ମୁମ୍ବାଇ,୧୯/୦୪; ବଲିଉଡ୍ 'ମସ୍ତାନୀ' ଦୀପିକା ପାଦୁକୋନଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଫଟୋ କରିଛନ୍ତି, ଯେଉଁଥିରେ ତାଙ୍କ ଝିଅ ଦୁଇ ପାଦୁକୋନଙ୍କ ହାତରେ ଏକ ଗର୍ଭଧାରଣ ପରୀକ୍ଷା କିଟ୍ ଧରିଥିବାର ଦେଖିବାକୁ ମିଳିଛି । ଯାହା ଜଣାପଡୁଛି ଦୀପିକା ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି । ଅନେକ ବଲିଉଡ଼୍ ସେଲିବ୍ରିଟ ଦୀପିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରଣବୀର ଏବଂ ଦୀପିକାଙ୍କର ଏକ ମିଳିତ ଫଟୋ ସେୟାର କରିଛନ୍ତି ଯାହାକୁ ସେମାନଙ୍କ ଦ୍ୱିତୀୟ ଗର୍ଭଧାରଣର ଘୋଷଣା ଭାବରେ ବିବେଚନା କରାଯାଉଛି । ଏହି ପାୱାର କପଲ୍ ସୋସିଆଲ ମିଡିଆରେ ନିଜର ଦ୍ୱିତୀୟ ସନ୍ତାନ ଆଗମନ ବିଷୟରେ ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଇଛନ୍ତି ।
ଦୀପିକା ପୋଷ୍ଟ କରିଥିବା ଫୋଟରେ ଦେଖିବାକୁ ମିଳିଛି ଝିଅ ଦୁଆ ଏକ ପଜିଟିଭ୍ ପ୍ରେଗନାନ୍ସି ଟେଷ୍ଟ କିଟ୍ ଧରିଛନ୍ତି । ଦୁଆଙ୍କର ଏହି କ୍ୟୁଟ୍ ଝଲକ ସହିତ ଦୀପିକା କ୍ୟାପସନରେ ଦୁଇଟି ‘ଇଭିଲ୍ ଆଇ’ ଇମୋଜି କ୍ୟାପସନରେ ପୋଷ୍ଟ କରିଛନ୍ତି । ୨୦୧୩ରେ ‘ରାମ-ଲୀଳା’ ସେଟରୁ ଦୁହିଁଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୨୦୧୮ ନଭେମ୍ବର ୧୪ରେ ଇଟାଲୀର ଲେକ୍ କୋମୋରେ କୋଙ୍କଣୀ ଓ ସିନ୍ଧି ରୀତିନୀତିରେ ଦୁହେଁ ବିବାହ କରିଥିଲେ । ୨୦୨୪ ସେପ୍ଟେମ୍ବର ୮ରେ ଦୁହେଁ ପ୍ରଥମ ସନ୍ତାନ ଦୁଆଙ୍କୁ ସ୍ୱାଗତ କରିଥିଲେ । ଯାହାଙ୍କ ନାମ ଦୁଆ । ନିକଟରେ WAVES 2025 ସମ୍ମିଳନୀରେ ଦୀପିକା କହିଥିଲେ ଯେ, ମା’ ହେବା ପରେ ତାଙ୍କ ଜୀବନର ପ୍ରାଥମିକତା ସମ୍ପୂର୍ଣ୍ଣ ବଦଳିଯାଇଛି । କ୍ୟାରିୟର ଓ ନିଜ ଅପେକ୍ଷା ସେ ଏବେ ନିଜ ଝିଅର ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେ ଚାହାଁନ୍ତି ତାଙ୍କ ଝିଅ ଲାଇମଲାଇଟ୍ଠାରୁ ଦୂରରେ ଏକ ସାଧାରଣ ପିଲାଦିନ ବିତାଉ ।
ଏହା ବି ପଢନ୍ତୁ...ନିଜକୁ ବିଶ୍ୱର ରାଜା ଭାବୁଛନ୍ତି ଶାହାରୁଖ… କାହିଁକି ଏମିତି ପୋଷ୍ଟ କଲେ କିଙ୍ଗ୍ ଖାନ
ଶୁଭେଚ୍ଛା ସୁଅ- ଏହି ସମ୍ଭାବ୍ୟ ଖୁସି ଖବର ପାଇଁ ବଲିଉଡ ସେଲିବ୍ରିଟି ଦୀପିକାଙ୍କୁ ବଧେଇ ଜଣେଇଛନ୍ତି । ପରିଣୀତି ଚୋପ୍ରା, କିଆରା ଏବଂ ସୁନୀଲ ଗ୍ରୋଭର ଦମ୍ପିତିଙ୍କୁ ଅଭିନନ୍ଦନ ଦେଇଛନ୍ତି । ଦୀପିକାଙ୍କୁ ପୋଷ୍ଟକୁ ୫୫୦,୦୦୦ରୁ ଅଧିକ ଲାଇକ କରିଛନ୍ତି । ଏବେ ଦୀପିକା ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି । ସୁଟିଂ ଜାରି ରଖିଛନ୍ତି । ଆଦିତ୍ୟ ଧରଙ୍କ 'ଧୁରନ୍ଧର-୨' ଏବଂ 'ଧୁରନ୍ଧର'କୁ ବେଶ୍ ସଫଳତା ହାସଲ କରିଛନ୍ତି ରଣବୀର କପୁର ।