ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଶ୍ରାବଣରେ କମିଲା ଚିକେନ୍ ଓ ମଟନ୍ ଚାହିଦା; ଦର ହ୍ରାସ ପରେ ବି ବ୍ୟବସାୟ ମାନ୍ଦା

Published By : Harapriya Sethi | July 23, 2025 10:10 AM

କଟକ, ୨୩/୦୭: ଶ୍ରାବଣ ମାସ ଚାଲିଛି । ଅନେକ କାଉଡ଼ିଆ ଜଳାଭିଷେକ ପାଇଁ ପାଣି ଭାର ନେଇ ଯାଉଛନ୍ତି । ଏଣୁ ମାସ ବ୍ୟାପୀ ନିରାମିଷ ଆହାର ଗ୍ରହଣ କରୁଛନ୍ତି । କେତେକ ଶ୍ରଦ୍ଧାଳୁ ଖାଦ୍ୟରେ ପିଆଜ ଓ ରସୁଣକୁ ବାଦ୍‌ ମଧ୍ୟ ଦେଉଛନ୍ତି । ତେଣୁ ଆମିଷ ବଜାର ପୁରା ମାନ୍ଦା ପଡ଼ିଛି । ପୂର୍ବପରି ସହରକୁ ଯେତିକି ମାଛ ଗାଡ଼ି ଆସିବା କଥା ସେତେ ମାତ୍ରାରେ ଆସୁନାହିଁ । କିନ୍ତୁ ମାଛର ଦର ସମାନ ରହିଛି । ବଡ଼ ମାଛ କିଲୋ ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ମଟନ ଓ କୁକୁଡ଼ା ମାଂସ ମୂଲ୍ୟ କମିଛି । 

ମାଂସ କିଲୋ ପିଛା ଶହେ ଟଙ୍କା ଓ କୁକୁଡ଼ା ମାଂସ ୫୦ ଟଙ୍କା କମିଥିବା ବ୍ୟବସାୟୀମାନେ କହିଛନ୍ତି । ଅର୍ଥାତ୍‌ ଛେଳି ମାଂସ କିଲୋ ୭ ଶହ ଓ କୁକୁଡ଼ା ମାଂସ ଦେଢ଼ଶହ ଟଙ୍କା ରହିଛି । ଏହାସତ୍ତେ୍ୱ ଆମିଷ ବାରରେ ଆମିଷ ବଜାର ଭିଡ଼ କମିଛି । ବେପାର ଭଲ ହେଉ ନ ଥିବା କିଛି ବ୍ୟବସାୟୀ କହିଛନ୍ତି । କୁକୁଡ଼ା ମାଂସ ବ୍ୟବସାୟୀ ଆବିଦ୍‌ ଖାନ୍‌ କହିଛନ୍ତି, ପ୍ରତି ଆମିଷ ବାରରେ ତାଙ୍କ ଦୋକାନକୁ ୨ଟି ଗାଡ଼ିରେ ୩୦ କ୍ୱିଣ୍ଟାଲ୍‌ କୁକୁଡ଼ା ଆସେ । ପ୍ରାୟ ୨୦ କ୍ୱିଣ୍ଟାଲ୍‌ ଚିକେନ୍‌ ବିକ୍ରି ହୁଏ । ଏବେ ଏହି ପରିମାଣ ଖସି ମାତ୍ର ୬ କ୍ୱିଣ୍ଟାଲ୍‌ ମାଂସ ବିକ୍ରି ହେଉଛି । ପୂର୍ବରୁ ଚିକେନ୍‌ କିଲୋ ପ୍ରତି ୨୦୦ ଟଙ୍କା ଥିବା ବେଳେ ଏବେ ୧୫୦ ଟଙ୍କା ରହିଛି । ଚିକେନ୍‌ର ରେଟ୍‌ କମିଛି ସତ ହେଲେ ପୂର୍ବପରି ବେପାର ହେଉନାହିଁ । 

ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ଦୋକାନ ଆଗରେ ଗ୍ରାହକମାନଙ୍କର ଭିଡ଼ ଜମୁଥିଲା । ଏବେ ବେପାର ପୂରା ମାନ୍ଦା ଥିବା ସେ ସ୍ୱୀକାର କରିଛନ୍ତି । ସେହିପରି ଛେଳି ମାଂସ ବ୍ୟବସାୟୀ ସେକ୍‌ ଆକିମ୍‌ଙ୍କ କହିବା କଥା ଆମିଷ ବାରରେ ସେ ପୂର୍ବରୁ ଏକ କ୍ୱିଣ୍ଟାଲ୍‌ରୁ ଅଧିକ ମଟନ୍‌ ବିକ୍ରି କରୁଥିଲେ । କିନ୍ତୁ ଏବେ ତିନୋଟି ବାରକୁ ମିଶେଇ ୨୦ରୁ ୩୦ କିଲୋ ମଟନ୍‌ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ପୂର୍ବରୁ ମଟନ୍‌ କିଲୋ ପିଛା ୮୦୦ ଟଙ୍କା ଥିବା ବେଳେ ଶ୍ରାବଣ ମାସ ପାଇଁ ଏହା ୭୦୦ ଟଙ୍କାକୁ ଖସି ଆସିଛି । ଏହାସତ୍ତେ୍ୱ ଗ୍ରାହକଙ୍କ ସଂଖ୍ୟା କମିଛି । ସେହିପରି ପ୍ରତ୍ୟେକ ଦିନ ସହରକୁ ଆନ୍ଧ୍ରପ୍ରଦେଶ, ଭୁବନେଶ୍ୱର କୌଶଲ୍ୟାଗଙ୍ଗ ଓ ବାଲୁଗାଁରୁ ୧୫ଟି ବଡ଼ ଟ୍ରକ୍‌ରେ ପ୍ରାୟ ଦେଢ଼ ଶହ ଟନ୍‌ ବିଭିନ୍ନ ପ୍ରକାରର ମାଛ ଆସେ । କିନ୍ତୁ ଏବେ ମାତ୍ର ୮ଟି ଗାଡ଼ିରେ ପାଖାପାଖି ୬୦ରୁ ୭୦ ଟନ୍‌ର ମାଛ ଆସୁଛି । ଏରସମା, ପାରଦୀପ ଓ ବାଲେଶ୍ୱରରୁ ୪ଟି ବଡ଼ ପିକ୍‌ଅପ୍‌ ଭ୍ୟାନ୍‌ରେ ୨ ଟନ୍‌ରୁ ଅଧିକ ଚିଙ୍ଗୁଡ଼ି କଟକକୁ ବିକ୍ରି ହେବାକୁ ଆସେ । ଏବେ ମାତ୍ର ୧ ଟନ୍‌ ଚିଙ୍ଗୁଡ଼ି ଆସୁଛି ବୋଲି ମାଛ ବ୍ୟବସାୟୀମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.