନ୍ନି। ଏବେ ଏହି ମାମଲାରେ ଦେଇଛନ୍ତି ସ୍ପଷ୍ଟୀକରଣ। ଚନ୍ନି କହିଛନ୍ତି, ମୋ ବୟାନକୁ ଏପଟସେପଟ କରି ପ୍ରଦାନ କରାଯାଇଛି। ଚନ୍ନି କହିଛନ୍ତି ତାଙ୍କ କହିବାର ଅର୍ଥ ଥିଲା କି ଗତ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଏମିତି ହିଁ ହମଲା ହୋଇ ଥିଲା , କିନ୍ତୁ ବିଜେପି ଏହାର ଯାଞ୍ଚ କରାଇ ନାହିଁ। ଏବେସୁଦ୍ଧା ଜଣାପଡ଼ି ନାହିଁ ଯେ, ଏହି ହମଲାରେ କେଉଁ କେଉଁ ଲୋକ ସାମିଲ ଥିଲେ।

ଏହାସହ ଚନ୍ନି ଗତ ଆତଙ୍କୀ ହମଲା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ତଫା ମାଗିବାର ପଞ୍ଜାବର ବର୍ତ୍ତମାନର ପ୍ରଦେଶ ବିଜେପି ପ୍ରମୁଖ ସୁନିଲ ଜାଖଡଙ୍କର ଏକ ଭିଡ଼ିଓ ମଧ୍ୟ ସେୟାର କରିବା ସହ ଜାଖଡଙ୍କର ଡବଲ ଷ୍ଟାଣ୍ଡାର୍ଡ ଉପରେ ଟାର୍ଗେଟ୍‌ କରିଛନ୍ତି। ପୂର୍ବତନ ଗଭର୍ଣ୍ଣର ସତ୍ୟପାଲ ମଲିକ ମଧ୍ୟ କହିଥିଲେ କି, ଏହି ହମଲା ରାଜନୀତିକ ପ୍ରଣୋଦିତ। 

ସୋସିଆଲ ମିଡ଼ିଆ ଏକ୍ସରେ ଜାରି ନିଜର ଭିଡ଼ିଓରେ ଚରଣଜିତ୍‌ ସିଂହ ଚନ୍ନି କହିଛନ୍ତି ଯେ, ଦେଶର ଯବାନଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଛୁ। ମୁଁ ଏକ ବୟାନ ଦେଇଛି କି, ଗତ ଥର ଯେବେ ସାଧାରଣ ନିର୍ବାଚନ ଥିଲା ତ ଏହି ସମୟରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଆଜିସୁଦ୍ଧା ସରକାର ଏହା ଜାଣି ପାରିଲେ ନାହିଁ କି, ସେ ହମଲା କିଏ କରି ଥିଲେ। ଏବେ ପୁଣି ଥରେ ନିର୍ବାଚନ ହେଉଛି ଏବଂ ପୁଣି ଥରେ ଯବାନଙ୍କ ଉପରେ ହମଲା ହେଉଛି ଏବଂ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସେ ଲେଖିଛନ୍ତି, ମୁଁ ପଚାରିବାକୁ ଚାହୁଁଛି ଯେ ଏ କେଉଁ ଲୋକ ଯିଏ ହମଲା କରାଇଛନ୍ତି। ଆଜି ତାଙ୍କୁ ସାମନାକୁ ନେଇ କାହିଁକି ଆସୁ ନାହାନ୍ତି। 

ପୂର୍ବତନ ଗଭର୍ଣ୍ଣର ସତ୍ୟପାଳ ମଲିକ କହିଥିଲେ ଯେ, ଏହି ହମଲା ରାଜନୀତିକ ଓ ଏମିତି ହମଲା ପୁଣି ବି ହୋଇପାରେ। ମୁଁ ବିଜେପିକୁ କହୁଛି କି, ଆପଣ ଏପଟସେପଟ କିଛି କୁହନ୍ତୁ ନାହିଁ ... ଏହା କୁହନ୍ତୁ ଯେ, ଏହା କେମିତି ହେଲା ? ପ୍ରତିଥର ଏମିତି କାହିଁକି ହେଉଛି। ସରକାରଙ୍କର ଇଣ୍ଟେଲିଜେନ୍ସ ଅସଫଳ କାହିଁକି ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.