ମୁମ୍ବାଇ ୨୨/୦୨: ବକ୍ସ ଅଫିସରେ ହେବାକୁ ଯାଉଛି ବଡ଼ ଟକ୍କର। ଆସନ୍ତା ମାସରେ ମୁହାଁମୁହିଁ ହେବେ ଦୁଇଟି ବଡ ବଡ ଫିଲ୍ମ। ଗୋଟିଏ ପଟେ ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଥିବା ବେଳେ ଅନ୍ୟପକ୍ଷେ ପ୍ୟାନ୍ ଇଣ୍ଡିଆ ଷ୍ଟାର ୟଶ୍ଙ୍କ ‘ଟକ୍ସିକ୍’। ନିକଟରେ ‘ଧୁରନ୍ଧର ୨’ ର ପ୍ରଥମ ପାର୍ଟ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ୟଶଙ୍କ କେଜିଏଫ୍ ର କ୍ରେଜ୍ ଏ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଯାଇନି। ତେଣୁ ଆସନ୍ତା ମାସରେ ରିଲିଜ୍ ହେବାକୁ ଥିବା ଏହି ଦୁଇ ଷ୍ଟାରଙ୍କ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା। ଯାହାକୁ ନେଇ ଆଲୋଚନା କରିଛନ୍ତି "କାବିଲ୍" ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା।
‘ଧୂରନ୍ଧର ୨’ ଦକ୍ଷିଣରେ ଏହାର ସ୍ଥାନୀୟ ଭାଷାରେ ରିଲିଜ୍ ହେବାକୁ ଯାଉଛି। ପୂର୍ବରୁ କୁହାଯାଇଥିଲା ଯେ ‘ଟକ୍ସିକ୍’ ମଧ୍ୟ ହିନ୍ଦୀରେ ମୁକ୍ତିଲାଭ କରିବ। ତେଣୁ, ସ୍କ୍ରିନ ସେୟାର ହେବା ତ ଅନିବାର୍ଯ୍ୟ। ଯଦି ସ୍କ୍ରିନ ସେୟାର ହୁଏ ତେବେ ବକ୍ସ ଅଫିସ ସଂଗ୍ରହକୁ ମଧ୍ୟ ପ୍ରଭାବିତ କରିବ। ସଞ୍ଜୟ ଗୁପ୍ତା କହିଛନ୍ତି ଯେ ଉଭୟ ଫିଲ୍ମ ପରସ୍ପରର ବ୍ୟବସାୟକୁ ଖାଇଯିବ।
ସଞ୍ଜୟ କହିଛନ୍ତି, "ମୁଁ ଦୁଇଟି ଫିଲ୍ମ ଦେଖିବି, କିନ୍ତୁ ଦୁର୍ଭାଗ୍ୟବଶତଃ, ସେଗୁଡ଼ିକ ଏକା ସମୟରେ ରିଲିଜ୍ କରୁଛି କାରଣ ସେଗୁଡ଼ିକ ବହୁ ପ୍ରତୀକ୍ଷିତ। ଏବଂ ସେଗୁଡ଼ିକ ପରସ୍ପରର ବ୍ୟବସାୟକୁ ଖାଇଯିବେ। ଏଥିସହିତ ସେ ୨୦୧୭ରେ ତାଙ୍କ ଫିଲ୍ମ 'କାବିଲ୍' ଏବଂ ଶାହରୁଖ ଖାନଙ୍କ 'ରଇସ୍' ମଧ୍ୟରେ ହୋଇଥିବା ବିବାଦକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯଦି ଦୁଇଟି ପୃଥକ ଭାବରେ ରିଲିଜ୍ କରିଥାନ୍ତା, ତେବେ ଉଭୟ ଲାଭବାନ ହୋଇଥାନ୍ତେ। ଆମକୁ ମନେ ରଖିବାକୁ ପଡିବ ଯେ ଆମର ଅତି ଧନୀ ଦେଶ ନୁହେଁ ଏବଂ ଆମ ଲୋକଙ୍କ ପାଖରେ ଦୁଇଟି ଫିଲ୍ମ ଦେଖିବା ପାଇଁ ଟଙ୍କା ନାହିଁ। ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ମାସରେ ଦୁଇଟି ଫିଲ୍ମ ଦେଖିପାରିବେ ନାହିଁ। ସେ ଏହି ସଂଘର୍ଷକୁ ଅନାବଶ୍ୟକ ବୋଲି କହିଛନ୍ତି ।
ଆହୁରି ପଢ଼ନ୍ତୁ...ଦେଶୀ ବିଜ୍ଞାପନରେ କୋରିଆ ଷ୍ଟାର୍, ୫ ବର୍ଷରେ ୩୫୦% ବଢ଼ିଛି ପପ୍ କ୍ରେଜ୍