ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପୁରୀରେ ବଢ଼ି ଚାଲିଛି ଅପରାଧ: ୮ ମାସରେ ୪୨ ହତ୍ୟା, ୪୬ ଦୁଷ୍କର୍ମ ଓ ୨୧ ନାବାଳିକା ଦୁଷ୍କର୍ମ ଘଟଣା

Published By : Harapriya Sethi | March 27, 2025 7:48 AM

ପୁରୀ,୨୭।୩: ଜିଲ୍ଲାରେ ଅପରାଧ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଏହାର ଗୁମର ଖୋଲିଛି ଗତ ୮ ମାସର ସରକାରୀ ତଥ୍ୟ । ସୂଚନା ମୁତାବକ ଜିଲ୍ଲାରେ ଗତବର୍ଷ ଜୁନ୍‌ ପହିଲାରୁ ଚଳିତ ବର୍ଷ ଫେବ୍ରୁଆରୀ ଶେଷ ଭିତରେ ୩୧ଟି ହତ୍ୟା ମାମଲା ହୋଇଛି । ଏହାଛଡ଼ା ୪୬ ଦୁଷ୍କର୍ମ, ୧୧ ଯୌତୁକ ଜନିତ ହତ୍ୟା, ୧୪୧ ଯୌତୁକ ନିର୍ଯାତନା, ୮୪ ଅଣଯୌତୁକ ନିର୍ଯାତନା ମାମଲା ହୋଇଛି । ସେହିପରି ୨୧ଟି ନାବାଳିକା ଦୁଷ୍କର୍ମ ମାମଲା ମଧ୍ୟ ହୋଇଛି । ଗତ ୫ ବର୍ଷରେ ୨୦୨୨ରେ ୩ ଜଣ ଓ ୨୦୨୩ରେ ଜଣେ ପେଷାଦାର ଅପରାଧୀଙ୍କ ବିରୋଧର ନ୍ୟାସନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ) ବା ଜାତୀୟ ସୁରକ୍ଷା ଆଇନ ଲଗାଯାଇଛି ।

ପୁରୀ ଜିଲ୍ଲାରେ ଆଇନଶୃଙ୍ଖଳା ବିଗିଡ଼ିବାକୁ ବସିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପ୍ରଶାସନ ନିମନ୍ତେ ଚ୍ୟାଲେଞ୍ଜ ହୋଇଛି । ଅନ୍ୟପଟେ ଜିଲ୍ଲା କୋର୍ଟରେ ମାମଲା ରୁଜୁ ଓ ସମାଧାନ ସ୍ଥିତିକୁ ଦେଖିଲେ ଜାନୁଆରୀରେ ୭ ହଜାର ୩୭୪ଟି ଜମିଜମା ଓ ୩୫ ହଜାର ୭୯ଟି ଅପରାଧିକ ମାମଲାକୁ ମିଶାଇ ୪୨ ହଜାର ୪୫୩ଟି ମାମଲା ବିଚାର ନିମନ୍ତେ ଯାଇଥିଲା । ଯେତେବେଳେ କି ପୁରୁଣା ଓ ନୂଆ ମାମଲା ମଧ୍ୟରୁ ୬ ହଜାର ୮୨୦ ଜମିଜମା ଓ ୨୫ ହଜାର ୯୪୧ଟି ଅପରାଧିକ ମାମଲାକୁ ମିଶାଇ ମୋଟ ୩୨ ହଜାର ୭୬୧ଟି ମାମଲାର ସମାଧାନ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ-  ‘ସୁଭଦ୍ରା’ ଟଙ୍କା ନ ଦେବାରୁ ପଥରରେ ଛେଚି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ସେହିପରି ଫେବୃଆରୀରେ ୬ ହଜାର ୪୬ଟି ଜମିଜମା ଓ ୩୧ ହଜାର ୨୫୯ଟି ଅପରାଧ ମାମଲାକୁ ମିଶାଇ ମୋଟ ୩୭ ହାଜର ୨୫୯ ମାମଲା ବିଚାର ନିମନ୍ତେ ଯାଇଥିଲା । ସେଥିରୁ ପୁରୁଣା ଓ ନୂଆ ମାମଲା ମଧ୍ୟରୁ ୬ ହଜାର ୫୪୬ ଜମିଜମା ଓ ୨୩ ହଜାର ୬୪୮ ଅପରାଧିକ ମାମଲାକୁ ମିଶାଇ ୩୦ ହଜାର ୧୯୪ ମାମଲା ସମାଧାନ ହୋଇଥିଲା । ଫେବୃଆରୀରେ ଜମିଜମା ସମାଧାନ ପ୍ରତିଶତ ୧୦୮.୨୭ ଓ ଅପରାଧ ମାମଲା ସମାଧାନ ପ୍ରତିଶତ ୭୫.୬୫ ପ୍ରତିଶତ ରହିଥିଲା । ଅର୍ଥାତ୍‌ ରୁଜୁ ମାମଲା ତୁଳନାରେ ମୋଟ ସମାଧାନ ହାର ୮୦.୯୪ ପ୍ରତିଶତ ରହିଥିଲା । ଫେବୃଆରୀ ଶେଷ ପରେ କୋର୍ଟରେ ୩ ଲକ୍ଷ ୧୬ ହଜାର ୧୧୧ ଜମିଜମା ଓ ୧୬ ଲକ୍ଷ ୨୧ ହଜାର ୫୧୭ଟି ଅପରାଧିକ ମାମଲା ବିଚାର ନିମନ୍ତେ ରହିଥିଲା । ମାର୍ଚ୍ଚ ଶେଷ ପରେ ପୁଣି ମାମଲା ଓ ସମାଧାନର ପରିମାଣ ଜଣାପଡ଼ିବ । ପଡ଼ି ରହିଥିବା ମାମଲା ସହ ନୂଆ ମାମଲାକୁ ସମାଧାନ କରିବା ଚାପ କୋର୍ଟ ଉପରେ ପଡ଼ୁଛି । ଫଳରେ ବିଚାର ନିମନ୍ତେ କୋର୍ଟରେ ବହୁ ମାମଲା ପଡ଼ି ରହିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.