ରାଞ୍ଚି – ରାଞ୍ଚିରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢାଉ ପରେ ନୋଟ୍ର ପାହାଡ଼ର ଯେଉଁ ଫଟୋ ସାମନାକୁ ଆସିଛି, ଏହାର ପୂରା ହିସାବ ୧୨ ଘଣ୍ଟା ପରେ ମଧ୍ୟ ହୋଇ ପାରି ନାହିଁ। ସକାଳରୁ ସନ୍ଧ୍ୟା ଯାଏ ୬ଟି ମେସିନରେ ଲଗାତାରା କ୍ୟାସ୍ କାଉଣ୍ଟିଂ କାମ ଚାଲୁ ରହିଛି। ସନ୍ଧ୍ୟା ପାଖାପାଖି ୫ଟା ଯାଏ ୩୦ କୋଟିର ଗଣତି ହୋଇ ସାରି ଥିଲା , କିନ୍ତୁ ଏବେ ବି ବହୁ ମାତ୍ରାରେ ନୋଟ୍ର ଏମିତି ବିଡ଼ା ବାକି ଅଛି, ଯାହାକୁ ଗଣାଯାଇ ପାରି ନାହିଁ। ଫାଇନାଲ ସଂଖ୍ୟା ୪୦ରୁ ୫୦ କୋଟି ଯାଏ ଯିବାର ଆଶା ରହିଛି।
ସୂତ୍ରାନୁସାରେ, ସନ୍ଧ୍ୟା ଯାଏ ଅତି କମ୍ରେ ୬ଟି ମେସିନ୍ରୁ ଲଗାତାର ଗଣତି କରାଯାଇଛି। ଲଗାତାର କାମ କରୁଥିବା ମଧ୍ୟରେ କିଛି ମେସିନକୁ ବଦଳାଇ ଏହି ସ୍ଥାନରେ ନୂଆ ମେସିନ୍ ବ୍ୟବହାର କରାଯାଇଛି। କୁହାଯାଉଛି କି କ୍ୟାସ୍ କାଉଣ୍ଟିଂ ଓ ଚଢାଉରେ ଉଦ୍ଧାର କରାଯାଇ ଥିବା ସଂପତ୍ତି ଗୁଡ଼ିକୁ ହିସାବ କିତାବ କରିବାରେ ଇଡି ଓ ବ୍ୟାଙ୍କ ଅଧିକାରୀମାନଙ୍କୁ ଏବେ ବି ଆହୁରି ପରିଶ୍ରମ କରିବାକୁ ହେବ। ଯେଉଁ ରୁମ୍ରେ ନୋଟ୍ର ଏହି ପାହାଡ଼ ମିଳିଥିଲା, ତାହା ଜହାଙ୍ଗିର ଖାନ ନାମଙ୍କ ଜଣେ ବ୍ୟକ୍ତିଙ୍କର।
କୁବେର ସଂପତ୍ତି ଉପରେ ବସିଥିବା ଜହାଙ୍ଗୀର ସଞ୍ଜିବ ଲାଲଙ୍କର ଚାକର। ସଞ୍ଜୀବ ଲାଲ୍ ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଆଲମଗିର ଆଲମଙ୍କର ବ୍ୟକ୍ତିଗତ ସଚିବ। ଗ୍ରାମୀଣ ବିକାଶ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ରଙ୍କର ଗିରଫ ପରେ ମାମଲାର ଯାଞ୍ଚ କରି ଇଡି ପାଖାପାଖି ୬ଟି ସ୍ଥାନରେ ଚଢଉ କରିଥିଲା। ଜହାଙ୍ଗୀରଙ୍କର ଘରେ ପହଞ୍ଚି ଇଡି ଟିମ୍କୁ ତଲାସୀର ଅଧ ଘଣ୍ଟା ଭିତରେ ଏତେ କ୍ୟାସ ମିଳିଲା ଯେ, ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।