ଭୁବନେଶ୍ଵର : ମମତାଙ୍କ ଉପରେ ପଡ଼ିଲା କି ମହାପ୍ରଭୁଙ୍କ ଅଭିଶାପ ? ଦୀଘା ପାଇଁ ହାରିଗଲେ କି ଦିଦି ? ସତ ହେଲା ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ପୂର୍ବାନୁମାନ । ଦୀଘାରେ ପଥର ମୂର୍ତ୍ତି ପ୍ରତିଷ୍ଠା କରି ବଙ୍ଗୀୟ ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିବାକୁ ଉଦ୍ୟମ କରିଥିଲେ ମମତା। ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ କରିଥିଲେ ଭୟଙ୍କର ଷଡ଼ଯନ୍ତ୍ର। ଦୀଘାକୁ ଜଗନ୍ନାଥ ଧାମ କହି ଏବେ ପସ୍ତେଇଲେ ମମତା। ଦିଦିଙ୍କ ଦର୍ପ ଭାଙ୍ଗିଦେଲେ ସ୍ଵୟଂ ଦାରୁ ଦେବତା। ଏବେ ଅଖା ଧୋଉଥିବେ ଆଉ ମହାପ୍ରଭୁଙ୍କ ଗୁଣ ଗାଉଥିବେ ଦିଦି।(ଭିଓ-୨) ବିଶ୍ଵ ବ୍ରହ୍ମାଣ୍ଡର ଠାକୁର ସିଏ। କୋଟି ଓଡ଼ିଆଙ୍କ ମଉଡ଼ମଣି। ସେ ନଚାହିଁଲେ ଦିନରାତି ହୁଏନା। ତାକୁ ନଡାକିଲେ ଶୁଭକାର୍ଯ୍ୟ ହୁଏନା। ହେଲେ ସେହି ଦିଅଁଙ୍କ ମନ୍ଦିର ନିର୍ମାଣ କରି ବାଃ ବାଃ ନେବାକୁ ଚେଷ୍ଟା କରିଥିଲେ ପଶ୍ଚିମବଙ୍ଗର ମମତା ସରକାର। ଭାବିଥିଲେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବେ। କାଳିଆ ରାଇଜର ଗୌରବ ହାନୀ କରିବେ। ହେଲେ ବୋଧହୁଏ ବେଶୀ ଦିନ ଯାଏଁ ଦିଦିଙ୍କ ଗର୍ବ ସହିଲାନି କାଳିଆ। ୨୦୨୬ ନିର୍ବାଚନରେ ମାଟି କାମୁଡ଼ି ପଡ଼ିଲେ ମମତା ବାନାର୍ଜୀ। ଦୀର୍ଘ ୧୫ ବର୍ଷ ପରେ ଭାଙ୍ଗିଲା ଟିଏମସି ଦୁର୍ଗ । ବେଙ୍ଗଲରେ ଫୁଟିଲା ପଦ୍ମ।
୨୦୨୫ ମସିହାରେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ ମମତା ବାନାର୍ଜୀ। ଜଗନ୍ନାଥ ବିରୋଧୀ ପରମ୍ପରା ଅନୁଯାୟୀ କରୁଛନ୍ତି ସେବା ପୂଜା। ଦାରୁ ଦିଅଙ୍କ ପାଷାଣ ମୂର୍ତ୍ତି ତିଆରି କରି ଇସ୍କନ ଢାଞ୍ଚାରେ ଚାଲିଛି ନୀତିକାନ୍ତି । ଦୀଘା ଦିଅଁଙ୍କୁ ନେଇ ସେତେବେଳେ ତୁମ୍ବି ତୋଫାନ ହୋଇଥିଲା । ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ ବୋଲି ଘୋଷଣା କରାଯାଇପାରିବ ନାହିଁ ବୋଲି ସବୁଠି ଉଠିଥିଲା ବିରୋଧର ସ୍ଵର। ସେତେବେଳେ ମମତାଙ୍କୁ ସମାଲୋଚନା କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। କହିଥିଲେ, ମମତାଙ୍କ ଗର୍ବ ରହିବ ନାହିଁ। ଜଗନ୍ନାଥ ହେଉଛନ୍ତି ଦାରୁ ଦେବତା । ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ପଥର ମୂର୍ତ୍ତି କରି ଭୁଲ୍ କରିଛନ୍ତି ମମତା ବାନାର୍ଜୀ । ସେହିଭଳି ଦୀଘାକୁ ଜଗନ୍ନାଥ ଧାମ ଘୋଷଣାକୁ ମଧ୍ୟ ସମାଲୋଚନା କରିଥିଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଏଥର ନିର୍ବାଚନରେ ମମତା ହାରିବେ ବୋଲି ମଧ୍ୟ କହିଥିଲେ ଜଗୁନି। ଆଉ ଏବେ ସତକୁ ସତ ନିର୍ବାଚନରେ ଭୟଙ୍କର ଭାବେ ପରାସ୍ତ ହୋଇଛନ୍ତି ମମତା ବାନାର୍ଜୀ। ବିଜେପି ଉପରେ ମମତା ବର୍ଷା କରିଛନ୍ତି ବେଙ୍ଗଲ ଜନତା।
ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର କରିବାରେ କୌଣସି ଆପତ୍ତି ନାହିଁ। ସାରା ବିଶ୍ଵରେ ଠାକୁର ସିଏ। ଯେଉଁଠି ଚାହିଁବେ ସେଇଠି ରହିବେ। ବିଶ୍ଵର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଅଛି। ଏହା ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର କରୁଛି। ହେଲେ ଦୀଘାକୁ ଜଗନ୍ନାଥ ଧାମ କହିବା ଜମାବି ଗ୍ରହଣୀୟ ନୁହେଁ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନୀ ହେଲା ଭଳି କୌଣସି ଅପଚେଷ୍ଟା କରାନଯାଉ।
ଏହି ଖବରଟିକୁ ପଢନ୍ତୁ- ପ୍ରଥମେ କଳିଙ୍ଗ ଏବେ ବଙ୍ଗ... ସମାନ ତାରିଖରେ ଭୁଶୁଡ଼ିଲା ନବୀନ-ମମତାଙ୍କ ଗଡ଼, ବିଜେପି ପାଇଁ ଶୁଭ ହେଲେ ଆଞ୍ଚଳିକ ଦଳ ପାଇଁ ଘୋର୍ ଅଶୁଭ