ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

'ପ୍ରାର୍ଥୀଙ୍କର ଚରିତ୍ର-ଚିନ୍ତାଧାରାରେ ଆଞ୍ଚ ନ ଆସିବା କଥା, ହେଲେ ଆପ୍ ବୁଝିଲା ନାହିଁ'

Published By : Ankita S | February 8, 2025 2:57 PM

ନୂଆଦିଲ୍ଲୀ,୦ ୮/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ଶକ୍ତ ଝଟକା ଲାଗିଛି । ହାରି ଯାଇଛନ୍ତି ଦଳର ହେଭିୱେଟ୍ । ଆପ୍ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାସ୍ତ ହୋଇଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ହାରିଛନ୍ତି । ଦିଲ୍ଲୀରେ ଆପ୍ ହ୍ୟାଟ୍ରିକ ମାରିବା ସ୍ବପ୍ନ ଏକ ପ୍ରକାର ଭାଙ୍ଗିବାକୁ ଯାଉଛି । କାହିଁକି ହାରିଲେ ଅରବିନ୍ଦ କେଜ୍ରିୱାଲ ତାକୁ ନେଇ ପ୍ରଶ୍ନବାଟୀ ସୃଷ୍ଟି ହେଲାଣି । ଏହାରି ଭିତରେ ସମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି, ମୁଁ ବହୁ ଆଗରୁ କହି ଆସୁଛି ଯେ ନିର୍ବାଚନ ଲଢିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଭଲ ଚିନ୍ତାଧାରା ଏବଂ ଭାବମୂର୍ତ୍ତିରେ କୌଣସି ଆଞ୍ଚ ନ ଆସିବା ଆବଶ୍ୟକ । କିନ୍ତୁ ସେମାନେ (ଆପ୍) ଏହା ବୁଝିପାରିଲେ ନାହିଁ । ସେମାନେ ମଦ ଏବଂ ଟଙ୍କାରେ ଫସିଗଲେ । ଯାହାକୁ ନେଇ କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଛି । ମଦ ଦୁର୍ନୀତି ଫଳରେ ତାଙ୍କୁ କମ୍ ଭୋଟ୍ ମିଳିଛି । ମୁଁ ବହୁତ ବୁଝାଇଥିଲି ହେଲେ ସେ ବୁଝିଲେ ନାହିଁ । ମଦ ଉପରେ ଅଧିକ ଗୁରୁତ୍ବ ଦେଲେ ତେଣୁ ତାଙ୍କ ଛବି ଖରାପ ହୋଇଗଲା ।

ଏହା ବି ପଢନ୍ତୁ...ଦିଲ୍ଲୀ ଦଙ୍ଗଲରେ ହାରିଗଲେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ବାଜି ମାରିନେଲା ବିଜେପି

କହି ରଖୁଛୁ କି, ଗତ ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ୭୦ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ୍ ୬୦.୫୪% ମତଦାନ ହୋଇଥିଲା । ଆପ୍ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିର ପରବେଶ ବର୍ମାଙ୍କଠୁ ପରାସ୍ତ ହୋଇଛନ୍ତି । ୩୧୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପରବେଶ ବର୍ମା । ଅନ୍ୟପଟେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଙ୍ଗପୁରୀ ଆସନରୁ ପରାସ୍ତ ହୋଇଛନ୍ତି । କାଲିକାଜୀ ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ବିଜେପିର ରମେଶ ବିଧୁଡୀଙ୍କୁ ପରାସ୍ତ କରିଛନ୍ତି ବିଜୟୀ ହୋଇଛନ୍ତି । ରିପୋର୍ଟ ଲେଖାଯିବା  ସୁଦ୍ଧା ବିଜେପି ୨୧ ଆସନରେ ଜିତିଥିବା ବେଳେ ଆପ୍ ୧୧ଟି ଆସନରେ ଜିତିଛି । କଂଗ୍ରେସ ଖାତା ଖୋଲି ପାରିନାହିଁ । ପରାଜୟକୁ ସ୍ବୀକାର କରୁଛୁ ବିଜେପିକୁ ଶୁଭେଚ୍ଛା ଜଣାଇ ପ୍ରଥମ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.