ମୁମ୍ବାଇ,୨୨/୩ : ପାକିସ୍ତାନ ସୁପର ଲିଗର ନୂଆ ସିଜନ ୨୬ମାର୍ଚ୍ଚରେ ଆରମ୍ଭ ହେବ । କିନ୍ତୁ PSLକୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି । ନିକଟରେ ଜିମ୍ବାଓ୍ବେର ସାଢେ ୬ଫୁଟ ଲମ୍ବା ବୋଲର ବ୍ଲେସିଂ ମୁଜାରବାନୀ ପିଏସଏଲ କଣ୍ଟ୍ରାକ୍ଟକୁ ମନା କରି ଆଇପିଏଲର କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେଇଥିଲେ । ଏବେ ଶ୍ରୀଲଙ୍କା କ୍ରିକେଟ ଟିମର ଅଧିନାୟକ ଦାସୁନ ଶନାକା ବି ପିଏସଏଲ କଣ୍ଟ୍ରାକ୍ଟକୁ ମନା କରି ରାଜସ୍ଥାନ ରୟାଲ୍ସ ଟିମରେ ଏଣ୍ଟ୍ରି ମାରିବା ପାଖରେ ଅଛନ୍ତି ।
କ୍ରିକବଜ୍ ଅନୁସାରେ ରାଜସ୍ଥାନ ରୟାଲ୍ସର ଜନୈକ ଅଧିକାରୀ କହିଛନ୍ତି କି ଦାସୁନ ଶନାକାଙ୍କୁ ସାଇନ୍ କରିବାକୁ ବହୁ ନିକଟରେ ଅଛୁ ଏବଂ କିଛି ଶେଷ ଔପଚାରିକ ବାକି ରହିଯାଇଛି । ଶନାକା, ରାଜସ୍ଥାନ ଟିମରେ ସୌମ କର୍ରନଙ୍କ ସ୍ଥାନ ନେବେ , ଯିଏ ଆଘାତ କାରଣରୁ ଆଇପିଏଲ୍ ୨୦୨୬ରୁ ବାହାରି ସାରିଛନ୍ତି। ଗତ ବର୍ଷ ଡିସେମ୍ବରରେ ହୋଇଥିବା ମିନି ଅକ୍ସନରେ ଶନାକା ଅନସୋଲ୍ଡ ରହିଥିଲେ । ଏହାପରେ ପିଏସଏଲ୍ ଅକ୍ସନରେ ଲାହୋର କଲନ୍ଦର୍ସ ତାଙ୍କୁ ୭୫ଲକ୍ଷ ପାକିସ୍ତାନୀ ଟଙ୍କାରେ କିଣିଥିଲା ।
ରାଜସ୍ଥାନ ରୟାଲ୍ସ ଦ୍ବାରା ଦାସୁନ ଶନାକାଙ୍କୁ ଟାର୍ଗେଟ କରିବା କୌଣସି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନୁହେଁ । ସେ ବି ଅଲରାଉଣ୍ଡର ଅଟନ୍ତି ଏବଂ ବହୁ ଭଲ ଢଙ୍ଗରେ ସ୍ୟାମ କର୍ରନଙ୍କ ସ୍ଥାନ ନେଇପାରିବେ । କିନ୍ତୁ ଏହାର ମୁଖ୍ୟ କାରଣ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ କୁମାର ସାଙ୍ଗାକାରା ଅଟନ୍ତି ଯିଏ ଶ୍ରୀଲଙ୍କାରୁ ଆସିଥାନ୍ତି । ସେହିଭଳି ଟି-୨୦ ବିଶ୍ବକପ୍ ୨୦୨୬ ସମୟରେ ବିକ୍ରିମ ରାଠୋଡ଼ ଶ୍ରୀଲଙ୍କା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ରହିଥିଲେ । ରାଠୋଡ଼ ଏବେ ରାଜସ୍ଥାନ ଟିମରେ ସାଙ୍ଗାକାରଙ୍କ ସହ ସହାୟକ କୋଚ୍ ଅଛନ୍ତି ।