ମୟୁରଭଞ୍ଜ,୧୪/୦୪: କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣା । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଛାତ୍ରୀଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥିସହ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।
ଆହୁରି ପଢନ୍ତୁ-କାକବନ୍ଧ ସରକାରୀ ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି ଘଟଣା: ଜଣେ ଛାତ୍ର ମୃତ୍ୟୁ ପରେ ଆକ୍ସନ୍, ପ୍ରଧାନ ଶିକ୍ଷକ ନିଲମ୍ବିତ
ସୂଚନା ଥାଉକି, ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗାଁ ଅମର୍ଦା ପଞ୍ଚାୟତସ୍ଥ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୪୫ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଝାଡ଼ା, ବାନ୍ତି, ଜର, ମୁଣ୍ଡ ଓ ପେଟବ୍ୟଥାରେ ଶିକାର ହୋଇ ରବିବାର ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିଲେ । ଦିନ ୯ରୁ ରାତି ତମାମ ଅସୁସ୍ଥ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଥମିବାର ନାଁ ଧରୁନଥିଲା । ପରେ ଜିଲ୍ଲାପାଳଙ୍କୁ ଦୁଇଟି ସ୍ୱତନ୍ତ୍ର ଟିମ୍ ଭେଟି କାକବନ୍ଧ ଆଶ୍ରମ ସ୍କୁଲକୁ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରି କେଉଁ ପରିସ୍ଥିତିରେ ଏତେ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ପରିସ୍ଥିତି ପାଇଁ ଯିଏ ବି ଦାୟୀ ରହିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ ମହାପାତ୍ର ପ୍ରକାଶ କରିଥିଲେ ।