କଟକ, ୭/୧୧ : କଟକରେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀ ପଢୁଥିବା କଲେଜର ଚାରି ଛାତ୍ରଙ୍କ ସହ ଦୁଇ ଅଣ ଛାତ୍ରଙ୍କୁ ବାନ୍ଧିଲା ବାଦାମବାଡ଼ି ଥାନା ପୋଲିସ । ବାଦାମବାଡ଼ି ଥାନା ଅନ୍ତର୍ଗତ ଏକ ଅନୁଦାନ ପ୍ରାପ୍ତ କଲେଜର ଛତ୍ରୀଙ୍କୁ ଗଣ ଦୁଷ୍କର୍ମ ସହ ଭିଡିଓ ଭାଇରାଲ କରିବା ଅଭିଯୋଗରେ ସମସ୍ତ ଅଭିଯୁକ୍ତ ଗିରଫ। ସବୁ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସା ଆକ୍ଟ ସହ ଲାଗିଛି ଏସିଏସଟି ମାମଲା । ନାବାଳିକା ଛାତ୍ରୀ ଜଣଙ୍କୁ ଏକ ସାଇବର କାଫେ ସମେତ ବିଭିନ୍ନ ସ୍ଥାନକୁ ନେଇ ଅଭିଯୁକ୍ତମାନେ ଗଣ ଦୁଷ୍କର୍ମ କରିଥିବା ଥାନାରେ ହୋଇଛି ଅଭିଯୋଗ ।