ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁପ୍ତାଙ୍ଗରେ ବାଜିଗଲା ବଲ୍‌, କ୍ରିଜ୍‌ରେ ଟଳିପଡ଼ିଲେ ୧୧ ବର୍ଷର ବାଳକ

ପୁଣେ: କ୍ରିକେଟ ଖେଳୁଥିବା ବେଳେ ଜଣେ ନାବାଳକଙ୍କ ଗୁପ୍ତାଙ୍ଗରେ ବଲ ବାଜିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବାଳକଙ୍କ ନାମ ସୌର୍ଯ୍ୟ ଓରଫ ସମ୍ଭୁ କାଳିଦାସ ଖାଣ୍ଡୱେ । ତାଙ୍କର ବୟସ ୧୧ବର୍ଷ ।ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ରର ପୁଣେରୁ ସାମ୍ନାକୁ ଆସିଛି। ଆଉ ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆର ଭାଇରାଲ ହେଉଛି ।

ସୌର୍ଯ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକ କହିଛନ୍ତି, ‘ପୁଅର କ୍ରିକେଟ ଖେଳ ପ୍ରତି ଖୁବ ଦୁର୍ବଳତା ରହିଥିଲା। ସେ ସବୁବେଳେ କହୁ୍‌ଥିଲା ପାଠପଢ଼ା ସହିତ କ୍ରିକେଟରେ ତାର କ୍ୟାରିୟର ଗଢ଼ିବ। ତେଣୁ ଆମେ ବି ତାର ଇଚ୍ଛାରେ ବାଧା ଦେଇ ନଥିଲୁ। ସେ ଯେତେବେଳେ ଚାହୁଁଥିଲା ଖେଳିବାକୁ ଯାଉଥିଲା। କାରଣ ପାଠପଢ଼ାରେ ସେ ହେଳା କରେ ନାହିଁ। କିନ୍ତୁ ଏହି କ୍ରି‌କେଟ ବଲ ଯେ ତାର ଜୀବନ ନେଇଯିବ ସେ କଥା ଆମେ ସ୍ବପ୍ନରେ ବି ଭାବି ନଥିଲୁ।’

ମିଳିଥିବା ସୂଚନା ଅନୁସାରେ, ପୁ‌ଣେର ‌ଲୋହଗ୍ରାମରେ ସୌର୍ଯ୍ୟ କ୍ରିକେଟ ଖେଳିବାକୁ ଯାଇଥିଲେ। ସେଠାରେ ସେ ବୋଲିଂ କରୁଥିବା ବେଳେ ତାଙ୍କର ସାଙ୍ଗ ବ୍ୟାଟିଂ କରୁଥିଲେ। ସୌର୍ଯ୍ୟ ଯେମିତି ବଲ ପିଙ୍ଗିଛନ୍ତି ସାଙ୍ଗ ଜଣକ ସୌର୍ଯ୍ୟ ଆଡକୁ ବଲ ମାରିଥିଲେ। ଫଳରେ ଉକ୍ତ ବଲଟି ସୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ବାଜିଥିଲା। ଏହା ପରେ ସୌର୍ଯ୍ୟ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ।

ସାଙ୍ଗମାନେ କିଛି ବୁଝିପାରିନଥିଲେ । ସେମାନେ ଆଖପାଖରେ ଥିବା ଲୋକଙ୍କ ସାହାଯ୍ୟରେ ସୌର୍ଯ୍ୟଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯିବା ସହିତ ପରିବାର ଲୋକଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ। ଦୁଃଖର ବିଷୟ ଡାକ୍ତରଖାନାରେ ଡାକ୍ତର ସୌର୍ଯ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ଆକସ୍ମିକ ମୃତ୍ୟୁ ନେଇ ମାମଲା ରୁଜୁ କରି ତଦନ୍ତ କରୁଛି । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.