ଭୁବନେଶ୍ଵର, ୦୨/୦୫ : ଆପଣଙ୍କ ମୋବାଇଲ୍ ହଠାତ୍ ଭାଇବ୍ରେସନ୍ ହେଲାକି ? ସ୍କ୍ରିନ୍‌ ରେ ମେସେଜ୍ ଫ୍ଲାସ୍ ହେଲାକି ? ଯଦି ଆପଣଙ୍କ ମୋବାଇଲ୍ ଭାଇବ୍ରେସନ ହୋଇଛି ତାହେଲେ ବିଚଳିତ ହୁଅନ୍ତୁ ନାହିଁ କି ଭୟଭୀତ ହୁଅନ୍ତୁ ନାହିଁ। ଏହା ସରକାରଙ୍କର ଏକ ଏମରଜେନ୍ସି ଆଲର୍ଟ ଥିଲା। ପରୀକ୍ଷା ମୂଳକ ଭାବେ ମୋବାଇଲ୍ କୁ ଏହି ଏମର୍ଜେନ୍ସି ଆଲର୍ଟ ପଠାଯାଉଛି। ଏଭଳି ମେସେଜକୁ ଅଣଦେଖା କରିବାକୁ ଏବଂ ଆତଙ୍କିତ ନହେବାକୁ ଟେଲିକମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଜରୁରୀକାଳୀନ ସ୍ଥିତିରେ ଏଭଳି ମେସେଜ୍ ଆସିବ। ଏହା କେବଳ ଏକ ଟେଷ୍ଟିଂ ଥିଲା। ଗୃହ ମନ୍ତ୍ରାଳୟର ଦୂର ସଞ୍ଚାର ବିଭାଗ ପକ୍ଷରୁ ଏହି ମେସେଜ୍ ସମସ୍ତଙ୍କୁ ପଠାଯାଇଛି। ଏହା ସମସ୍ତଙ୍କ ମୋବାଇଲକୁ ଆସିଛି। ଆଗକୁ ଏଭଳି ମେସେଜ୍ ସାହାଯ୍ୟରେ ଭାରତ ସରକାର ନାଗରିକଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। 

ଏହି ମେସେଜରେ ଲେଖାଯାଇଛି ଯେ, ଭାରତ ଏହାର ନାଗରିକମାନଙ୍କୁ ତ୍ଵରିତ ବିପର୍ଯ୍ୟୟ ସତର୍କତା ସେବା ପ୍ରଦାନ କରିବା ପାଇଁ ସ୍ଵଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ ବ୍ରଡକାଷ୍ଟ ଆରମ୍ଭ କରିଛି। ସଚେତନ ନାଗରିକ, ସୁରକ୍ଷିତ ଦେଶ। ଏହି ବାର୍ତ୍ତା ପାଇବା ପରେ ଜନସାଧାରଣଙ୍କ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା। 

NDMA ଟେଲିକମ୍ୟୁନିକେସନ୍ ବିଭାଗର ଏକ ପ୍ରମୁଖ ଗବେଷଣା ଏବଂ ବିକାଶ କେନ୍ଦ୍ର, ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମାଟିକ୍ସ (C-DOT) ଦ୍ୱାରା ବିକଶିତ ସମନ୍ୱିତ ଆଲର୍ଟ ସିଷ୍ଟମ (SACHET)କୁ ସଫଳତାର ସହ ଆକ୍ଟିଭେଟ୍ କରାଯାଇଛି। ଏହି ଆଲର୍ଟ ସିଷ୍ଟମ ଜରିଆରେ ଲୋକମାନଙ୍କ ନିକଟରେ ପ୍ରାକୃତିକ ବିପର୍ଯ୍ୟୟ, ପାଣିପାଗ ସମ୍ପର୍କିତ ଖବର, ବନ୍ୟା ବାତ୍ୟା ଭଳି ଘଟଣାର ବାର୍ତ୍ତା ପହଞ୍ଚାଯିବ। ୧୯ରୁ ଅଧିକ ଭାରତୀୟ ଭାଷାରେ ୧୩୪ ବିଲିୟନରୁ ଅଧିକ ମେସେଜ ଆଲର୍ଟ ପଠାଯାଇପାରିବ।

ଇସ୍ରାଏଲ ତାର ନାଗରିକଙ୍କୁ ମିସାଇଲ୍, ଡ୍ରୋନ୍ କିମ୍ଵା ରକେଟ୍ ଆଟାକ୍ ରୁ ସୁରକ୍ଷିତ ରହିବା ପାଇଁ ଏହି ଟେକ୍ନୋଲୋଜି ଜରିଆରେ ମେସେଜ୍ ପଠାଉଛି। ଏହାଦ୍ଵାରା ସମ୍ଭାବ୍ୟ ବିପଦରୁ ବର୍ତ୍ତିବା ପାଇଁ ଲୋକେ ଆଗୁଆ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି। ତେବେ ମୋବାଇଲ୍ ୟୁଜର ଚାହିଁଲେ ଏହାକୁ ଅନ୍ କିମ୍ଵା ଅଫ୍ କରିପାରିବେ। ଏଥିପାଇଁ ମୋବାଇଲର ସେଟିଂକୁ ଯିବାକୁ ପଡ଼ିବ। ସେଫ୍ଟି ଆଣ୍ଡ ଏମରେର୍ଜେନ୍ସି ଏହାପରେ ଭାଇରାଲ୍ ମେସେଜ୍ ଆଲର୍ ଏବଂ ପରେ ଟେଷ୍ଟ ଆଲର୍ଟ ମାଧ୍ୟମରେ ଏହାକୁ ଅନ୍ କିମ୍ଵା ଅଫ୍ କରିପାରିବେ। ..

​​​​​​​​​​​​​​ 

ଏହି ଖବରଟିକୁ ପଢନ୍ତୁଭୋଗରାଇରେ ମଧ୍ୟାହ୍ନ ଭୋଜନ ମହାଦୁର୍ନୀତି, ସ୍କୁଲ ପିଲାଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ