ଭୁବନେଶ୍ୱର,୩୧/୫: ଓଡ଼ିଶାରେ ୧୫ରୁ ୪୯ ବର୍ଷ ବୟସଙ୍କ ମଧ୍ୟରେ ମଧୁମେହ ରୋଗ ସାଙ୍ଘାତିକ ଭାବେ ବୃଦ୍ଧି ପାଉଛି । ମଧୁମେହରେ ପୀଡ଼ିତ ରୋଗକୁ ତିନି ବର୍ଗରେ ବିଭକ୍ତ କରାଯାଇଛି । ଯଥା ମାତ୍ରାଧିକ, ଅଧିକ ଓ ସର୍ବାଧିକ ମାତ୍ରାରେ ପୀଡ଼ିତ ଅଛନ୍ତି । କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଫ୍ୟାମିଲ୍‌ ହେଲ୍‌ଥ ସର୍ଭେ-୫ (୨୦୧୯-୨୧)ତଥ୍ୟ ଅନୁସାରେ ରାଜ୍ୟରେ ୬.୫% ମହିଳା ‘ମାତ୍ରାଧିକ’ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ । ହେଲେ ନ୍ୟାସନାଲ ଫ୍ୟାମିଲ୍‌ ହେଲ୍‌ଥ ସର୍ଭେ-୬ (୨୦୨୩-୨୪) ତଥ୍ୟ ଅନୁସାରେ ୯.୫% ପୀଡ଼ିତ ହୋଇଛନ୍ତି । ମାତ୍ରାଧିକ ମଧୁମେହ ରୋଗ ବର୍ଗରେ ମହିଳା ରୋଗୀଙ୍କ ମାତ୍ରା ୩% ବଢ଼ିଛି ।

ସେହିପରି ସର୍ଭେ-୫ରେ ‘ଅଧିକ’ ମାତ୍ରାରେ ପୀଡ଼ିତ ୬.୬ ରହିଥିଲା ବେଳେ ସର୍ଭେ-୬ରେ ୧୧.୧ ରହିଛି । ଅଧିକ ବର୍ଗରେ ୪.୫ ବୃଦ୍ଧି ପାଇଛି । ସର୍ବାଧିକ ରୋଗ ବର୍ଗରେ ସର୍ଭେ-୫ରେ ୧୪.୦ ରହିଥିଲା ବେଳେ ସର୍ଭେ-୬ରେ ୨୧.୭ ରହିଛି । ଏହି ବର୍ଗରେ ପୀଡ଼ିତ ମହିଳାଙ୍କ ମାତ୍ରା ୭.୭ ବଢ଼ିଛି । ଅନ୍ୟପକ୍ଷରେ ସର୍ଭେ-୫ରେ ମାତ୍ରାଧିକ ମଧୁମେହରେ ପୀଡ଼ିତ ପୁରୁଷ ବର୍ଗଙ୍କ ୭.୩% ରହିଥିଲା ବେଳେ ସର୍ଭେ-୬ରେ ୧୦.୭% ରହିଛି । ଅର୍ଥାତ ମାତ୍ରାଧିକ ରୋଗ ବର୍ଗରେ ପୁରୁଷ ବର୍ଗଙ୍କ ୩.୪ ବଢ଼ିଛି । ଅଧିକ ବର୍ଗରେ ୫.୯ ଓ ସର୍ବାଧିକ ବର୍ଗରେ ୯.୬ ପରୁଷ ପୀଡ଼ିତ ହୋଇଛନ୍ତି । ରାଜ୍ୟରେ ମଧୁମେହ ରୋଗ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ାଉଛି ।

ଅଧିକ ପଢନ୍ତୁ- ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼ ଘଟଣା,୬ଜଣଙ୍କୁ  ଅଟକ ରଖି ପଚରାଉଚରା କରୁଛି ପୁଲିସ