ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କ୍ରିକେଟ-ରାଜନୀତିର ହେବ କି ମିଳନ ? ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁଙ୍କ ନିର୍ବନ୍ଧ ନେଇ ଚର୍ଚ୍ଚା

Published By : Ankita S | January 18, 2025 9:58 AM

ନୂଆଦିଲ୍ଲୀ,୧୮/୧: କ୍ରିକେଟ ଓ ରାଜନୀତିର ହେବ କି ମହାମିଳନ । ବିବାହ ବନ୍ଧନରେ ବାନ୍ଧି ହେବେ କି ଜଣେ କ୍ରିକେଟର ଓ ପଲିଟିସିଆନ । ଭାରତୀୟ ଦଳର ଯୁବ କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ ସରିଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ରିଙ୍କୁ ସିଂ ଜୀବନସାଥୀ କରିବାକୁ ଯାଉଛନ୍ତି । ଉଭୟଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବୋଲି କୁହାଯାଉଛି । ରିଙ୍କୁ ଓ ପ୍ରିୟାଙ୍କ ନିର୍ବନ୍ଧ ଖବର ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ଏ ଖବର ସତ ନା ଗୁଜବ ତାକୁ ନେଇ ସସପେନ୍ସ ଜାରି ରହିଛି ।

ଭାରତର ଷ୍ଟାର ବ୍ୟାଟର ରିଙ୍କୁ ସିଂ ୨୦୨୩ ଆଇପିଏଲରେ ଶିରୋନାମାରେ ଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରେ ବ୍ୟାକ ଟୁ ବ୍ୟାକ୍ ୫ଟି ଛକା ମାରି ହେଡଲାଇନରେ ଥିଲେ । ଏବେ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର ଜଣେ ରାଜନେତ୍ରୀଙ୍କୁ ବିବାହ କରିବା ନେଇ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ତାଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି । ମାତ୍ର ଏହା ବାସ୍ତବ କି ଗୁଜବ ତାହା ସ୍ପଷ୍ଟ ହୋଇନାହିଁ । ଏ ଖବରକୁ ନେଇ ପ୍ରିୟା ସରୋଜଙ୍କ ବାପା କହିଛନ୍ତି ରିଙ୍କୁଙ୍କ ପରିବାର ବିବାହ ପ୍ରସ୍ତାବ ଦେଇଛନ୍ତି । ଏହା ଗୁଜବ ବୋଲି କହିଛନ୍ତି ପ୍ରିୟାଙ୍କ ବାପା ତୁଫାନୀ ସରୋଜ । ଖବରକୁ ରିଙ୍କୁ କିମ୍ବା ପ୍ରିୟା ମଧ୍ୟ କୌଣସି ସୂଚନା ଦେଇନାହାନ୍ତି ।

ଏହା ବି ପଢନ୍ତୁ...୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ: ପ୍ରଥମ ଦିବସରେ ରହିଛି ୬ମ୍ୟାଚ୍‌, ରବିବାର ଭାରତ-ୱେଷ୍ଟଇଣ୍ଡିଜ ଲଢ଼େଇ


 ରିଙ୍କୁ ସିଂ ଭାରତୀୟ ଟି ୨୦ ବିଶ୍ବକପ ୨୦୨୪ ବିଜେତା ଦଳରେ ସାମିଲ ଥିଲେ । ସେ ରିଜର୍ଭ ଖେଳାଳି ଭାବେ ଟିମରେ ସ୍ଥାନ ପାଇଥିଲେ । ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜରେ ସେ ଭାରତୀଯ ଦଳରେ ସାମିଲ ଅଛନ୍ତି । ୨୦୨୩ ଆଇପିଏଲରେ ନାମ କମାଇଥିବା ରିଙ୍କୁ ସିଂ ୨୦୨୪ ସିଜନର ବିଶେଷ ପ୍ରଦର୍ଶନ କରିନଥିଲେ । ମାତ୍ର ତାଙ୍କ ଦଳ କେକେଏଲ ବିଜେତା ହୋଇଥିଲା ।

କିଏ ପ୍ରିୟା ସରୋଜ- ୨୬ ବର୍ଷୀୟା ପ୍ରିୟା ସରୋଜ ଉତ୍ତରପ୍ରଦେଶ ମଛଲିସହର ଆସନରୁ ସାଂସଦ ଅଛନ୍ତି । ସେ ୨୦୨୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ପ୍ରିୟା ସରୋଜଙ୍କ ବାପା ତୁଫାନୀ ସରୋଜ ସମାଜବାଦୀ ପାର୍ଟିର ଜଣେ ବଡ ନେତା । ସେ ୩ ଥର ସାଂସଦ  ରହିଛନ୍ତି । ବର୍ତ୍ତମାନ କେରାକତ ଆସନକୁ ସପା ବିଧାୟକ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.