ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି, ୨୫ ଯାଏ ୬୦୦ ଟଙ୍କା ଜରିମାନା ସହ ସୁଯୋଗ

ଭୁବନେଶ୍ୱର,୨୦/୧୧: ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନାହାନ୍ତି, ସେମାନେ ୬୦୦ ଟଙ୍କା ଜରିମାନା ସହ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ । ୨୬ ତାରିଖ ମଧ୍ୟରେ ଏସ୍‌ବି କଲେକ୍ଟରେ ଫର୍ମପୂରଣ ଫି ଦାଖଲ କରିପାରିବେ । ଏଥିସହ ୨୮ ତାରିଖ ସୁଦ୍ଧା ନିଜ ଡକ୍ୟୁମେଣ୍ଟ ଦାଖଲ କରିବେ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବ । ଏହା ଶେଷ ସୁଯୋଗ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ ବିନା ଜରିମାନା ସହ କରିବାର ସୁଯୋଗ ଦିଆଯାଇଥିଲା । ଯଦି ଏହା ଭିତରେ କୌଣସି ଛାତ୍ରଛାତ୍ରୀ ଫର୍ମ ପୂରଣ ନକରନ୍ତି, ତେବେ ୨୦୦ ଟଙ୍କା ଜରିମାନା ସହ ଅକ୍ଟୋବର ୪ରୁ ୧୪ ତାରିଖ ମଧ୍ୟରେ ଫର୍ମ ପୂରଣ କରିବାର ସୁଯୋଗ ଦିଆଯାଇଥିଲା । ଏହା ସତ୍ତ୍ୱେ ଫର୍ମ ପୂରଣ କରି ନଥିଲେ, ଛାତ୍ରଛାତ୍ରୀଙ୍କୁ ନଭେମ୍ବର ୧୧ରୁ ୧୮ ତାରିଖ ମଧ୍ୟରେ ୬୦୦ ଟଙ୍କା ଜରିମାନା ସହ ଫର୍ମପୂରଣ ସୁଯୋଗ ଦିଆଯାଇଥିଲା । ଏହା ସତ୍ତ୍ୱେ କିଛି ପିଲା ଫର୍ମ ପୂରଣରୁ ବଞ୍ଚିତ ହୋଇଥିବାରୁ ଫର୍ମପୂରଣ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସିଏଚ୍‌ଏସ୍‌ଇ ପକ୍ଷରୁ ଆସନ୍ତାକାଲିଠୁ ପୁଣି ଥରେ ୨୫ ତାରିଖ ଯାଏ ଫର୍ମ ପୂରଣର ସୁଯୋଗ ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.