ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ମନ କଥାକୁ ଚାପନ୍ତୁନି... ବିଗାଡ଼ିପାରେ ମାନସିକ ସ୍ୱାସ୍ଥ୍ୟ

Published By : Prameya | November 8, 2024 12:39 PM

ଭୁବନେଶ୍ଵର, ୦୮/୧୧ : ମଣିଷ ଏକ ସାମାଜିକ ପ୍ରାଣୀ । ତା' ପାଇଁ କଥାବାର୍ତ୍ତା ସେତିକି ଜରୁରି, ଯେତିକି ନିଶ୍ୱାସ ନେବା । ଯଦି ନିଜର ଭାବନା ଓ ବିଚାରକୁ ଅନ୍ୟ ଆଗରେ ପ୍ରକାଶ କରା ନଯାଏ, ତେବେ ମାନିସକ ସ୍ୱାସ୍ଥ୍ୟ ବିଗିଡ଼ିବାର ଆଶଙ୍କା ଉପୁଜିଥାଏ । ସମାଜରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ମନର କଥାକୁ ଶବ୍ଦରେ ପ୍ରକାଶ କରିପାରି ନଥାନ୍ତି । ଭାବନାକୁ ମନ ଭିତରେ ଚାପି ରଖିବା ଦ୍ୱାରା ଅନେକ ମାନସିକ ସମସ୍ୟା ବଢିପାରେ । ନିକଟରେ ହୋଇଥିବ ଏକ ସର୍ଭେରୁ ଜଣାପଡିଛି । ଏଥିରୁ ରକ୍ଷା ପାଇବା ପାଇଁ କେତେକ ପରାମର୍ଶ ମଧ୍ୟ ଦିଆଯାଇଛି । କିଛି ଲୋକଙ୍କ ମନରେ ଉଠୁଥିବା ଭାବନାକୁ ଚାପି ଦେଇଥାନ୍ତି, ଯହା ଆଦୌ ଠିକ୍‌ ନୁହେଁ । ଏହା ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ବିଶେଷକରି ଯେତେବେଳେ ନିଜର ଲୋକ ଭାବନାକୁ ବୁଝିବାରେ ଅସମର୍ଥ ହୋଇଥାଏ । ସେତେବେଳେ ଏକଲାପଣ ଓ ନିରାଶଭାବ ଅନୁଭବ ହୁଏ । କାନାଡାର ମ୍ୟାକ୍‌ଗିଲ୍‌ ବିଶ୍ୱବିଦ୍ୟାଳୟର ସର୍ଭେରୁ ଜଣାପଡିଛି ଯେ ସାମାଜିକ ସମ୍ପର୍କକୁ ବୁଝିବାର କ୍ଷମତା ଏବଂ ମାନସିକ ସ୍ୱାସ୍ଥ୍ୟ ଭିତରେ ଗଭୀର ସମ୍ପର୍କ ରହିଛି । 

ସାମାଜିକ ସଂଜ୍ଞାକୁ ବୁଝିବା ଜରୁରି

ସାମାଜିକ ସଂଜ୍ଞା ଏକ ଜଟିଳ ମାନସିକ ପ୍ରକ୍ରିୟା, ଯାହା ଆମକୁ ଅନ୍ୟର ଭାବନା, ବିଶ୍ୱାସ ଓ ଅନୁମାନକୁ ବୁଝିବାର କ୍ଷମତା ଦେଇଥାଏ । ଏହି ପ୍ରକ୍ରିୟା କେବଳ ଅନ୍ୟ ସହ ଯୋଡ଼ି ହେବାର ସହଯୋଗ କରି ନଥାଏ, ବରଂ ଅନ୍ୟକୁ ବୁଝିବା ତଥା ବ୍ୟବହାର ଓ ପ୍ରତିକ୍ରିୟାକୁ ଜାଣିବାର ସୁଯୋଗ ଦେଇଥାଏ । 

ସାମାଜିକ ଜୀବନରେ ପଡେ ପ୍ରଭାବ

ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସାମାଜିକ ଜୀବନଶୈଳୀକୁ ପ୍ରଭାବିତ କରିଥାଏ । ଏହି ବିକାରଗ୍ରସ୍ତ ଲୋକ ଅନ୍ୟର ଭାବନାକୁ ବୁଝିବା ଏବଂ ଅନ୍ୟର ଭାବନାକୁ ପ୍ରଭାବି ଢଙ୍ଗରେ କହିବାରେ ସମସ୍ୟା ଅନୁଭବ କରିଥାନ୍ତି । ଗବେଷଣାରେ ସ୍ପଷ୍ଟ କରାଯାଇଛି କେତେକ ମାନସିକ ଡିସ୍‌ଅର୍ଡର୍‌ ଯେପରିକି ଅବସାଦ, ବାୟୋପୋଲାର ଡିସ୍‌ଅର୍ଡର୍‌ ଓ ସ୍କିଜୋଫ୍ରିନିଆରେ ମାନସିକ କୌଶଳର ଅଭାବ ପରି ଲକ୍ଷଣ ଖୁବ୍‌ ସାଧାରଣ । ଅବସାଦଗ୍ରସ୍ତ ବ୍ୟକ୍ତି ପ୍ରାୟତଃ ନିଜକୁ ଅନ୍ୟ ଭିତରେ ଅଲଗା-ଅଲଗା ରୂପରେ ଅନୁଭବ କରିଥାନ୍ତି । ବାୟୋପୋଲାର୍‌ ଡିସ୍‌ଅର୍ଡରରେ ମୁଡ୍‌ ସୁଇଂ କାରଣରୁ ସାମାଜିକ ସମ୍ପର୍କରେ ଅସ୍ଥିରତା ଆସିପାରେ । ସ୍କିଜୋଫ୍ରିନିଆରେ ଭ୍ରମ ଓ ମତିଭ୍ରମ ପରି ଲକ୍ଷଣ କାରଣରୁ ବ୍ୟକ୍ତି ଅନ୍ୟ ଉପରେ ଅବିଶ୍ୱାସ କରିଥାଏ । 

ଲୋକଙ୍କ ସହ ତାଳମେଳରେ ପଡିପାରେନା

ବାୟୋପୋଲାର୍‌ ଡିସ୍‌ଅର୍ଡର ଥିଲେ । ସେମାନଙ୍କୁ ଅନ୍ୟ ସହ ତାଳମେଳ ପକାଇବା କଷ୍ଟ ହୋଇଥାଏ । ଏମାନେ ଅନ୍ୟର କଥାକୁ ସହଜରେ ବୁଝିପାରି ନଥାନ୍ତି । ସେହିପରି ନିଜର ଭାବନାକୁ ମଧ୍ୟ ଠିକ୍‌ ଭାବେ ଉପସ୍ଥାପନ କରିପାରି ନଥାନ୍ତି । ଫଳରେ ସାଙ୍ଗସାଥୀ ଓ ସମ୍ପକୀୟଙ୍କ ଗହଣରେ ସାମିଲ୍‌ ହେବା ସହଜ ହୋଇ ନଥାଏ । 

ଅନ୍ୟର ଭାବନାକୁ ବୁଝନ୍ତୁ

କେବେ କେବେ ଆମେ ଅନ୍ୟର ଭାବନାକୁ ଭଲ ଭାବେ ବୁଝିପାରି ନଥାଉ । କିନ୍ତୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ବାଟ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.