ନୂଆଦିଲ୍ଲୀ,୦୬/୦୮: ଋଷଠୁ ନିଜେ କିଣୁଛନ୍ତି ହେଲେ ଭାରତକୁ ନାଲି ଆଖି ଦେଖାଉଛନ୍ତି । ଋଷ ପାଖରୁ ଆମେରିକା ୟୁରାନିୟମ ଓ ସାର କିଣୁଛି । ହେଲେ ଭାରତକୁ ଟାରିଫ୍ ନାଲି ଆଖି ଦେଖାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୫% ପରେ ବି ଆହୁରି ଶୁଳ୍କ ବୋଝ ଲଦିବେ ବୋଲି ଧମକାଇଛନ୍ତି । ୨୪ ଘଣ୍ଟା ଭିତରେ ଶୁଳ୍କ ବଢିବ । ଭାରତକୁ ଟାରିଫ୍ ଭୟ ଦେଖାଇ ଋଷରୁ ୟୁରାନିୟମ ଓ ସାର କିଣୁଛି ଆମେରିକା । ସାମ୍ବାଦିକଙ୍କ ପ୍ରଶ୍ନରେ ହଡ଼ବଡ଼େଇ ଯାଇଛନ୍ତି ଟ୍ରମ୍ପ । ପ୍ରଶ୍ନ ପଚାରିବାରୁ ପାଟିରୁ ବାହାରିଲାନି ଉତ୍ତର । ମୁଁ କିଛି ଜାଣିନି ତଦନ୍ତ କରିବି କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଏହା କହିବାକୁ ଚାହୁଛନ୍ତି ଯେ ସେ ଜାଣିନାହାନ୍ତି ଋଷଠୁ ଆମେରିକା କଣ କଣୁଛି ? ସେପଟେ ଭାରତ ଉପରେ ଆହୁରି ଟାରିଫ୍ ପ୍ରହାର କରିପାରେ ଆମେରିକା ।

ଆମେରିକା ଋଷଠୁ ୟୁରାନିୟମ୍, ରାସାୟନିକ ସାର କିଣୁଛି । ହେଲେ ଭାରତର ଶକ୍ତି ଆମଦାନୀକୁ ନେଇ ସମାଲୋଚନା କରିବା ପ୍ରଶ୍ନରେ ଟ୍ରମ୍ପ ହଡ଼ବଡ଼େଇ ଯାଇଥିଲେ । କଣ କହିବେ କିଛି ଜାଣିପାରିନଥିଲେ । ଶେଷରେ ଟ୍ରମ୍ପ କହିଛନ୍ତି, "ମୁଁ ଏ ବିଷୟରେ କିଛି ଜାଣିନାହିଁ । ମୋତେ ଯାଞ୍ଚ କରିବାକୁ ପଡିବ। "ସେହିପରି ଚୀନ୍ ସମେତ ରୁଷୀୟ ଶକ୍ତି କ୍ରୟ କରୁଥିବା ସମସ୍ତ ଦେଶ ଉପରେ ୧୦୦% ଶୁଳ୍କ ଲାଗୁ କରିବା ବିଷୟରେ ପଚରାଯିବା ପ୍ରଶ୍ନରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୁଁ କେବେ ପ୍ରତିଶତ କହିନାହିଁ, କିନ୍ତୁ ଆମେ ଏହାର ବହୁତ କିଛି କରିବୁ।  ଆମେ ଦେଖିବୁ କମ୍ ସମୟ ମଧ୍ୟରେ କ'ଣ ହୁଏ । କାଲି ରୁଷ ସହିତ ଆମର ଏକ ବୈଠକ ଅଛି। ଆମେ ଦେଖିବୁ କ'ଣ ହେଉଛି । "


'୫ ମାସରେ ୫ ଯୁଦ୍ଧ ବନ୍ଦ କରିଛି'-ଟ୍ରମ୍ପ ଆହୁରି କହିଛନ୍ତି, ଏହା ବାଇଡେନଙ୍କ ଯୁଦ୍ଧ ଏବଂ ଆମେ ଏଥିରୁ ବାହାରିବା ପାଇଁ କଠିନ ପରିଶ୍ରମ କରୁଛୁ । ମୁଁ ଗତ ପାଞ୍ଚ ମାସରେ ପାଞ୍ଚଟି ଯୁଦ୍ଧ ବନ୍ଦ କରିଛି ।  ମୁଁ ଚାହେଁ ଯେ ଏହା ଷଷ୍ଠ ଯୁଦ୍ଧ ହେଉ । ଭାରତ ଏବଂ ପାକିସ୍ତାନ ସମେତ କିଛି ଯୁଦ୍ଧକୁ ବନ୍ଦ କରିଥିଲି ।  ମୁଁ ସମ୍ପୂର୍ଣ୍ଣ ତାଲିକା ଉପରେ ଯାଇପାରିବି, କିନ୍ତୁ ଆପଣ ତାଲିକାଟିକୁ ଭଲ ଭାବରେ ଜାଣିଥିବେ । "

ଅଧିକ ପଢନ୍ତୁ...ବୈଦେଶିକ ମନ୍ତ୍ରଣାଳୟ ପରେ ଟ୍ରମ୍ପଙ୍କୁ ଆଇନା ଦେଖାଇଲା ଭାରତୀୟ ସେନା, ୧୯୭୧ ମସିହାର ପେପର କ୍ଲିପ୍ ପୋଷ୍ଟ କରି ପାକିସ୍ତାନ ପ୍ରୀତିର ଦେଲା ପ୍ରମାଣ

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି କି, ୨୦୨୪ରେ ୟୁରୋପ ସହ ଋଷରୁ ଆସୁଥିବା ଏଲଏନଜି ଉତ୍ପାତ ୧୬.୫ ମିଲିୟନ ଟନ୍‌ର ରେକର୍ଡ ସ୍ତରରେ ପହଞ୍ଚିଛି । ଯାହା ୨୦୨୨ ରେକର୍ଡ ତୁଳନାରେ ୧୫.୨୧ ମିଲିୟନ ଟନ୍ ପାର କରିଛି । ସେହିପରି ୟୁରୋ-ଋଷ ବ୍ୟବସାୟରେ କେବଳ ଶକ୍ତି ନୁହେଁ ସାର, ଖଣି ଉତ୍ପାଦ, କେମିକାଲ୍ସ, ଆଇରନ୍‌ ଏବଂ ଷ୍ଟିଲ, ମେସିନ ଏବଂ ଟ୍ରାନ୍ସପୋର୍ଟ ମଧ୍ୟ ସାମିଲ ଅଛି । ୟୁରୋପକୁ ମଧ୍ୟ ନିଜ ଭିତରେ ଦେଖିବାକୁ ପଡିବ ।

କଣ ମାମଲା- ରୁଷରୁ ତେଲ କିଣାକୁ ନେଇ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛି ଏବଂ ଏହାକୁ ଆହୁରି ବଢ଼ାଇବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ୨୪ ଘଣ୍ଟାର ଶୁଳ୍କ ବଢିବ । ଭାରତ ଏକ ଭଲ ଟ୍ରେଡ଼ି ପାର୍ଟନର ନୁହେଁ ଆମେରିକାକୁ ଭାରତଠୁ କୌଣସି ଫାଇଦା ମିଳୁନାହଁ ବୋଲି କହିଛନ୍ତି ଟ୍ରମ୍ପ ।ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ବୟାନରେ କହିଥିଲେ କି, ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଏବଂ ୟୁରୋପୀୟ ସଂଘ ଭାରତ ଉପରେ ଋଷରୁ ତେଲ କ୍ରୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଶକ୍ତି ବଜାରରେ ସ୍ଥିରତା ପାଇଁ ଆମେରିକା ବି ଭାରତକୁ ପ୍ରୋତ୍ସାହିତ କରିଥିଲା ।