ଭୁବନେଶ୍ୱର,୧୯/୧୦: ଆଗକୁ ଧନ୍‌ତେରସ୍‌ ଓ ଦୀପାବଳି ପର୍ବ ରହିଛି । ପାର୍ବଣ ଚାହିଦା ସୁନା ଦରକୁ ଦ୍ରୁତ ବେଗରେ ବଢ଼ାଇଚାଲିଛି । ଖାଲି ସେତିକି ନୁହେଁ ଭୁ-ରାଜନୈତିକ ସମସ୍ୟା ଯୋଗୁ ବି ଲୋକେ ସୁନାରେ ବିପୁଳ ନିବେଶ କରୁଛନ୍ତି । ଏହା ହଳିଦିଆ ଧାତୁକୁ ମହଙ୍ଗା କରିଚାଲିଛି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦରରେ  ୮୭୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୭୮,୯୮୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, ୨୨ କ୍ୟାରେଟ୍‌ ସୁନା ଦର ୮୦୦ ଟଙ୍କା ମହଙ୍ଗା ହୋଇ ୭୨,୪୦୦ ଟଙ୍କାରେ ପହଞ୍ଚିଛି । ରୁପା ଦରରେ ବି ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । କିଲୋଗ୍ରାମ ପିଛା ଏହି ଧାତୁ ୨,୦୦୦ ଟଙ୍କା ମହଙ୍ଗା ହୋଇ  ୧,୦୫,୦୦୦ ଟଙ୍କାରେ ପହଞ୍ଚିଛି ।