ନୂଆଦିଲ୍ଳୀ,୮।୪: ହିନ୍ଦୁ ଦେବା-ଦେବୀଙ୍କ ପ୍ରତି ଅପମାନଜନକ ଓ ଉତ୍ତେଜନାକାରୀ ବୟାନକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ କଡା ପଦକ୍ଷେପ। ସାମ୍ବାଦିକା ଆୟୁବ ରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ କୋର୍ଟ ଆୟୁବଙ୍କୁ ନୋଟିସ୍ ଜାରି କରି ନିଜର ପକ୍ଷ ରଖିବାକୁ କହିଛନ୍ତି। ଏହି ମାମଲାରେ ୨୦୧୩ ରୁ ୨୦୧୭ ଭିତରେ ତାଙ୍କ ସୋସିଆଲ ମିଡିଆ ଫ୍ଲାଟଫର୍ମ ଏକ୍ସରେ କରାଯାଇଥିବା ପୋଷ୍ଟ ସହିତ ଜଡିତ। ଯେଉଁଥିରେ ତାଙ୍କ ଉପରେ ଭାରତ ବିରୋଧି ଭବନା ସୃଷ୍ଟି କରିବାର ଅଭିଯୋଗ ରହିଛି। କୋର୍ଟ ଏହି ମାମଲାର ଗମ୍ଭୀରତାକୁ ଦେଖି ସମ୍ପର୍କିତ ପକ୍ଷକୁ ଜବାବ ମାଗିଛନ୍ତି।

ଏହି ମାମଲା ୨୦୧୩ ରୁ ୨୦୧୭ ଭିତରେ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କରାଯାଇଥିବା ପୋଷ୍ଟ ସହିତ ଜଡିତ। ଯେଉଁଥିରେ ତାଙ୍କ ଉପରେ ଭାରତ ବିରୋଧି ଭାବନା ସୃଷ୍ଟି କରିବାର ଅଭିଯୋଗ ଲଗାଯାଇଛି। କୋର୍ଟ ଏହି ମାମଲାକୁ ଗମ୍ଭୀର ବୋଲି ମାନିବା ସହ ସମ୍ପର୍କିତ ପକ୍ଷକୁ ଜବାବ ମାଗିଛନ୍ତି। ଶୁଣାଣି ସମୟରେ, କୋର୍ଟ ହିନ୍ଦୁ ଦେବତା ଏବଂ ବୀର ସାଭରକରଙ୍କ ସମ୍ପର୍କରେ ରାଣା ଆୟୁବଙ୍କ କିଛି ବାର୍ତ୍ତାକୁ କଡ଼ା ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ ଏହି ବାର୍ତ୍ତାଗୁଡ଼ିକ ଆପତ୍ତିଜନକ, ଉତ୍ତେଜକ ଏବଂ ସାମ୍ପ୍ରଦାୟିକ ପ୍ରକୃତିର ମନେହୁଏ, ଯାହା ସମାଜରେ ଉତ୍ତେଜନା ସୃଷ୍ଟି କରିବାର ସମ୍ଭାବନା ଥାଏ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏପରି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।

କୋର୍ଟ ରାଣା ଆୟୁବଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ଓ ତାଙ୍କୁ ଏହି ମାମଲାରେ ନିଜର ପକ୍ଷ ରଖିବାକୁ କହିଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲା ସାର୍ବଜନୀକ ଭାବନା ଓ ସାମାଜିକ ସୌହାର୍ଦ୍ଧ ସହିତ ଜଡିତ, ତେଣୁ ଏହାର ଗମ୍ଭୀରତାକୁ ଦେଖି ସବୁ ପକ୍ଷଙ୍କୁ ଜବାବ୍ ସମୟରେ ଆସିବା ଜରୁରୀ। ଏହା ସହ ଦିଲ୍ଳୀ ହାଇକୋର୍ଟ ଦିଲ୍ଲୀ ପୋଲିସ, କେନ୍ଦ୍ର ସରକାର ଓ ସୋସିଆଲ ସାଇଟ୍ ଏକ୍ସକୁ ନିର୍ଦେଶ ଦେଇଛନ୍ତି ଯେ, ଆଗାମୀ ଦିନ ପର୍ଯ୍ୟନ୍ତ ନିଜର ଜବାବ୍ ଦାଖଲ କରନ୍ତୁ। କୋର୍ଟ ଏହି ମାମଲାରେ ଆଗାମୀ ଶୁଣାଣୀ ୧୦ ଏପ୍ରିଲକୁ କରିବେ, ଯେଉଁଠି ପୁରା ମାମଲା ଉପରେ ବିସ୍ତାର ଭାବରେ ଚର୍ଚ୍ଚା କରାଯିବ।