- ବୃଦ୍ଧି ପାଇବ ଦିଲ୍ଲୀ ମେଟ୍ରୋର ପରିସର
- କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ତିଆରି କରାଯିବ ୧୪ ନୂଆ ମେଟ୍ରୋ ଷ୍ଟେସନ୍
- ୧୦ ଅଣ୍ଡରଗ୍ରାଉଣ୍ଡ ଏବଂ ୩ ଏଲିଭେଟେଡ୍ ଷ୍ଟେସନ୍ ରହିବ
- ୩ ବର୍ଷରେ ପୁରା ହେବ ପ୍ରୋଜେକ୍ଟ
- ଖର୍ଚ୍ଚ ହେବ ୧୨,୦୧୫ କୋଟି ଟଙ୍କା
ନୂଆଦିଲ୍ଲୀ,୨୪।୧୨: ଦିଲ୍ଲୀ ମେଟ୍ରୋ ବିସ୍ତାରକୁ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। କେନ୍ଦ୍ର ସରକାର ଏହି ପ୍ରୋଜେକ୍ଟ ଉପରେ ୧୨,୦୧୫ କୋଟି ଟଙ୍କା ଖର୍ଚ୍ଚ କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ରିଫିଙ୍ଗରେ କହିଛନ୍ତି, ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ପ୍ରାୟ ୬୫ ଲକ୍ଷ ଲୋକ ଯାତ୍ରା କରନ୍ତି। ସେଭଳି ପର୍ବ କିମ୍ବା କିଛି ଖାସ୍ ଅବସରରେ ଯାତ୍ରୀଙ୍କ ସଂଖ୍ୟା ବଢିକି ୮୦ ଲକ୍ଷ ପାର ହୋଇଯାଇଥାଏ।
ଏହି ପ୍ରୋଜେକ୍ଟ ଅନୁସାରେ, ୧୪ ନୂଆ ମେଟ୍ରୋ ଷ୍ଟେସନ୍ ତିଆରି କରାଯିବ। ଏଥିରେ ୧୦ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ୍ ଓ ୩ ଏଲିଭେଟେଡ୍ ଷ୍ଟେସନ୍ ରହିବ। ଏହି ପ୍ରୋଜେକ୍ଟ ୩ ବର୍ଷରେ ପୁରା ହେବାର ଅନୁମାନ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ର ଫେଜ୍ ୫ଏକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ ୧୩ ଟି ଷ୍ଟେସନ୍ ରହିବ। ୧୨,୦୧୫ କୋଟି ଟଙ୍କା ଖର୍ଚ୍ଚରେ ୧୬ କିଲୋମିଟର ଲମ୍ବା ନୂଆ ଲାଇନ୍ ବିଛାଇ ଦିଆଯିବ। ଏହାସହ ଦିଲ୍ଲୀ ମେଟ୍ରୋ ନେଟଓ୍ବର୍କ ୪୦୦ କିଲୋମିଟରରୁ ଅଧିକ ହୋଇଯିବ।
୩ ବର୍ଷରେ ପୁରା ହେବ ନୂଆ ମେଟ୍ରୋ ପ୍ରୋଜେକ୍ଟ
-ଏହି ପ୍ରୋଜେକ୍ଟ ଅନୁସାରେ, ୧୩ ନୂଆ ମେଟ୍ରୋ ଷ୍ଟେସନ୍ ତିଆରି କରାଯିବ। ଯେଉଁଥିରେ ୧୦ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ୍ ଓ ୩ ଏଲଭିଟେଡ୍ ଷ୍ଟେସନ୍ ରହିବ। ଏହି ପ୍ରୋଜେକ୍ଟ ୩ ବର୍ଷରେ ପୁରା ହେବାର ଅନୁମାନ ରହିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଦିଲ୍ଲୀ ମେଟ୍ରୋ ଫେଜ୍ ୫ଏକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ୧୩ ଷ୍ଟେସନ୍ ରହିବ। ୧୨,୦୧୫ କୋଟି ଟଙ୍କା ଖର୍ଚ୍ଚରେ ୧୬ କିଲୋମିଟର ଲମ୍ବା ନୂଆ ଲାଇନ୍ ବିଛା ଯିବ। ଏହାସହ ଦିଲ୍ଲୀ ମେଟ୍ରୋ ନେଟଓ୍ବର୍କ ୪୦୦ କିଲୋମିଟରରୁ ଅଧିକ ହେବ।
-ରାମକୃଷ୍ଣ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ତ ପର୍ଯ୍ୟନ୍ତ ୯.୯ କିଲୋମିଟର ଟ୍ରାକ୍ ବଢାଯିବ। ଏହାର ଖର୍ଚ୍ଚ ୯,୫୭୦.୪ କୋଟି ଟଙ୍କା ରହିବ।
-ଏରୋସିଟିରୁ ଏୟାରପୋର୍ଟ ଟର୍ମିନାଲ-୧ ପର୍ଯ୍ୟନ୍ତ ୨.୩ କିଲୋମିଟର ଟ୍ରାକ୍ ବଢିବ। ଏହାର ଖର୍ଚ୍ଚ ୧,୪୧୯.୬ କୋଟି ଖର୍ଚ୍ଚ ଆସିବ।
-ତୁଗଲକାବାଦରୁ କାଳିନ୍ଦୀ କୁଞ୍ଜ ପର୍ଯ୍ୟନ୍ତ ୩.୯ କିଲୋମିଟର ଟ୍ରାକ୍ ବଢିବା ପାଇଁ ୧,୦୨୪.୮ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ପ୍ରୋଜେକ୍ଟ ପାଇଁ ୫ ହଜାର କୋଟିର ଲୋନ୍ ନିଆ ଯିବ
ଦିଲ୍ଳୀ ମେଟ୍ରୋ ବିସ୍ତାର ପାଇଁ କେନ୍ଦ୍ର ସରକାର ୧,୭୫୯ କୋଟି ଟଙ୍କା ଦେବ, ସେଭଳି ଦିଲ୍ଲୀ ସରକାରଙ୍କୁ ମଧ୍ୟ ଏତିକି ଟଙ୍କା ଦେବାକୁ ହେବ। ବାକି ପ୍ରାୟ ୫ ହଜାର କୋଟି, ଟଙ୍କାର ଲୋନ୍ ନିଆଯିବ। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ମେଟ୍ରୋ ବିସ୍ତାରରୁ ଦିଲ୍ଲୀର ପ୍ରଦୂଷଣ ଓ ଟ୍ରାଫିକ ହ୍ରାସ ପାଇବ।
ଆହୁରି ପଢନ୍ତୁ :ଗ୍ରାପ୍-୪ ହଟାଯିବା ପରେ ବି ଦିଲ୍ଲୀରେ ଜାରି ରହିବ ଆଣ୍ଟି-ପଲ୍ୟୁସନ୍ ନିୟମ, ପିୟୁସି ନାହିଁ ତ ପେଟ୍ରୋଲ ନାହିଁ