ନୀଳଗିରି: ଏମିତି ବି ଆସେ ମୃତ୍ୟୁ । ରୋଗୀଙ୍କ ସେବା କରୁଥିଲେ ହଠାତ ହୋଇପଡ଼ିଲେ ଅସୁସ୍ଥ । ଚିକିତ୍ସା ପାଇଁ ନିଆଯାଇଥିଲା ଡାକ୍ତରଖାନା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯାଜପୁର ମେଡିକାଲ କେଲଜରୁ ଆସିଛି ଏଭଳି ଖବର । ଆନେସ୍ଥେସିଆ ଡାକ୍ତର ରାଜେଶ ସାହୁଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ସବୁ ଦିନ ଭଳି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରୁ ଆସି ଯାଜପୁର ମେଡିକାଲ କଲେଜ ରୋଗୀ ସେବା କରୁ କରୁ ଶବ ପାଲଟିଲେ ଡାକ୍ତର। ଡାକ୍ତରଙ୍କ ଏଭଳି ହଠାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଯାଜପୁର ମେଡିକାଲ କଲେଜର ଆନେସ୍ଥେସିଆ ଡାକ୍ତର ରାଜେଶ ସାହୁ (୩୮) ରବିବାର ରାତ୍ରିରେ ଓଟିରେ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟ ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହକୁ ଯାଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସରେ ଯାଜପୁରରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
କଟକ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ରାଜେଶ ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ଜାମୁଡିହା ଗ୍ରାମର ଭାସ୍କର ସାହୁଙ୍କର ବଡ ପୁଅ। ପରେ ତାଙ୍କର ମରଶରୀର କୁ ଜନ୍ମ ମାଟିକୁ ନିଆଯାଇଥିଲା। ଗ୍ରାମରେ ଶୋକାକୁଳ ପରିବେଶରେ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କର ୭ ବର୍ଷର ଶିଶୁକନ୍ୟା ଅଛନ୍ତି।
ଏହାସହ ପଢ଼ନ୍ତୁ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, ପୁଲିସ ରିମାଣ୍ଡରେ ଗଲେ OAS ଭୀମସେନ ଟୁଡୁ