ପାଟନା,୨୩/୦୭: ବିହାର ବିଧାନସଭାରେ 'ବାପା' ଶବ୍ଦକୁ ନେଇ ହଙ୍ଗାମା ହୋଇଛି । ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଅସନ୍ତୋଷ ପ୍ରକାଶ କରି ଗୃହ ତ୍ୟାଗ କରିଥିଲେ ବାଚସ୍ପତି ନିନ୍ଦ କିଶୋର ଯାଦବ ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିପକ୍ଷ ନେତା ତେଜସ୍ବୀ ଯାଦବଙ୍କ ମଧ୍ୟରେ ବିଧାନସଭାରେ ଯୁକ୍ତିତର୍କ ହୋଇଥିଲା । ଦୁହେଁ ଦୁହିଁଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ସମୟରେ ବିରେନ୍ଦ୍ର ଦେଇଥିବା ଟିପ୍ପଣୀକୁ ନେଇ ହଙ୍ଗାମା ହୋଇଥିଲା । ଏହାପରେ ସ୍ପିକର ନନ୍ଦକିଶୋର ଯାଦବ ଆରଜେଡ଼ି ବିଧାୟକ ଭାଇ ବିରେନ୍ଦ୍ରଙ୍କୁ ତାଗିଦ୍ କରିଥିଲେ । ବିରେନ୍ଦ୍ର ତାଙ୍କ ସିଟ୍ରେ ବସି 'ବାପା' ଶବ୍ଦର ପ୍ରୟୋଗ କରିଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ପିକର । ଏହାପରେ ବିରୋଧୀ ଓ ଶାସକ ଦଳ ଆସନରୁ ଉଠି ଯାଇଥିଲେ । ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିରେନ୍ଦ୍ରକୁ କ୍ଷମା ମାଗିବାକୁ ତେଜସ୍ୱୀଙ୍କୁ କହିଥିଲେ ବାଚସ୍ପତି । ଆରଜେଡି଼ ବିଧାୟକ ବିରେନ୍ଦ୍ର କହିଥିଲେ, ଗୃହ କାହା ବାପାର ନୁହେଁ । ଏହାକୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା ହୋଇଥିଲା । ଏହା ପରେ କିଛି ଭୁଲ କହି ନାହିଁ ବୋଲି କହିଥିଲେ ବିଧାୟକ ବିରେନ୍ଦ୍ର ।