ଭୁବନେଶ୍ବର : ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ। ଏ ନେଇ ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଭୂମିହୀନଙ୍କୁ ପକ୍କା ଘର ଦେବାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତିମାସର ପ୍ରଥମ ଶନିବାର ବୈଠକ ହେବ। BDO ଓ ତହସିଲଦାର ମିଳିତ ବୈଠକ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । PMAY-Gରେ କେନ୍ଦ୍ରାପଡ଼ାର ୨୭୧ଭୂମିହୀନଙ୍କୁ ଘର ମିଳିନାହିଁ। ୩୭ ଲକ୍ଷ ୮୯ ହଜାର ୨୩୪ ପରିବାର କଚ୍ଚା ଘରେ ରହୁଛନ୍ତି। ଏବେ ୨ ଲକ୍ଷ ୧ ହଜାର ୧୧ ପରିବାର ଭୂମିହୀନ ଅଟନ୍ତି ।