ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବଶୀଘ୍ର ରିଲିଜ ହେବ ବିଗ୍ ବସ୍ ଓଟିଟି ୩, ଅନିଲ କପୁର କରିବେ ହୋଷ୍ଟ

ମୁମ୍ବାଇ,୨/୬: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବିଗ୍ ବସ୍ ଓଟିଟି ୩।  ଏହି ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ସହ ପ୍ରତିଯୋଗୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଏଥିପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ବିଗ୍ ବଶ୍ ଓଟିଟି  ର ପ୍ରଥମ ସିଜିନରେ କରନ ଜୋହର ଏବଂ ଦ୍ୱିତୀୟ ସିଜିନ୍ ସଲମାନ ଖାନ୍ ହୋଷ୍ଟ କରିଥିଲେ । ହେଲେ ବର୍ତ୍ତମାନ ଏହି ଶୋ’ର ତୃତୀୟ ସିଜିନ୍ ଅନିଲ କପୁର ହୋଷ୍ଟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। 

ଜିଓ ସିନେମା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛି, ‘ବିଗ୍ ବସ୍ ଓଟିଟି ର ନୂତନ ଶୋ ପାଇଁ ଜଣେ ନୂଆ ହୋଷ୍ଟ ! ବିଗ୍ ବସ୍ ଭଳି ତାଙ୍କ ସ୍ୱର ହିଁ ଯଥେଷ୍ଟ । ଜୁନରେ ବିଗ୍ ବଶ୍ ଓଟିଟି  ସିଜିନ୍ ୩ ଜିଓ ସିନେମା ପ୍ରିମିୟମରେ ଆସୁଛି ।’ଜୁନ୍ ୨୨ ତାରିଖ ଏହି ଶୋ’ର  ରିଲିଜ୍ ଡେଟ୍ ବୋଲି ଜଣାପଡ଼ିଛି । ହେଲେ ଏହି ଶୋ’ର ନିର୍ମାତାଙ୍କ ତରଫରୁ ରିଲିଜ ତାରିଖ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଏହି ସିଜିନ୍ ପାଇଁ ପ୍ରତିଯୋଗୀଙ୍କ ନାଁକୁ ନେଇ କୌଣସି ଅଧିକାରିକ ସୂଚନା ସାମ୍ନାକୁ ଆସିନାହିଁ । ରିପୋର୍ଟ ଅନୁଯାୟୀ ଏହି ଶୋ’ରେ ଆଶିଷ ଶର୍ମା, ପ୍ରତୀକ୍ଷା ହୋନମୁଖେ, ଶହଜାଦା ଧାମୀ, ଭିକି ଜୈନ, ଶିଜାନ୍ ଖାନ୍ ଏବଂ ଅରହାନ ବହଲ ଭଳି ସେଲିବ୍ରିଟି ପ୍ରତିଯୋଗୀ ଭାବେ ନଜର ଆସିବେ ବୋଲି କୁହାଯାଉଛି। ଅଧିକ ସୂଚନା ପାଇଁ ଫ୍ୟାନ୍ସଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.