ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ମୁଣ୍ଡ ଉପରେ ୨୦ ଲକ୍ଷର ପୁରସ୍କାର

ନୂଆଦିଲ୍ଲୀ,୬।୫: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗତ ସପ୍ତାହରେ ଭାରତୀୟ ବାୟୁସେନା କାରକେଡ୍‌ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ।  ଏହି ଘଟଣାରେ ସମ୍ପୃକ୍ତ ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ୍ ଜାରି ସୁରକ୍ଷା ବାହିନୀ। ଏହା ସହ ତାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।  ଉଭୟ ପାକିସ୍ତାନୀ   ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଦଳ ମଧ୍ୟ ସର୍ଚ୍ଚ ଅପରେସନ କରୁଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଆକ୍ରମଣ ପରେ ସଶସ୍ତ୍ର ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ କରୁଛନ୍ତି। ଆତଙ୍କବାଦୀଙ୍କୁ ଟ୍ରାକ୍ କରିବା ପାଇଁ ସେମାନେ ସଶସ୍ତ୍ର ବୁଲେଟ୍ ପ୍ରୁଫ୍ ଗାଡି ଏବଂ ଡଗ୍ ସ୍କ୍ବାର୍ଡ ନିୟୋଜିତ କରିଛନ୍ତି। ଏହା ପୂର୍ବରୁ ରବିବାର ଦିନ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ଶନିବାର (୪ ମଇ) ସନ୍ଧ୍ୟାରେ ଆତଙ୍କବାଦୀମାନେ ପୁଞ୍ଚ ଜିଲ୍ଲାର ଶାହସିଟର ନିକଟରେ ଏକ ଭାରତୀୟ ବାୟୁସେନା  କାରକେଡ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସେନା ସୈନିକ ବିକି ପାହାଡେ ଚିକିତ୍ସା ସମୟରେ ସହିଦ ହୋଇଥିଲେ ଏବଂ ଅନ୍ୟ ଚାରିଜଣ ସେନା କର୍ମଚାରୀ ଆହତ ହୋଇଥିଲେ।

  • PrameyaOdia
  • india-pakistan
  • Terrorist
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.