ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ଥର ମହାକାଶ ଯାତ୍ରାରେ ଯିବେ ସୁନିତା ଓ୍ବିଲିୟମ୍ସ, ସାଙ୍ଗରେ ନେଇକି ଯିବେ ଏହି ଭଗବାନଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୬।୫: ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନିତା ଓ୍ବିଲିୟମ୍ (୫୮) ମଙ୍ଗଳବାର ତୃତୀୟ ଥର ମହାକାଶ ଯାତ୍ରାରେ ବାହାରିବେ। ସେ ବୋଇଂର ଷ୍ଟାରଲାଇନର ମହାକାଶ ଯାନରେ ମଙ୍ଗଳବାର ଭାରତୀୟ  ସମୟ ଅନୁସାରେ,ସକାଳ ୮ଟା ବେଳେ ଉଡାଣ ଭରିବେ, ଯାହାକୁ ଫ୍ଲୋରିଡାର କେପ୍ କେନେଭେରଲ୍‌ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଛଡାଯିବ। ଷ୍ଟାର ଲାଇନ ଯାନ ସୁନିତା ଓ ବୁଚ୍ ଭିଲମୋରଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେଇକି ଯିବ, ଯାହାକି ସଙ୍କଟଗ୍ରସ୍ତ ବୋଇଂ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଓ ବହୁ ପ୍ରତୀକ୍ଷିତ ସଫଳତା ହୋଇପାରେ।

ମହାକାଶର ଉଡାଣ ଭରିବା ପୂର୍ବରୁ ସୁନିତା ଓ୍ବିଲିୟମ୍‌ କହିଛନ୍ତି, ସେ ଧାର୍ମିକଠାରୁ ଅଧିକ ଆଧ୍ୟାତ୍ମିକ। ସେ କହିଛନ୍ତି, ଯେତେବେଳେ ସେ ଭାରତୀୟ ସମୟାନୁସାରେ ସକାଳ ୮ଟା ବେଳେ ବୋଇଂ ଷ୍ଟାରଲାଇନ୍‌ରେ ଉଡାଣ ଭରିବେ, ତେବେ ନିଜ ସହିତ ଭଗବାନ ଶ୍ରୀଗଣେଷଙ୍କ ଏକ ମୂର୍ତ୍ତି ନେଇକି ଯିବେ, କାରଣ ଭଗବାନ ଗଣେଶ ତାଙ୍କ ପାଇଁ ଖୁବ୍ ଭାଗ୍ୟଶାଳୀ। ସେ କହିଛନ୍ତି, ମହାକାଶରେ ଭଗବାନ ଗଣେଶଙ୍କୁ ନିଜ ସହିତ  ପାଇ ସେ ବହୁତ ଖୁସି। ମହାକାଶରେ ନିଜ ଗତ ଯାତ୍ରାରେ ସୁନିତା ଶ୍ରୀମଦ ଭାଗବତ ଗୀତା ସାଙ୍ଗରେ ନେଇକି ଯାଇଥିଲେ।

ବିବିସିର ରିପୋର୍ଟରେ କୁହାଯାଇଛି, ଯଦି ଏହି ଯାତ୍ରା ସଫଳ ରୁହେ ତେବେ ଏଲନ୍ ମସ୍କ ‘ସେସ୍‌ ଏକ୍ସ’ ସହିତ ଦ୍ବିତୀୟ ଘରୋଇ କମ୍ପାନୀ ତିଆରି କରିବେ, ଯାହାକି ଚାଳକ ଦଳକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପର୍ଯ୍ୟନ୍ତ ନେଇଯିବା ଓ ଫେରାଇବାରେ ସକ୍ଷମ ହେବ। ଆମେରିକା ମହାକାଶ ଏଜେନ୍ସି ନାସାର ପ୍ରଶାସକ ବିଲ୍‌ ନେଲସନ୍‌ ୨୨ ମାର୍ଚ୍ଚରେ ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟାରଲାଇନରର ଆଗାମୀ ଅଭିଯାନ ବିଷୟରେ କହିଥିଲେ, ଇତିହାସ ସୃଷ୍ଟି ହେବାକୁ ଯାଉଛି। ଆମେ ମହାକାଶ ଅନେଷ୍ବଣର ସ୍ବର୍ଣ୍ଣ ଯୁଗରେ ରହିଛୁ।’

ଉଲ୍ଳେଖନୀୟ ଯେ, ୧୯୮୮ ରେ ସୁନିତା ଓ୍ବିଲିୟମ୍ସଙ୍କୁ ମହାକାଶ ଯାତ୍ରୀ ଭାବରେ ଚୟନ କରାଯାଇଥିଲା ଓ ତାଙ୍କ ପାଖରେ ଦୁଇଟି ମହାକାଶ ଅଭିଯାନର ଅନୁଭବ ରହିଛି। ସେ ଏକ୍ସପିଡିସନ୍‌ ୧୪/୧୫ ବେଳେ ଓ୍ବିଲିୟମ୍ସ ୯ ଡିସେମ୍ବ ୨୦୦୬ରେ ଏସଟିଏସ୍‌-୧୧୬ ଚାଳକ ଦଳ ସହିତ ଉଡାଣ ଭରିଥିଲେ ଓ ୧୧ ଡିସେମ୍ବର ୨୦୦୬ରେ ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପହଁଞ୍ଚିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.