ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ପର୍ଯ୍ୟାୟ କ୍ରମେ ବଦଳୁଛି ପ୍ରସଙ୍ଗ: ରାଜ୍ୟ ପରେ ରାଜ୍ୟ ବୁଲୁଛନ୍ତି ହେବିଓ୍ବେଟ; ରଣାଙ୍ଗନରେ ମୋଦୀ-ରାହୁଲଙ୍କ ଶବ୍ଦବାଣ

Image source: TV9

ନୂଆଦିଲ୍ଲୀ,୦୬/୦୫: ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ମତଦାନ ମେ' ୭ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ୧୨ ରାଜ୍ୟର ୯୩ ଲୋକସଭା ଆସନ ପାଇଁ ହେବାକୁ ଥିବା ମତଦାନ ପୂର୍ବରୁ ପ୍ରଚାର ଓ ଶୋଭାଯାତ୍ରା ପାଇଁ ଅନେକ ରାଜ୍ୟ ଗସ୍ତ କରୁଛନ୍ତି ହେଭିଓ୍ବେଟ। ରଣାଙ୍ଗନରେ ରଣନୀତିର ମଞ୍ଜି ବୁଣି ଲୋକମତ ହାସଲ କରିବା ଲକ୍ଷ୍ୟରେ ପ୍ରମୁଖ ରାଜନୈତିକ ଦଳ। ଆଉ ଏସବୁ ମଧ୍ୟରେ ମୋଦୀ-ରାହୁଲଙ୍କ ଶବ୍ଦବାଣ ଭିତରେ ଆଞ୍ଚଳିକ ଦଳମାନଙ୍କ ପ୍ରତିଶୃତି ମାହୋଲକୁ ସରଗରମ କରୁଛି । 

ଲୋକସଭା ନିର୍ବାଚନ ପର୍ଯ୍ୟାୟ କ୍ରମେ ଅଗ୍ରଗତି କରୁଥିବାରୁ ରାଜନୈତିକ ପ୍ରସଙ୍ଗ ମଧ୍ୟ ବଦଳୁଛି। ‘ମୋଦୀ ଗ୍ୟାରେଣ୍ଟି ବନାମ କଂଗ୍ରେସ ଗ୍ୟାରେଣ୍ଟି’ ସହିତ ଆରମ୍ଭ ହୋଇଥିବା ୨୦୨୪ ନିର୍ବାଚନ ପ୍ରଚାରର ତୃତୀୟ ପର୍ଯ୍ୟାୟରେ ରାଜନୈତିକ ଆକ୍ରୋଶରେ ପହଞ୍ଚିଛି। ସାଧାରଣ ଲୋକଙ୍କ ସମସ୍ୟା ଗୌଣ ହୋଇଛି। ତୃତୀୟ ପର୍ଯ୍ୟାୟର ନିର୍ବାଚନ ପ୍ରଚାର କେବଳ ସମ୍ବିଧାନ ଏବଂ ସଂରକ୍ଷଣ ପ୍ରସଙ୍ଗରେ ସୀମିତ ନାହିଁ ବରଂ ଏହା ଶେହଜାଦା-ପିରଜାଦା, ହିନ୍ଦୁ-ମୁସଲମାନ ଏବଂ ତୃଷ୍ଟିକରଣ ପ୍ରସଙ୍ଗରେ ମଧ୍ୟ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ପରସ୍ପର ଉପରେ ଶବ୍ଦବାଣ ମାରୁଛନ୍ତି। ଜନତାଙ୍କ ଭରସା ଗୋଟାଇବାକୁ ଉଭୟ ପ୍ରମୁଖ ରାଜନୈତିକ ଦଳର ମୁଦ୍ଦା କେତେ ସୁଦୃଢ଼, ତାହା କହିବ ଜୁନ୍‌ ୪। କିନ୍ତୁ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜ୍ୟ ବୁଲୁଛନ୍ତି ହେବିଓ୍ବେଟ। 

୧୧ ଦିନରେ ମୋଦୀଙ୍କ ୩୦ ଜନସଭା:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ନିର୍ବାଚନ ପ୍ରଚାରର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିଦିନ ହାରାହାରି ତିନି କିମ୍ବା ଚାରିଟି ସାଧାରଣ ସଭା ଏବଂ ରୋଡ୍‌ ଶୋ ଆୟୋଜନ କରୁଛନ୍ତି। ଗତ ୧୧ ଦିନ ମଧ୍ୟରେ ସେ ପ୍ରାୟ ୩୦ ଟି ସାଧାରଣ ସଭା କରିଛନ୍ତି। ପ୍ରତି ତିନଦିନକେ ଥରେ ପ୍ରଧାନମନ୍ତ୍ରୀ କିଛି ବିବୃତ୍ତି କିମ୍ବା ବିରୋଧୀଙ୍କୁ ଘେରୁ‌ଥିବାର ଦେଖିବାକୁ ମିଳିଛି। ସେହିପରି ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟ ରାଜ୍ୟ ବୁଲି କଂଗ୍ରେସର ପ୍ରତିଶୃତି ବାଣ୍ଟିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହାରି ଭିତରେ ରାଜନେତାଙ୍କର ଲୋକସମ୍ପର୍କ ବଢ଼ାଇବାର ଫର୍ମୁଲା ବି ବେଶ୍‌ ଆକର୍ଷଣୀୟ। ଯାହା ବି ଯେଉ ଜୁନ୍‌ ୪ କହିବ ଜନାଦେଶ କାହାର।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.